ETV Bharat / state

ନାବାଳିକାଙ୍କ ହତ୍ୟା ଘଟଣା: ସନ୍ଦେହ ଘେରରେ ପୋଲିସର କାର୍ଯ୍ୟକଳାପ

ଚର୍ଚ୍ଚାରେ ନାବାଳିକା ହତ୍ୟା ଘଟଣା । ବରଗଡ ପଦ୍ମପୁର ଉପଖଣ୍ଡରେ ଖୋଦ ପୋଲିସ ଅଧିକାରୀଙ୍କ ନାଁରେ ଅଭିଯୋଗ କଲେ ସାଧାରଣ ଲୋକେ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବରଗଡ
author img

By

Published : Aug 28, 2019, 4:02 AM IST

ବରଗଡ: ପୋଲିସ ଅଧିକାରୀଙ୍କ କାର୍ଯ୍ୟକଳାପ ନେଇ ସାଧାରଣରେ ଉଠିଛି ପ୍ରଶ୍ନବାଚୀ । ବରଗଡ ପଦ୍ମପୁର ଉପଖଣ୍ଡରେ ଖୋଦ ପୋଲିସ ଅଧିକାରୀଙ୍କ ନାଁରେ ଅଭିଯୋଗ କରିଛନ୍ତି ସାଧାରଣଲୋକେ। ଏହି ଅଞ୍ଚଳରେ ବହୁ ଅପହରଣ ଓ ହତ୍ୟାକାଣ୍ଡ ଘଟୁଥିବା ବେଳେ ଅପରାଧୀଙ୍କ ଠାରୁ ହାତଗୁଞ୍ଜା ନେଇ ହତ୍ୟାକାଣ୍ଡ ଘଟଣାକୁ ପଦ୍ମପୁର ପୋଲିସ ତଦନ୍ତ ପରିସରକୁ ଆଣୁ ନଥିବା ଅଭିଯୋଗ ହୋଇଛି |

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବରଗଡ

ଜଗଦଲପୁର ଥାନା ଅନ୍ତର୍ଗତ ଲଉଡିଧରା ଗ୍ରାମର ନାବାଳିକା ଘରୁ ନିଖୋଜ ହେବା ପରେ ମୃତଦେହ ଗୋଟିଏ କୂଅରୁ ଉଦ୍ଧାର କରାଯାଇଥିଲା । ନାବାଳିକା ଶରୀରରେ କ୍ଷତାକ୍ତ ଚିହ୍ନ ସ୍ପଷ୍ଟ ଜଣାପଡୁ ଥିବାବେଳେ ନାବାଳିକାର ବାପା ପ୍ରେମଜନିତ ହତ୍ୟା ଅଭିଯୋଗ ଆଣି ଥାନାକୁ ଯାଇଥିଲେ । ମାତ୍ର ପୋଲିସ ଏହାକୁ ଅପମୃତ୍ୟୁ ମାମଲା କହି ଅଭିଯୁକ୍ତକୁ ଛାଡି ଦେଇଥିଲେ । ଏପରିକି ଏତଲାର ନକଲ ମଧ୍ୟ ଦେବାକୁ ପୋଲିସ ମନା କରିଦେଇଥିଲେ ।

ମୃତ୍ୟୁ ଘଟଣାରେ ସ୍ଥାନୀୟ ପୋଲିସ ଚୁପ ରହି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବାରୁ ପରିବାର ଲୋକେ ବରଗଡ ଏସପିଙ୍କୁ ଭେଟିଥିଲେ । କିନ୍ତୁ ଏସ.ପିଙ୍କ ନିର୍ଦ୍ଦେଶ ସତ୍ବେ ମଧ୍ୟ ସ୍ଥାନୀୟ ପୋଲିସ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଏହି ହତ୍ୟା ଘଟଣାକୁ ଗୋଟେ ମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି। ଏଦିଗରେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ । ଯାହାକୁ ନେଇ ସ୍ଥାନୀୟ ପଦ୍ମପୁର, ପାଇକମାଳ, ଝାରବନ୍ଧ, ଜଗଦଳପୁର ଓ ବୁଡେନ ଥାନା ଅଧୀନରେ ହତ୍ୟାକାଣ୍ଡ ଘଟଣା ଗୁଡିକୁ ପୋଲିସ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ନିଜ ମୁଣ୍ଡରୁ ଦାୟିତ୍ଵ ଖସାଇ ଦେଉଥିବା ଅଭିଯୋଗ ହେଉଛି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ପଦ୍ମପୁର ଉପଖଣ୍ଡରେ ଦୁର୍ନୀତିରେ ଲିପ୍ତ ଖୋଦ ପୋଲିସ ଅଧିକାରୀ | ଏହି ଅଞ୍ଚଳରେ ବହୁ ଅପହରଣ ଓ ହତ୍ୟାକାଣ୍ଡ ଘଟୁଥିବା ବେଳେ ଅପରାଧୀଙ୍କୁ ଠାରୁ ହାତଗୁଞ୍ଜା ନେଇ ହତ୍ୟାକାଣ୍ଡ ଘଟଣା ଗୁଡିକୁ ପଦ୍ମପୁର ପୋଲିସ ତଦନ୍ତ ପରିସରକୁ ଆଣୁନଥିବା ଅଭିଯୋଗ ହୋଇଛି | ଜଗଦଲପୁର ଥାନା ଅନ୍ତର୍ଗତ ଲଉଡିଧରା ଗ୍ରାମର ନାବାଳିକା ମୃତ୍ୟୁ ଘଟଣାରେ ସ୍ଥାନୀୟ ପୋଲିସ ଚୁପ ରହି ଘଟଣାକୁ ଚପାଇଦେବାକୁ ପ୍ରୟାଶ କରୁଥିବା ବେଳେ ପରିବାର ଲୋକେ ବରଗଡ ଏସ.ପି ଙ୍କୁ ଭେଟିବାକୁ ଯାଇଥିଲେ କିନ୍ତୁ ଏସ.ପି ଙ୍କ ନିର୍ଦେଶ ସତ୍ବେ ମଧ୍ୟ ସ୍ଥାନୀୟ ପୋଲିସ ଅଧିକାରୀ କୌଣସି ପଦକ୍ଷେପ ନେଇନାହାନ୍ତି | ଏହି ହତ୍ୟା ଘଟଣାକୁ ଗୋଟେ ମାସ ବିତିଯାଇଥିଲେ ସୁଦ୍ଧା ପୋଲିସ ପରିବାର ଲୋକଙ୍କ ଅଭିଯୋଗକୁ ଏବଂ ଏସପି ଙ୍କ ନିର୍ଦେଶ କୁ ଖାତିର ନକରି ଚୁପ ବସିବା ପଛର ରହସ୍ୟ ଲୋକଙ୍କ ଠାରେ ଅଛୁପା ହୋଇ ରହି ନାହିଂ |ସ୍ଥାନୀୟ ପଦ୍ମପୁର, ପାଇକମାଳ, ଝାରବନ୍ଧ, ଜଗଦଳପୁର ଓ ବୁଡେନ ଥାନା ଅଧୀନରେ ହତ୍ୟାକାଣ୍ଡ ଘଟନା ଗୁଡିକୁ ପୋଲିସ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ନିଜର ଦାୟିତ୍ଵ ସାରି ଦେଊଛି ଏବଂ ଅପରାଧୀ ମାନଙ୍କୁ ସହଯୋଗ କରୁଥିବା ଅଭିଯୋଗ ହେଉଛି
Body:ଜଗଦଳପୁର ଥାନା ଅନ୍ତର୍ଗତ ଲଉଡିଧରା ଗ୍ରାମର ବିରଞ୍ଚି ସାମଲଙ୍କର ୧୪ ବର୍ଷର ନାବାଳିକା ଝିଅ ଘରୁ ନିଖୋଜ ହୋଇଯାଇଥିଲା । ନିଖୋଜ ହେବାର ପରଦିନ ତାର ମୃତଦେହ ଗ୍ରାମର ଗୋଟିଏ କୂଅରୁ ଉଦ୍ଧାର କରାଯାଇଥିଲା । ନାବାଳିକାର ପିତା ଗ୍ରାମର ଜଣେ ଯୁବକଙ୍କ ନାମରେ ପ୍ରେମ ଜନିତ କାରଣରୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ଏହାକୁ ଅପମୃତ୍ୟୁ ମାମଲା କହି ଅଭିଯୁକ୍ତକୁ ଛାଡି ଦେଇଥିଲେ । ଏପରିକି ଏତଲାର ନକଲ ଦେବାକୁ ପୋଲିସ ଅଭିଯୋଗକାରୀଙ୍କୁ ମନା କରିଦେଇଥିଲେ । ଏସପିଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଏତଲାର ନକଲ ମିଳିଥିଲା । ମୃତ ନାବାଳିକାଙ୍କ ବାପା ଘଟଣାରେ ଜଗଦଲପୁର ପୋଲିସ ଆଦୌ ତଦନ୍ତ କରୁ ନଥିବା ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ମୃତ ଶରୀରରେ ଆଘାତ ଲାଗି ରହିଥିବା ଚିହ୍ନ ସ୍ପଷ୍ଟ ଜଣାପଡୁଥିବାବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ମୃତ୍ୟୁ ପୂର୍ବରୁ ଆଘାତ ଲାଗିଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ତେବେ ପୋଲିସ କିନ୍ତୁ କେଉଁ ସ୍ଵାର୍ଥରେ ଚୁପ ହୋଇ ବସିଛି, ତାହା ସନ୍ଦେହଜନକ ।

ବାଇଟ ୧ - କିଶୋର ସାମଲ ( ଗ୍ରାମବାସୀ )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.