ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଲା ପକାଇଲେ ଟୁକୁରଲା ଗ୍ରାମବାସୀ - Tukurla villagers locked the district's Medical Headquater

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଲା ମାରିଲେ ଟୁକୁରଲା ଗ୍ରାମବାସୀ । ହନ୍ତସନ୍ତ ହେଲେ ଶତାଧିକ ରୋଗୀ । ଅଧିକ ପଢନ୍ତୁ...

Tukurla villagers
Tukurla villagers
author img

By

Published : Nov 9, 2021, 10:55 PM IST

ବରଗଡ : ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଲା ମାରିଲେ ଟୁକୁରଲା ଗ୍ରାମବାସୀ । ହନ୍ତସନ୍ତ ହେଲେ ଶତାଧିକ ରୋଗୀ । ହସ୍ପିଟାଲର ଆବର୍ଜନାଯୁକ୍ତ ମଇଳା ପାଣି ସିଧାସଳଖ ଟୁକୁରଲା ଗାଁ କୁ ପ୍ରବେଶ କରୁଥିଲା । ଖାଲି ଏତିକି ନୁହେଁ ଗାଁ ପୋଖରୀରେ ଯାଇ ମିଶୁଥିବା ନେଇ ଗ୍ରାମବାସୀ ବାରମ୍ବାର ହସ୍ପିଟାଲ ପ୍ରଶାସନକୁ ଏହାର ସ୍ଥାୟୀ ସମାଧାନ ଦାବି କରୁଥିଲେ । ହେଲେ କୌଣସି ପଦକ୍ଷେପ ନେଉନଥିଲା ପ୍ରଶାସନ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଲା ପକାଇଲେ ଟୁକୁରଲା ଗ୍ରାମବାସୀ

ଫଳରେ ଆଜି(ମଙ୍ଗଳବାର) ଉତ୍ୟକ୍ତ ହୋଇ ଗ୍ରାମବାସୀ ହସ୍ପିଟାଲ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି । ସୂଚନା ଅନୁଯାୟୀ ବରଗଡର ନବ ନିର୍ମିତ ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ହେଲା ଦିନଠାରୁ ଟୁକୁରଲା ଗାଁରେ ଥିବା ପୋଖରୀ ଭିତରକୁ ଡାକ୍ତରଖାନାର ମଇଳା ପାଣି ପ୍ରବେଶ କରୁଥିବା ଅଭିଯୋଗ ହୋଇଆସୁଥିଲା । ବାରମ୍ବାର ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଦାବି କରିଆସୁଥିଲେ ସୁଦ୍ଧା ହସ୍ପିଟାଲ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିଲା । ଯଦ୍ବାରା ପୋଖରୀ ପାଣି ଦୂଷିତ ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ |

ଟୁକୁରଲା ଗ୍ରାମର ସମସ୍ତ ଗ୍ରାମବାସୀ ଏହି ପୋଖରୀ ଉପରେ ନିର୍ଭର କରୁଥିବା ବେଳେ ଦୂଷିତ ପାଣି ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଏହାର ଘୋର ପ୍ରତିବାଦକରି ଆଜି ହସ୍ପିଟାଲରେ ତାଲା ମାରିଥିବା ବେଳେ ରୋଗୀସେବା ମଧ୍ୟ ବ୍ୟାହତ ହୋଇପଡିଥିଲା । ତେବେ ହସ୍ପିଟାଲ ପ୍ରଶାସନ ଉତ୍ୟକ୍ତ ଗ୍ରାମବାସୀଙ୍କୁ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଯାଇ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ । ପରେ ରୋଗୀ ସେବା ସ୍ବାଭାବିକ ହୋଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.