ETV Bharat / state

ଚାଷୀଙ୍କୁ ମିଳୁନାହିଁ ରିହାତି ଦରରେ ୟୁରିଆ ସାର

author img

By

Published : Aug 25, 2020, 10:45 PM IST

ଚାଷ ସମୟରେ ଚାଷୀଙ୍କୁ ସାର ଚିନ୍ତା । ମିଳୁନାହିଁ ରିହାତି ଦରରେ ସାର । ଯାହାକୁ ନେଇ ଏବେ ତେଜୁଛି ଅସନ୍ତୋଷ । ପଢନ୍ତୁ ଅଧିକ...

Uria
Uria

ବରଗଡ: ମହାମାରୀ ସମୟରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଚାଷୀଙ୍କ ପାଇଁ ଆସିଥିବା ସାରକୁ ଅଧିକ ଦରରେ ବିକ୍ରି କରାଯାଉଛି । ଏପରି ଅଭିଯୋଗ ହୋଇଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅଞ୍ଚଳରେ ।

କରୋନା ମହାମାରୀ ସମୟରେ ରାଜ୍ୟ ସରକାର ବହୁ ଗରିବ ଓ ଅସହାୟ ଲୋକଙ୍କୁ ଆର୍ଥିକ ସାହାଯ୍ୟ ସହିତ ଖାଦ୍ୟ ବିତରଣ କରୁଥିବାବେଳେ ସରକାରୀ କଳର ବାଟମାରଣା କାରଣରୁ ସରକାରଙ୍କ ସାହାଯ୍ୟ ପ୍ରକୃତ ଲୋକଙ୍କ ନିକଟକୁ ପହଞ୍ଚି ପାରୁନାହିଁ ।

କିନ୍ତୁ ସରକାର ରିହାତି ଦରରେ ଚାଷୀଙ୍କୁ ଯୋଗେଇ ଦେଉଥିବା ସାରକୁ ମଧ୍ୟ ଚାଷୀଙ୍କୁ ଅଧିକ ଦରରେ ବିକ୍ରି କରୁଛନ୍ତି ସରକାରୀ ବାବୁ । ଯାହାକୁ ନେଇ ଏବେ ତେଜୁଛି ଅସନ୍ତୋଷ ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.