ବରଗଡ଼: ଭଟଲି ଥାନା ଅନ୍ତର୍ଗତ ଭଟିଗାଁ ଠାରେ ଥିବା ଚମାରପଡାର ଜଣେ ପରିବାର ଦୀର୍ଘ ଦିନରୁ ଗୋହତ୍ୟା କରି ଗୋ ମାଂସ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ଗତକାଲି(ଶନିବାର) ପୋଲିସ ଏହା ଉପରେ ଚଢାଉ କରିଛି ।
ସୂଚନା ମୁତାବକ ଭଟିଗାଁ ଗ୍ରାମବାସୀ ଏହି ପରିବାରକୁ ଗୋହତ୍ୟା କରିବାକୁ ବାରମ୍ବାର ମନା କରିବା ସତ୍ତ୍ବେ ଗ୍ରାମବାସୀଙ୍କ ଅଭିଯୋଗକୁ ଖାତିର କରିନଥିଲେ ଏହି ପରିବାର । ଘର ପାଖରେ ଗାଈ ଗୋରୁଙ୍କ ପ୍ରଚୁର ମାତ୍ରାରେ କଙ୍କାଳ ଗଦା ହୋଇଥିବା ବେଳେ ବହୁ ଦୂରକୁ ଦୁର୍ଗନ୍ଧ ହେଉଥିଲା ।
ଗ୍ରାମବାସୀ ବରଗଡର ବଜରଙ୍ଗ ଦଳକୁ ଏହି ବିଷୟରେ ଖବର ଦେବାପରେ ବରଗଡରୁ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଭଟଲି ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ସହିତ ଉକ୍ତ ବ୍ୟକ୍ତିଙ୍କ ଘରକୁ ଚଢାଉ କରିବା ପରେ ବ୍ୟାପକ ମାତ୍ରାରେ ଗୋ ମାଂସ ଏବଂ କଙ୍କାଳ ଦେଖିବାକୁ ପାଇଥିଲେ । ତେବେ ପୋଲିସ ଉକ୍ତ ଗୋ ହତ୍ୟାକାରୀ 2ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ