ETV Bharat / state

ବରଗଡ଼ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଇଥନାଲ ପ୍ଲାଣ୍ଟର କଲେ ପରିଦର୍ଶନ - ସୁଧୁରିବ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ

ବରଗଡ଼ ଭଟଲି ବ୍ଲକ ଅନ୍ତର୍ଗତ ବଉଲସିଂହାଠାରେ ନିର୍ମାଣଧୀନ ଇଥନାଲ ପ୍ରକଳ୍ପର କାର୍ଯ୍ଯ ସମୀକ୍ଷା ସହ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ । ଚାଷୀଙ୍କ ବୃଦ୍ଧି ପାଇବ ଆୟ । ଅଧିକ ପଢ଼ନ୍ତୁ

ସୁଧୁରିବ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ
ସୁଧୁରିବ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ
author img

By

Published : Jun 11, 2023, 10:32 PM IST

ସୁଧୁରିବ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ

ବରଗଡ଼: ବରଗଡ଼ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବରଗଡ଼ ଭଟଲି ବ୍ଲକ ଅନ୍ତର୍ଗତ ବଉଲସିଂହାଠାରେ ନିର୍ମାଣଧୀନ ଇଥନାଲ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା ସହ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ । 2016 ମସିହାରେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ବରଗଡ଼ ଜିଲ୍ଲାରେ ଏହି ଇଥନଲ ପ୍ରକଳ୍ପର ଆରମ୍ଭ କରାଯାଇଥିଲା । 2024 ସାଧାରଣ ନିର୍ବାଚନ ପୂର୍ବରୁ କିପରି ଏହି ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ ସେନେଇ ଇଥନଲ ପ୍ରକଳ୍ପକୁ ପରିଦର୍ଶନ ପାଇଁ ଆସିଥିଲେ କେନ୍ଦ୍ରମନ୍ତ୍ରୀ । ଶୀଘ୍ର ପ୍ରକଳ୍ପ ସମାପ୍ତ ପାଇଁ ସେଠାକାର ଇଞ୍ଜିନିଅର ଏବଂ ଠିକାଦାରଙ୍କୁ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ ।
ଅଧିକ ପଢ଼ନ୍ତୁ: ଦେବଗଡବାସୀଙ୍କୁ ଫମ୍ପା ପ୍ରତିଶ୍ରୁତି ଦେଉଛନ୍ତି ବିଜେପି ନେତା: ବିଜେଡି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ବୈଜ୍ଞାନିକ ପଦ୍ଧତିରେ ନଡ଼ା, ପୁଆଲ, ଖୁଦ ଏବଂ ଭଙ୍ଗା ଚାଉଳରୁ ଇଥନଲ ପ୍ରସ୍ତୁତ କରାଯାଇପାରୁଛି। ବରଗଡ଼ରେ ହେଉଥିବା ବ୍ୟାପକ ଧାନ ଚାଷକୁ ଆଖିଆଗରେ 2016 ମସିହାରୁ ବରଗଡ଼ରେ ଇଥନଲ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା । ବରଗଡ଼ ଜିଲ୍ଲାରେ ଧାନଚାଷୀମାନଙ୍କ ପାଇଁ ଏହି ଇଥନଲ ପ୍ରକଳ୍ପ ଏକ ନୂତନ ଅର୍ଥନୀତି କରାଯିବ । ଚାଷୀ ନିଜ ଉପାର୍ଜିତ ଧାନ ବିକ୍ରି କରିବା ପରେ ମଧ୍ୟ ନଡ଼ା, ପୁଆଲ, ଖୁଦ ଆଦିରୁ ମଧ୍ୟ ଅର୍ଥ ଉପାର୍ଜନ କରି ଅଧିକ ଲାଭବାନ ହୋଇପାରିବେ । ବରଗଡ଼ର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଧୁରିବ, କୋଭିଡ ପାଇଁ ଦୁଇ ବର୍ଷ କାମ ବନ୍ଦ ପଡିବାରୁ ଏହି ପ୍ରକଳ୍ପ ଶେଷ ପାଇଁ ଦୁଇ ବର୍ଷ ବିଳମ୍ବ ହୋଇଛି । ତେବେ ଖୁବ ଶୀଘ୍ର ଏହି ପ୍ରକଳ୍ପର କାର୍ଯ୍ୟ ଶେଷ ହେବ ।"

ଅଧିକ ପଢ଼ନ୍ତୁ: ଲୋକଙ୍କ ପାଖରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନା, କାର୍ଯ୍ୟକର୍ତ୍ତାଙ୍କୁ ସମୀରଙ୍କ ଗୁରୁମନ୍ତ୍ର

ଏହାସହ ସେ ଅହୁରି ମଧ୍ୟ କହିଛନ୍ତି, "1607 କୋଟି ଟଙ୍କା ବିନିମୟରେ ନିର୍ମିତ ଏହି ଇଥନଲ କାରଖାନାରୁ 2G ଇଥନଲ ଓ 1 G ଇଥନଲ ଉତ୍ପାଦିତ ହେବ। ଆଗାମୀ ଅକ୍ଟୋବର ମାସ ଭିତରେ ଏହା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରହିଥିବା ବେଳେ ଏଠାକାର ଚାଷୀଙ୍କ ପାଇଁ ଏହା ଏକ ବ୍ୟବସାୟିକ ସ୍ରୋତ ପାଲଟିବ। ଆଖୁରୁ ଇଥନଲ ପ୍ରସ୍ତୁତ କରି ପେଟ୍ରିଲୋଲିୟମ ଜାତୀୟ ଦ୍ରବ୍ୟରେ ମିଶାଯାଇ ପେଟ୍ରୋଲ ଓ ଡିଜେଲ କରାଯିବ। ଆବଶ୍ୟକୀୟ ଇନ୍ଧନର ଚାହିଦା ପୂରଣ ସହିତ କମ ପ୍ରଦୂଷଣ ଓ କମ ଦରରେ ସହାୟକ ହୋଇପାରିବ ।" ଇଥନଲ ପ୍ରକଳ୍ପ ପରିଦର୍ଶନ କରିସାରିବା ପରେ ଧର୍ମେନ୍ଦ୍ର ପ୍ରଧାନ ପାଇକମାଳ ସ୍ଥିତ ନୃସିଂହନାଥଠାରେ କୁଲତା ସମାଜର ଏକ କମ୍ୟୁନିଟି ସେଣ୍ଟରର ଶିଳାନ୍ୟାସ କରିଥିଲେ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.