ବରଗଡ: ଆଜି(ଶୁକ୍ରବାର) ବରଗଡ ଜିଲ୍ଲା ପାଇକମାଲ ଅଞ୍ଚଳ ତଥା ଝାରବନ୍ଧ ବ୍ଲକକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଞ୍ଜନ ସାହୁ ଅଚାନକ ଗସ୍ତ କରିଛନ୍ତି । ପଦ୍ମପୁର ଉପଖଣ୍ଡର ପାଇକମାଲ ଓ ଝାରବନ୍ଧ ଅଞ୍ଚଳରେ କିପରି ବିକାଶମୂଳକ କାମ ଚାଲିଛି ସେନେଇ ତଦାରଖ ପାଇଁ ହଠାତ ପହଞ୍ଚିଥିଲେ କମିଶନର ।

ସେଠାରେ ପହଞ୍ଚି ପାଇକମାଳ ଓ ଝାରବନ୍ଦ ଅଞ୍ଚଳର 9 ଗୋଟି ଗ୍ରାମର ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । କେନାଲ ବିଭାଗର କର୍ମଚାରୀମାନଙ୍କ ସହ ମଧ୍ୟ ଜଳସେଚନକୁ ନେଇ ଆଲୋଚନା ମଧ୍ୟ କରିଥିଲେ । ଝାରବନ୍ଦ ଗ୍ରାମ କମିଟି ତରଫରୁ କମିଶନର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସମ୍ମାନୀତ କରାଯାଇଥିଲା l
ଆର.ଡି.ସି ସାହୁ ବିଗତ ଦିନରେ ଏହି ଅଞ୍ଚଳରେ ବିଡିଓ ଥିଲେ ଓ ସେ ସମୟର ଲୋକଙ୍କ ଦୁଃଖକୁ ଅନୁଭବ କରିପାରିଛନ୍ତି । ତେଣୁ ବିଶେଷକରି ଝାରବନ୍ଧ ଅଞ୍ଚଳର ଲୋକଙ୍କ ଅସୁବିଧା ଦୂର କରିବାକୁ ଇଚ୍ଛୁକ ଥିବାରୁ ସେ ଏହି ଗସ୍ତ କରିଥିବା ଜଣାଇଥିଲେ । ଏହାସହ ଝାରବନ୍ଧର ୨୫ ଏକର ପୋଖରୀର ରାସ୍ତା, ଡାକ୍ତରଖାନାର ଉନ୍ନତିକରଣ, କେନାଲ କାମର ଉନ୍ନତିକରଣ ସହ ଅଞ୍ଚଳର ବିକାଶ କରିବାପାଇଁ ପ୍ରତିଶୃତି ପ୍ରଦାନ କରିଥିବା ଜଣାପଡିଛି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ