ETV Bharat / state

Guddu Muslim Odisha Link: ବରଗଡରେ UP STFର ତନାଘନା, DGP ଡାକିଲେ ଏମରଜିନ୍ସି ବୈଠକ - ଅତିକ ଅହମ୍ମଦ ସହଯୋଗୀ ଗୁଡୁ ମୁସଲିମ

ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମ୍‌କୁ ଧରିବା ପାଇଁ ବରଗଡରେ ୟୁପି ଏସଟିଏଫର ତନାଘନା । ରାଜା ଖାନ ନାମକ ବ୍ୟକ୍ତି ଅଟକ ହୋଇଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ବରଗଡରେ ଉତ୍ତରପ୍ରଦେଶ ଏସଟିଏଫର ତନାଘନା
ବରଗଡରେ ଉତ୍ତରପ୍ରଦେଶ ଏସଟିଏଫର ତନାଘନା
author img

By

Published : Apr 21, 2023, 1:54 PM IST

Updated : Apr 21, 2023, 4:56 PM IST

ବରଗଡରେ UP STFର ତନାଘନା, DGP ଡାକିଲେ ଏମରଜିନ୍ସି ବୈଠକ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମକୁ ଧରିବାକୁ ଉତ୍ତର ପ୍ରଦେଶ ପୋଲିସ ତନାଘନା ଚଳାଇଛି । ଗୁଡୁର ମୋବାଇଲ ଟ୍ରାକିଂରୁ ତା'ର ଓଡ଼ିଶା ଲିଙ୍କ୍ ମିଳିଛି । ଗୁଡୁ ପୋଲିସ ହାତରୁ ବଞ୍ଚିବା ପାଇଁ ବିଭିନ୍ନ ରାଜ୍ୟରେ ଆଶ୍ରୟ ନେଉଥିବାବେଳେ ସେ କିଛି ଦିନ ତଳେ ପୁରୀ ଆସିଥିବାର ଜଣାପଡିଥିଲା । ଏପରିକି ଏହି କୁଖ୍ୟାତ ଅପରାଧିର ବରଗଡ ଲିଙ୍କ୍ ଥିବା ମଧ୍ୟ ଜଣାପଡିଛି । ଏଥିପାଇଁ ଉତ୍ତରପ୍ରଦେଶର ଏସଟିଏଫ STF ର ପାଞ୍ଚ ଜଣିଆ ଟିମ ବରଗଡରେ ପହଞ୍ଚିଥିଲା । ଏହି ସମୟରେ ଏସଟିଏଫ ଟିମ୍ ରାଜା ଖାନ ନାମକ ଜଣେ ବ୍ୟକ୍ତିକୁ ପଚରାଉଚରା କରିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି । ତେବେ ଦୁଇ ଦିନ ୟୁପି ଏସଟିଏଫ୍ ଟିମ୍ ବରଗଡରେ ଥିଲେ ।

ଯାହା ସୂଚନା ମିଳିଛି, ରାଜା ଖାନର ଘର ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ । ହେଲେ ସୀମାନ୍ତ ଜିଲ୍ଲା ବରଗଡର ସୋହେଲାରେ ତାର ବ୍ୟବସାୟ ରହିଛି । ସେ ଜଣେ ଟ୍ରକ ବ୍ୟବସାୟୀ । ଗୁଡୁ ମୁସଲିମ ସହିତ ତା'ର ଲିଙ୍କ ଥିବା ଜଣାପଡିଛି । ତେଣୁ ଏସଟିଏଫ୍ ଟିମ୍ ରାଜାକୁ ପଚରାଉଚରା କରିବା ପରେ ଅଟକ ରଖିଥିବା ସୂଚନା ମିଳିଛି । ସ୍ଥାନୀୟ ପୋଲିସ ସହାୟତାରେ ତାକୁ ପଚରାଉଚରା କରାଯାଇଛି । ଟେଲିଫୋନ ଟ୍ରାକିଂରୁ ମିଳିଥିବା ସୂଚନା ଆଧାରରେ ଜେରା କରାଯାଇଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ପୁରୀରେ ଲୁଚିଛି ଗ୍ୟାଙ୍ଗଷ୍ଟାର୍ ଗୁଡ୍ଡୁ ମୁସଲିମ ! ଲୋକେସନ ଟ୍ରାକିଂରୁ ମିଳିଲା ସୂଚନା

ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର କହିଛନ୍ତି ଯେ, ୟୁପିର ସ୍ପେସିଆଲ ଟାସ୍କ ଫୋର୍ସ ବରଗଡ଼ ସୋହେଲାକୁ ଆସି ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ତଦନ୍ତ କରିଥିଲା । ତେବେ କେଉଁ ମାମଲାରେ STF ଏହି ତଦନ୍ତ କରିଛି ସେନେଇ ଓଡ଼ିଶା ପୋଲିସ ପାଖରେ କୌଣସି ଖବର ନାହିଁ । ୟୁପି STF ଓଡିଶା ପୋଲିସକୁ ସହାୟତା ମାଗିଥିଲା ଓ ବରଗଡ଼ ପୋଲିସ ସବୁପ୍ରକାର ସହାୟତା ଯୋଗାଇ ଥିବା ଆଇଜି କହିଛନ୍ତି । ଆଇଜିଙ୍କ ସୂଚନା ଅନୁସାରେ ୟୁପି STF କୌଣସି ଲୋକଙ୍କୁ ଗିରଫ କରିନାହିଁ । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ୟୁପି STF ଉଠାଇ ନେଇଥିବା ଚର୍ଚ୍ଚା ହେଉଛି । ତେବେ ଏହା ଉପରେ ଆଇଜି କୌଣସି ସୂଚନା ଦେଇନାହାନ୍ତି ।

ରାଜା ଖାଁ ଜଣେ ଟ୍ରକ ବ୍ୟବସାୟୀ ହୋଇଥିବା ବେଳେ ତା'ର କିଛିଟା ଟ୍ରକ ଓଡ଼ିଶା ଓ ଛତିଶଗଡରେ ଚଳପ୍ରଚଳ ହେଉଛି । ଓଡ଼ିଶାର କିଛି ମାମଲାରେ ମଧ୍ୟ ରାଜାର ସମ୍ପୃକ୍ତ ଥିବା ଡିଆଇଜି ସୂଚନା ଦେଇଛନ୍ତି । ସୋହେଲା ଥାନା ପୋଲିସ ସହାୟତାରେ‌ ୟୁପି ଏସଟିଏଫ ଟିମ୍ ଏନେଇ ଛାନଭିନ କରିଥିବା ବେଳେ ରାଜା ଖାନକୁ ପଚରା ଉଚରା କରାଯାଇଛି । ପ୍ରକାଶଥାଉ କି, ଉତ୍ତରପ୍ରଦେଶର ଜଣେ କୁଖ୍ୟାତ ଅପରାଧି ହେଉଛି ଗୁଡୁ ମୁସଲିମ । ଉମେଶ ପାଲ ହତ୍ୟାକାଣ୍ଡରେ ଜଡିତ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ସେ ଅନ୍ୟତମ । ଏହି ଅଭଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ଗୁଡୁ ସମେତ ୪ ଜଣ ଫେରାର୍ ଅଛନ୍ତି । ତାକୁ ଧରିବା ପାଇଁ ଉତ୍ତରପ୍ରଦେଶର ଏସଟିଏଫ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି ।

ତେବେ ଗୁଡୁ ମୁସଲିମ ହେଉଛି ୟୁପିର ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ ତଥା ପୋଲିସ କଷ୍ଟଡିରେ ହତ୍ୟାର ଶିକାର ହୋଇଥିବା ଆତିକର ସହଯୋଗୀ । ଯେ କି ଆତିକର ପୁଅକୁ ୟୁପି ପୋଲିସ ଏନକାଉଣ୍ଟର ପରଠୁ ସେ ଫେରାର ହୋଇଥିଲା। ତେବେ ସୂଚନା ଅନୁଯାୟୀ ୟୁପିର ଜଣେ ବିଧାୟକଙ୍କୁ ହତ୍ୟା କରାଯାଇଥିବା ଘଟଣାର ପ୍ରତ୍ୟକ୍ଷ ଦର୍ଶୀ ଉମେଶ ପାଲଙ୍କ ବୟାନ କାରଣରୁ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅସରଫଙ୍କୁ ଜେଲ ଯିବାକୁ ପଡିଥିଲା | ଉମେଶ ପାଳଙ୍କୁ କୋର୍ଟରେ ବୟାନ ନଦେବାକୁ ବାରମ୍ବାର ଧମକ ଦିଆଯିବା ସହିତ ଆକ୍ରମଣ ମଧ୍ୟ କରାଯାଇଥିଲା ମାତ୍ର ଉମେଶ ପାଲ ଏହାକୁ ଖାତିର ନକରି ବୟାନ ଦେଇଥିଲେ । ତେବେ ଅତିକ ଅହମ୍ମଦ ଓ ଅସରଫ ଜେଲ ଯିବାର ଗୋଟେ ମାସ ପରେ ଉମେଶ ପାଳଙ୍କୁ ତାଙ୍କ ନିଜ ଘରେ ଦିନଦୁଇ ପ୍ରହରରେ ଆକ୍ରମଣ କରାଯାଇଥିଲା | ଏହି ଆକ୍ରମଣ ଘଟଣାରେ ଗୁଡ୍ଡୁ ମୁସଲିମ ବୋମା ମାଡ କରି ଆକ୍ରମଣ କରିଥିବା ଭିଡିଓ ଭାଇରାଲ ହୋଇଥିଲା | ତେବେ ବର୍ତମାନ ୟୁପି ପୋଲିସ ଗୁଡ୍ଡୁ ମୁସଲିମକୁ ଖୋଜି ବୁଲୁଥିବା ବେଳେ ଓଡିଶାର ବରଗଡ ଜିଲ୍ଲାରେ ଗୁଡ୍ଡୁ ର ଲିଙ୍କ ବାହାରିବା ସମସ୍ତ ବରଗଡବାସୀଙ୍କୁ ଆଚମ୍ବିତ କରିଛି । ବରଗଡରେ STF ଟିମ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ବରଗଡର ରାଜା ଖାନ ନାମକ ଜଣେ କୁଖ୍ୟାତ ଅପରାଧୀର ବରଗଡ ଟାଉନ ଅମ୍ବାପାଳି ସ୍ଥିତ ଘରେ ଓଡିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତ ସୋହେଲା ସ୍ଥିତ ଲୁହୁରାଚଟି ଠାରେ ଥିବା ଘରେ STF ଟିମ ଛାନଭିନ କରି ରାଜାକୁ ଜେରା କରିଥିଲେ । ତେବେ ଗୁଡ୍ଡୁ ମୁସଲିମ୍ ଡ୍ରାଇଭର ସହିତ ବରଗଡର ଜନୈକ ବ୍ୟକ୍ତିଙ୍କ ଲିଙ୍କ୍ ରହିଥିବା ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର/ବରଗଡ ଓ ସମ୍ବଲପୁର

Last Updated : Apr 21, 2023, 4:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.