ETV Bharat / state

ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ - Bargarh

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ । ଜଳ ସମ୍ପଦ(ଇରିଗେସନ)ବିଭାଗର ସହକାରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼
author img

By

Published : Jun 12, 2019, 9:01 AM IST

Updated : Jun 12, 2019, 11:10 AM IST

ବରଗଡ଼: ପୁଣି ତାଜା ହୋଇଛି ଭିଜିଲାନ୍ସ ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳ ସମ୍ପଦ(ଇରିଗେସନ) ବିଭାଗର ସହକରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କ ଘରେ ଚଢାଉ ଆରମ୍ଭ କରିଛି ଭିଜିଲାନ୍ସ । ସମୁଦାୟ ୮୦ ଲକ୍ଷରୁ ଊର୍ଦ୍ଧ୍ବ ସମ୍ପତ୍ତିର ମାଲିକ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ଆଜି( ବୁଧବାର) ସକାଳ ୬ ଟାରୁ ଭିଜିଲାନ୍ସ ଟିମ ଏକ କାଳୀନ ୫ ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି । ବରଗଡ଼ ବାଲାଜୀ ସିଟି ସ୍ଥିତ ଶ୍ରୀ ମେହେର ରହୁଥିବା ତାଙ୍କ ନିଜର ୪୨ ନମ୍ବର ଡୁପ୍ଲେକ୍ସ ସହିତ ଡ୍ୟାମ କଲୋନୀ ସ୍ଥିତ ସରକାରୀ କ୍ବାର୍ଟରରେ ଚଢାଉ କରିଥିଲା ଭିଜିଲାନ୍ସ ।

ଏପରିକି କେନାଲ ଡିଭିଜନ ଅଫିସ, ବଲାଙ୍ଗୀର ସ୍ଥିତ ତାଙ୍କ ଶ୍ୱଶୁର ଘର ଘସିଏନ ଗ୍ରାମରେ ଓ ତାଙ୍କ ନିଜ ଗାଁ ପଦ୍ମପୁର ବ୍ଲକ ସରଗିପାଲିରେ ଥିବା ପୈତୃକ ବାସଭବନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

ଟଙ୍କଧର ମେହେରଙ୍କ ଘରୁ ୧୮୦୦୦ ଟଙ୍କା ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ବହୁ ସମ୍ପତ୍ତିର କାଗଜ ପତ୍ର ଭିଜିଲାନ୍ସ ହାତରେ ଲାଗିଛି । ଏଥିସହ ଶ୍ରୀ ମେହେରଙ୍କ ସମୁଦାୟ ୮୦ ଲକ୍ଷରୁ ଊର୍ଦ୍ଧ୍ବ ସମ୍ପତ୍ତିର ମାଲିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:Conclusion:
Last Updated : Jun 12, 2019, 11:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.