ETV Bharat / state

ସାମାନ୍ୟ ଗଣ୍ଡଗୋଳରୁ ଗଡିଲା ମୁଣ୍ଡ: କକା-ଭାଇକୁ ହତ୍ୟା କଲା ପୁତୁରା - ବରଗଡରେ ହତ୍ୟାକାଣ୍ଡ ଖବର

ଗୁରୁବାର ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁଣିଆ ଠାରେ ଦିନ ଦ୍ଵି ପ୍ରହରରେ ଘଟିଯାଇଛି ବୀଭତ୍ସ ହତ୍ୟା । କକାକୁ କଟୁରୀରେ ହାଣି ହତ୍ୟା କଲା ପୁତୁରା । ଅଧିକ ପଢ଼ନ୍ତୁ

ବରଗଡ଼ରେ ଡବଲ ମଡର , କକା ଓ କକା ପୁଅ ମୃତ
ବରଗଡ଼ରେ ଡବଲ ମଡର , କକା ଓ କକା ପୁଅ ମୃତ
author img

By

Published : Apr 22, 2022, 8:00 AM IST

ବରଗଡ଼: ଗଣ୍ଡଗୋଳ ନେଲା ଭୟଙ୍କର ରୂପ । ରକ୍ତ ସମ୍ପର୍କକୁ ହତ୍ୟା କରିବାକୁ ପଛାଇଲାନି ପୁତୁରା । ପୁତୁରା ଆକ୍ରମଣରେ କକା ଓ ସମ୍ପର୍କୀୟ ଭାଇର ମୃତ୍ୟୁ ଘଟିଛି । ବରଗଡ଼ ଜିଲ୍ଲା ଗୋଡଭାଗାରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ ।

ବରଗଡ଼ରେ ଡବଲ ମଡର , କକା ଓ କକା ପୁଅ ମୃତ

ସୂଚନା ଥାଉକି, କୌଣସି କାରଣକୁ ନେଇ ଏକ ବାହାଘରରେ ଉଭୟ କକା ଓ ପୁତୁରାଙ୍କ ମଧ୍ୟରେ ଗଣ୍ଡଗୋଳ ଏକ ଭୟାବହ ରୂପ ନେଇଥିଲା । ନିଜ ପୁତୁରା କକା ଏବଂ କକା ପୁଅ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ଅଭିଯୁକ୍ତ । ଏହାସହ ଭାଉଜକୁ ମଧ୍ୟ ଆକ୍ରମଣ କରିଥିଲା ଅଭିଯୁକ୍ତ କମଳ ସିନ୍ଧିରିଆ । ଫଳରେ ଘଟଣା ସ୍ଥଳରେ କକା ଦେଵ ସିନ୍ଧିରିଆଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ରତନ ସିନ୍ଧିରିଆ(୨୭)ଙ୍କର ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଛି ।

ତେବେ ମହିଳା ଜଣକ ଗୁରୁତର ଅବସ୍ଥାରେ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ହତ୍ୟାକାରୀକୁ ପୋଲିସ ଗିରଫ କରି ବରଗଡ଼ ଟାଉନ ଥାନାରେ ଅଟକ ରଖିଛି । ସାମାନ୍ୟ କଥାକୁ ନେଇ ହତ୍ୟାକାରୀ କମଳ ଘରେ ଗଣ୍ତଗୋଳ କରିଥିବା ଜଣାପଡିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.