ETV Bharat / state

ବରଗଡରେ ହେବ ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ

ବରଗଡରେ ହେବ ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ । 724 କୋଟି ଟଙ୍କା ବିନିମୟରେ ହେବ ପ୍ରକଳ୍ପ । ଅଧିକ ପଢନ୍ତୁ...

ମେଗା ପାନୀୟ ଜଳ ପ୍ରକଳ୍ପ
ମେଗା ପାନୀୟ ଜଳ ପ୍ରକଳ୍ପ
author img

By

Published : Dec 11, 2020, 8:00 AM IST

ବରଗଡ: ଜିଲ୍ଲାରେ ହେବ 724 କୋଟି ଟଙ୍କା ବିନିମୟରେ 2ଟି ମେଗା ପାନୀୟ ଜଳ ପ୍ରକଳ୍ପ । ଏହି ମେଗା ଜଳ ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ବରଗଡ ଜିଲ୍ଲାର ପାନୀୟ ଜଳ ସମସ୍ୟା ସ୍ଥାୟୀ ଭାବରେ ସମ୍ପୂର୍ଣ ରୂପେ ଦୂର କରିବାକୁ ଏହି ମେଗା ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିବା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ବିଳନୀରେ ଜଣାଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।

ମେଗା ପାନୀୟ ଜଳ ପ୍ରକଳ୍ପ

ସରକାରଙ୍କ ଏହି ଯୋଜନାରେ ବରଗଡ ଜିଲ୍ଲାର ଅତାବିରା ବ୍ଲକର 24 ଟି ପଞ୍ଚାୟତ, ବରପାଲି ବ୍ଲକର 23ଟି ପଞ୍ଚାୟତ, ବିଜେପୁର ବ୍ଲକର 23ଟି ପଞ୍ଚାୟତ, ଗାଇସିଲେଟ ବ୍ଲକର 19 ଟି ପଞ୍ଚାୟତ, ଭେଡେନ ବ୍ଲକର 21 ଟି ପଞ୍ଚାୟତ ଏବଂ ବରଗଡ ବ୍ଲକର 27 ଟି ପଞ୍ଚାୟତର ଲକ୍ଷାଧିକ ଲୋକେ ଉପକୃତ ହେବେ ବୋଲି କୁହାଯାଇଛି ।

ପ୍ରଥମ ପର୍ଯ୍ୟାୟର 10 କୋଟି ଟଙ୍କାର ଅନୁଦାନ ମିଳିଛି । ତେବେ ବରଗଡ ସହରରେ 2007 ମସିହାରୁ ଆରମ୍ଭ ହୋଇଥିବା ବରଗାଁ ଜଳ ପ୍ରକଳ୍ପକୁ ଶେଷ ହେବାକୁ 13 ବର୍ଷ ଲାଗିଯାଇଥିବାବେଳେ ଏହି ନୂତନ ପ୍ରକଳ୍ପ ପୁଣି କେତେ ବର୍ଷରେ ଶେଷ ହେବ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.