ETV Bharat / state

ସପ୍ତାହକରେ ଉଜୁଡ଼ିଗଲା ପରିବାର: ସ୍ବାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ ଓ ଦୁଇ ପିଲା

author img

By ETV Bharat Odisha Team

Published : Sep 11, 2023, 11:34 AM IST

Updated : Sep 11, 2023, 11:56 AM IST

ବରଗଡ଼ ଜିଲ୍ଲାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ବିଷପିଇ ଆତ୍ମହତ୍ୟା ଉଦ୍ୟମ ଘଟଣା । ପୁଅ ଓ ଝିଅଙ୍କ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ମାଆ । ମାନସିକ ଦୁଶ୍ଚିନ୍ତାରେ ଆସି ଏଭଳି ଚରମ ନିଷ୍ପତ୍ତି ନେଉଥିବା ଚର୍ଚ୍ଚା । ଅଧିକ ପଢ଼ନ୍ତୁ

family shattered after three members died
ସ୍ବାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ ଓ ପିଲା

ସମ୍ବଲପୁର: ସପ୍ତାହେ ମଧ୍ୟରେ ନିଶ୍ଚିହ୍ନ ହୋଇଗଲା ପରିବାର, ଉଜୁଡ଼ିଗଲା ସଂସାର । ଜଣଙ୍କ ପରେ ଜଣେ ଆଗପଛ ହୋଇ ଚାଲିଗଲେ ଚାରି ପ୍ରାଣୀ । ବାପାଙ୍କ ମୃତ୍ୟୁ ପରେ ବିଷପାନ କରିଥିବା ପରିବାରର ପୁଅ ଓ ଝିଅଙ୍କ ରବିବାର ମୃତ୍ୟୁ ଘଟିଥିବା ବେଳେ ଆଜି (ସୋମବାର) ଚିକିତ୍ସାଧୀନ ଅବସ୍ଥାରେ ମାଆଙ୍କ ମୃତ୍ୟୁ ଘଟିଛି । ବରଗଡ଼ ଜିଲ୍ଲା ସୋହେଲା ସ୍ଥିତ ମାଷ୍ଟରପଡ଼ାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ, ଗତ ସେପ୍ଟମ୍ବର ୬ ତାରିଖ ଦିନ ସୋହେଲା ସ୍ଥିତ ମାଷ୍ଟରପଡ଼ାରେ ରହୁଥିବା ଅର୍ଜୁନ ସାହୁଙ୍କ ରୋଗାଗ୍ରସ୍ତ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଘରର ମୁଖିଆ ଚାଲିଯିବା ପରେ ଦୁଃଖରେ ଭାଙ୍ଗି ପଡ଼ିଲା ପୁରା ପରିବାର । ଗତ ରବିବାର ସକାଳ ୧୦ଟା ସମୟରେ ପରିବାରର ତିନି ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାନସିକ ଦୁଶ୍ଚିନ୍ତାରେ ଆସି ଅର୍ଜୁନଙ୍କ ସ୍ତ୍ରୀ କୁମୁଦିନି ସାହୁ, ୨୨ ବର୍ଷୀୟା ବିବାହିତ ଝିଅ ଏବଂ ୨୭ ବର୍ଷୀୟ ପୁଅ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । କୀଟନାଶକ ଔଷଧ ଖାଇ ତିନି ଜଣ ଗୁରୁତର ହୋଇପଡ଼ିଥିବା ବେଳେ ପାଖ ପଡ଼ୋଶୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସୋହେଲା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ସମସ୍ତଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ବରଗଡ଼ ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ପୁଅ ଓ ଝିଅର ମୃତ ଘୋଷଣା କରଥିଲେ । ଏହାପରେ ଆଜି ଚିକିତ୍ସାଧୀନ ଅବସ୍ଥାରେ କୁମୁଦିନିଙ୍କ ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢ଼ନ୍ତୁ: ପୁରା ପରିବାର ନେଲା ଚରମ ନିଷ୍ପତ୍ତି: ଆଖି ବୁଜିଲେ 2 ଜଣ, ଜଣେ ଗୁରୁତର

ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ମାନସିକ ଦୁଶ୍ଚିନ୍ତା କାରଣରୁ ପୁରା ପରିବାର ଜୀବନ ହାରିଥିବା ନେଇ ପୋଲିସ ଅନୁମାନ କରୁଥିବା ବେଳେ ଆତ୍ମହତ୍ୟା ପଛରେ କାରଣ କଣ ରହିଛି ସେନେଇ ତଦନ୍ତ ଜାରି ରହିଛି । ବିବାହିତା ଝିଅ ନିଜର ବାପାଙ୍କ ଦେହାନ୍ତ ପରେ ଶାଶୁ ଘରୁ ନିଜ ଘରକୁ ଆସି ଏପରି ନିଷ୍ପତ୍ତି ନେବା ଘଟଣା ରହସ୍ୟ ଘେରରେ ରହିଛି । କେଉଁ ପରିସ୍ଥିତିରେ ପରିବାରର ସମସ୍ତେ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଲେ ? ଏପରି କଣ କାରଣ ହୋଇପାରେ ଯାହା ତିନି ତିନି ଜୀବନକୁ ହରାଇବାକୁ ବାଧ୍ୟ କରିଦେଇଥିଲା ? ଏପରି ଅନେକ ପ୍ରଶ୍ନ ରହିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି ସୁରାଗ ପାଇ ପାରିନାହିଁ । ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ସମ୍ବଲପୁର/ବରଗଡ

Last Updated : Sep 11, 2023, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.