ETV Bharat / state

କୋରୋନା ଆତଙ୍କ: ବରଗଡରେ କଡାକଡି ହେବ ଲକଡାଉନ - The lockdown will be severe in Bargarh from Wednesday

ବୁଧବାର ଠୁ ବରଗଡରେ ଲକଡାଉନ ହେବ କଡାକଡି । ତେଜରାତି ଦୋକାନରେ ସାମାଜିକ ଦୂରତା ରଖିବାକୁ ଚେତାବନୀ ଦେଲେ ଏସପି । ଅଧିକ ପଢନ୍ତୁ....

The lockdown will be severe in Bargarh from Wednesday
ବୁଧବାର ଠୁ ବରଗଡରେ ଲାକ ଡାଉନ ହେବ କଡାକଡି
author img

By

Published : Apr 7, 2020, 7:36 PM IST

ବରଗଡ: କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ଓଡିଶାରେ ଦିନକୁ ଦିନ ବଢିଚାଲିଛି । ଏଥିପାଇଁ ସାମାଜିକ ଦୁରତ୍ଵକୁ ମଧ୍ୟ ଅଧିକ ଗୁରୁତ୍ଵ ଦେଇଛି ବରଗଡ ଜିଲ୍ଲା ପୋଲିସ । ଏନେଇ ଏସପି ଏକ ସାମ୍ବାଦିକ ସମ୍ବିଳନୀରେ ବରଗଡର ଜନସାଧାରଣଙ୍କୁ ସାବଧାନତା ଓ ସଚେତନତା ଅବଲମ୍ବନ କରିବାକୁ କହିଛନ୍ତି । ଅତି ଜରୁରୀ ନ ଥିଲେ ବାହାରକୁ ନ ଆସିବାକୁ ବାରଣ କରିଛନ୍ତି ଏସପି । ଅନ୍ୟପଟେ ଦୋକାନ ଗୁଡିକରେ ଲୋକଙ୍କ ଭିଡ ଅଧିକ ରହୁଥିବାରୁ ବୁଧବାର ଠାରୁ କଡା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ବୁଧବାର ଠୁ ବରଗଡରେ ଲାକ ଡାଉନ ହେବ କଡାକଡି

ସହରରେ ଥିବା ପନିପରିବା ଓ ତେଜରାତି ଦୋକାନ ଗୁଡିକୁ ସକାଳ ୧୦ଟାରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ତେଜରାତି ଦୋକାନୀ ଗୁଡିକ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୁରତ୍ଵ ନ ରଖିଲେ, ଦୋକାନକୁ ଲକଡାଉନ ଶେଷ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସିଲ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.