ETV Bharat / state

ଅସୁସ୍ଥତା ମଧ୍ୟରେ ବାଜି ମାରିଲେ ସୁଶାନ୍ତ ସିଂହ

ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୃତୀୟ ଥର ପାଇଁ ବିଜୟ ବାନା ଉଡାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂହ । ଅସୁସ୍ଥତା ସତ୍ତ୍ବେ ସେ ବିପୁଳ ପରିମାଣ ଜନ ସମର୍ଥନରେ ବିଜୟ ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : May 24, 2019, 9:17 AM IST

ବରଗଡ: ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୃତୀୟ ଥର ପାଇଁ ବିଜୟ ବାନା ଉଡାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂହ । ଅସୁସ୍ଥତା ସତ୍ତ୍ବେ ସେ ବିପୁଳ ପରିମାଣର ଜନ ସମର୍ଥନରେ ବିଜୟ ହାସଲ କରିଛନ୍ତି । ବିଜେପୁରରେ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇଥିବା ବେଳେ ବରଗଡର ସମସ୍ତ ଦାୟିତ୍ବ ନେଇଥିଲେ ସୁଶାନ୍ତ । ତେବେ ଅଳ୍ପ କିଛି ଦିନର ପରିଶ୍ରମ ପରେ ଏହି ବିଜୟ ହାସଲ କରିଛନ୍ତି ସୁଶାନ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନା ଅନୁଯାୟୀ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ 23,332 ଭୋଟ ବ୍ୟବଧାନରେ ସୁଶାନ୍ତ ମୋଟ 98,385ଟି ଭୋଟ ସହ ବିଜେପି ପ୍ରତିଦ୍ବନ୍ଦୀ ଇରାଶିଷ ଆଚାର୍ଯ୍ୟଙ୍କୁ ମାତ୍‌ ଦେଇଛନ୍ତି । ଅନ୍ୟପଟେ ଲଗାତାର 3 ଥର ବିଜୟ ହାସଲ କରି ଲୋକଙ୍କ ବିଶ୍ବାସ ଜିତି ପାରିଥିବା ପ୍ରକାଶ କରିଛନ୍ତି ସୁଶାନ୍ତ ।

ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁଶାନ୍ତ ସିଂହ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

||ବରଗଡ ||
 ବରଗଡ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ବିଜୟୀ ହୋଇଛନ୍ତି  ସୁଶାନ୍ତ ସିଂ | ଲଗାତାର ତିନିତିନି ଥର ଲୋକେ ସୁଶାନ୍ତ ସିଂ ଙ୍କ ଉପରେ ଆସ୍ଥା ରଖିଛନ୍ତି ଓ ପୁଣିଥରେ ବିଜୟୀ କରିଛନ୍ତି | ବିଜେପୁର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନିର୍ବାଚନୀ ମଇଦାନକୁ ଅହଲ୍ଲାଇଥିବା ବେଳେ ସୁଶାନ୍ତ ସିଂ ଙ୍କର ସମସ୍ତ  ଦାୟିତ୍ଵ ରହିଥିଲା ଏହି ଅଞ୍ଚଳରେ , ଏବଂ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଅସୁସ୍ଥ ରହିଥିଲା ତଥାପି ମଧ୍ୟ ସେ ନିଜ ଅଞ୍ଚଳରେ ଅତି କମ ସମୟରେ ଅଳ୍ପ  ପ୍ରଚାର ପ୍ରସାର କରି ନିର୍ବାଚନି ମଇଦାନକୁ ଆସିଥିଲେ ମଧ୍ୟ ଜନତା ତାଙ୍କୁ ବିଜୟୀ କରିଛି  | ଲଗାତାର 3 ଥର  ବିଜୟୀ ହେବା ପରେ ପୁଣି  ଲୋକଙ୍କ ସେବାରେ ନିଜକୁ ନିଯୋଜିତ କରିବ ଏ ବୋଲି ନିଜର ପ୍ରତିକ୍ରିୟା ଦେଇଛନ୍ତି ସୁଶାନ୍ତ ସିଂ |
 ସୁଶାନ୍ତ ସିଂ ଭଟଲି ବିଧାନସଭାରେ 98385 ଭୋଟ ହାତେଇଥିବା ବେଳେ  ବିଜେପି ଦଳର ଇରାଶିଷ ଆଚାର୍ଯ୍ୟ 75055 ଭୋଟ ପାଇଥିଲେ ତେବେ ବିଜେପି ଦଳର ଇରାଶିଷ ଙ୍କୁ 23332 ଭୋଟରେ ହରାଇ ଭଟଲି ଆସନକୁ ନିଜ ଅଧୀନରେ ଆଣିପାରିଛନ୍ତି ସୁଶାନ୍ତ ସିଂ  | ତେବେ ଲଗାତାର ତିନି ଥର ବିଜୟୀ ହୋଇଥିଲେ ସୁଦ୍ଧା ଭଟଲି ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ସମର୍ଥକ ବହୁ ମାତ୍ରାରେ ବଢି ଚାଲିଥିବା ପ୍ରମାଣିତ ହୋଇଯାଇଛି |
 ବାଇଟ ଓ ଭିଡିଓ mojo ରେ ଯାଇଛି |
 odbgh_sushantasingh_7203682
ବାଇଟ 1- ସୁଶାନ୍ତ ସିଂହ ( ବିଜୟୀ ପ୍ରାର୍ଥୀ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.