ବରଗଡ: ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ସମୟରେ ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଆଶାକର୍ମୀ ଏବଂ ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାରବର୍ଗ ।
ସୂଚନା ଅନୁଯାୟୀ ବରଗଡ ବ୍ଲକ ବେହେରା ଗ୍ରାମର ଉମାକାନ୍ତ ବଞ୍ଚୋରଙ୍କ ପତ୍ନୀ ରୀତା ବଞ୍ଚୋରଙ୍କ ପ୍ରସବ ପାଇଁ ବରଗଡ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ଏହାପରେ ରୀତାଙ୍କୁ ଅସ୍ତ୍ରୋପଚାର କକ୍ଷକୁ ନିଆଯାଇଥିଲା ଏବଂ ଅସ୍ତ୍ରୋପଚାର ସମୟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପରିବାର ଲୋକେ ଆଶାକର୍ମୀ ଓ ଡାକ୍ତରଙ୍କ ଅବହେଳା ଯୋଗୁଁ ସେମାନଙ୍କୁ ଦାୟୀ କରୁଥିବା ବେଳେ ଶିଶୁ ଜନ୍ମ ସମୟରେ ହୃଦଘାତ ଯୋଗୁଁ ମହିଳାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ