ETV Bharat / state

ଚାଷୀ ଉପରେ ଚକଡା ସାଙ୍ଗକୁ ଅଦିନିଆ ବର୍ଷା ଚଡକ - ଚାଷୀର ଚିନ୍ତା

ଅଦିନିଆ ବର୍ଷା ତା ସାଙ୍ଗକୁ ଚକଡା ପୋକର ଦାଉ ହଜାଇ ଦେଇଛି ବରଗଡ଼ ଚାଷୀଙ୍କ ନିଦ । ସେନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫସଲ ବୀମାର ସଠିକ ଆକଳନ କରିବାକୁ ଅନୁରୋଧ କଲେ ଚାଷୀ । ଅଧିକ ପଢ଼ନ୍ତୁ...

ଚାଷୀ ଉପରେ ଚକଡା ସାଙ୍ଗକୁ ଅଦିନିଆ ବର୍ଷା ମାଡ
author img

By

Published : Oct 30, 2019, 2:14 PM IST

ବରଗଡ଼: ଜିଲ୍ଲାରେ ଖରିଫ ଚାଷର ଧାନ ଅମଳ ପାଇଁ ଆଉ ଅଳ୍ପ କିଛି ମାସ ବାକି ଥିବାବେଳେ ଅଦିନିଆ ବର୍ଷା କାରଣରୁ ଉଜୁଡି ଯାଇଛି ଜିଲ୍ଲାର ବହୁ ଧାନ ଚାଷୀଙ୍କ ଫସଲ। ଚାଷୀମାନେ ତାଙ୍କ ନଷ୍ଟ ହୋଇଥିବା ଧାନ ଗଛ ଗୁଡିକୁ ନେଇ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ପହଞ୍ଚିଥିଲେ ଏବଂ ଫସଲ ବୀମାର ସଠିକ ଆକଳନ କରିବାକୁ ଅନୁରୋଧ କରିଥିଲେ ।

ଚାଷୀକୁ ଘାରିଛି ଅଦିନିଆ ବର୍ଷା ସାଙ୍ଗକୁ ଚକଡା ଚିନ୍ତା

ବର୍ଷା କାରଣରୁ ଧାନ ଫସଲ ନଷ୍ଟ ହେଉ ଥିବାବେଳେ ସେପଟେ ରୋଗ ପୋକଙ୍କ ଉପଦ୍ରବ ମଧ୍ୟ ହାଜାଇ ଦେଇଛି ଚାଷୀଙ୍କ ନିଦ । ଧାନ ଫସଲରେ ଚକଡ଼ା ପୋକ ଲାଗୁଥିବା ବେଳେ କୌଣସି କୀଟନାଶକ କାମ ଦେଉନାହିଁ । ଅନ୍ୟପଟେ ସରକାରୀ କୀଟନାଶକ ନିଅଣ୍ଟ ହେଉଥିବାରୁ ଖର୍ଚ୍ଚାନ୍ତ ହେଉଛନ୍ତି ଚାଷୀ । ଯାହା ସରକାରୀ ଦରରେ କିଣିବା କଥା ତାହା ବଜାରରୁ ଉଚ୍ଚ ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି କିନ୍ତୁ ତାହା ମଧ୍ୟ କାମ କରୁନି ।

ତେବେ ଚାଷୀମାନେ ଫସଲ ବୀମା କରିଥିଲେ ସୁଦ୍ଧା କମ୍ପାନୀ କ୍ଷତିପୂରଣ ଦେବାରେ ଠକାମୀ କରୁଥିବାରୁ କ୍ଷତିଗ୍ରସ୍ତ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟକୁ ପହଞ୍ଚି ପ୍ରକୃତ କ୍ଷତିର ଆକଳନ କରିବାକୁ ଅନୁରୋଧ କରିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଗନିଆପାଲି, ମଲମଣ୍ଡା, ଯୁଗୀବନ୍ଧଲି ସୋହେଲା ବ୍ଲକର ବାଉସେନମୁରା, ବନ୍ଦଲା, ଚିଚିଣ୍ଡା, କେନବାହାଲ, ଖଳିଆପାଲି ଇତ୍ୟାଦି ଗ୍ରାମର ଚାଷୀ ହାତରେ ଉଜୁଡା ଧାନ ଗଛ ଧରି ଜିଲ୍ଲାପାଳଙ୍କ ନିକଟକୁ ପହଞ୍ଚିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ଼ ଜିଲ୍ଲାରେ ଖରିବ ଚାଷର ଧାନ ଅମଳ ପାଇଁ ଆଉ ଅଳ୍ପ ମାସ ବାକି ଥିବାବେଳେ ଅଦିନିଆ ବର୍ଷା କାରଣରୁ ଉଜୁଡିଯାଇଛି ଜିଲ୍ଲାର ବହୁ ଧାନ ଚାଷୀଙ୍କ ଫସଲ। ଜିଲ୍ଲାର ଚାଷୀମାନେ ତାଙ୍କ ଉଜୁଡିଯାଇଥିଇବା ଧାନ ଗଛ ଗୁଡିକୁ ନେଇ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସି ପହଞ୍ଚିଥିଲେ ଏବଂ ଫସଲବୀମାର ସଠିକ ଆକଳନ କରିବାକୁ ଅନୁରୋଧ କରିଥିଲେ ।

Body:ଅଦିନିଆ ବର୍ଷା କାରଣରୁ ଧାନ ଫସଲ ନଷ୍ଟ ହେବାକୁ ଥିବାବେଳେ ଅନ୍ୟପଟେ ରୋଗପୋକଙ୍କ ଉପଦ୍ରବ ଲାଗି ଉଜୁଡିପଡିଲାଣି ଧାନ ଚାଷ। ଧାନ ଫସଲରେ ଚକଡ଼ା ପୋକ ଲାଗୁଥିବାବେଳେ କୌଣସି କୀଟନାଶକ କାମଦେଉନାହିଁ ଚକଡ଼ା ପୋକକୁ ନିୟନ୍ତ୍ରଣ ରଖିବାରେ । ଅନ୍ୟପଟେ ସରକାରୀ କୀଟନାଶକ ନିଅଁଣ୍ଟ ହେଉଥିବାରୁ ଅଯଥାରେ ଖର୍ଚ୍ଚରେ ପଡୁଛନ୍ତି ଚାଷୀ । ଯାହା ସରକାରୀ ଦରରେ କିଣିବା କଥା ତାହା ବଜାରରୁ ଉଚ୍ଚ ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି ତଥାପି ମଧ୍ୟ କାମକରୁନି କୀଟନାଶକ ।

ତେବେ ଚାଷୀ ମାନେ ଫସଲବୀମା କରିଥିଲେ ସୁଦ୍ଧା ବୀହଁମା କମ୍ପାନୀ କ୍ଷତିପୂରଣ ଦେବାରେ ଠକାମୀ କରୁଥିବାରୁ କ୍ଷତିଗ୍ରସ୍ତ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟକୁ ପହଞ୍ଚି ପ୍ରକୃତ କ୍ଷତିର ଆକଳନ କରିବାକୁ ଅନୁରୋଧ କରିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଗନିଆପାଲି , ମଲମଣ୍ଡା , ଯୁଗୀବନ୍ଧଲି ସୋହେଲା ବ୍ଲକର ବାଉସେନମୁରା, ବନ୍ଦଲା , ଚିଚିଣ୍ଡା, କେନବାହାଲ, ଖଳିଆପାଲି ଇତ୍ୟାଦି ଗ୍ରାମର ଚାଷୀ ମାନେ ହାତରେ ଉଜୁଡିଯାଇଥିବା ଧାନ ଗଛ ଧରି ଜିଲ୍ଲାପାଳଙ୍କ ନିକଟକୁ ପହଞ୍ଚିଥିଲେ ।

ବାଇଟ ୧- ଘନଶ୍ୟାମ ବେହେରା ( ଚାଷୀ , ମଳମଣ୍ଡା)
ବାଇଟ୨- ବସିଷ୍ଟ ବିଶ୍ୱାଳ ( ଚାଷୀ, ଗନିଆପାଳି )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.