ETV Bharat / state

ଆତ୍ମହତ୍ୟା ଉଦ୍ୟମ ଭିଡିଓ ଭାଇରାଲ ଘଟଣା: ଫସାଇବାକୁ ଚକ୍ରାନ୍ତ କରୁଥିବା ଗ୍ରାମବାସୀଙ୍କ ଅଭିଯୋଗ - ବରଗଡ ଖବର

‘ମାଛ ଚାଷ କରିଥିବା ବନ୍ଧକୁ ପୋତି ଦେଲେ , ମୋର ବହୁତ କ୍ଷତି ହୋଇଗଲା ସେଥିପାଇଁ ମୁଁ ଆତ୍ମହତ୍ୟା କରୁଛି’, ଏପରି କହିବା ସହ ବିଷ ପିଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ମହେଶ୍ଵର ମେଲି। ବିଷ ଖାଇ ଏବେ ଚିକିତ୍ସିତ ଅବସ୍ଥାରେ ଥିବା ମହେଶ୍ଵର ମେଲିଙ୍କ କଥା ଶୁଣିଲେ କେହି ମଧ୍ୟ ବିଶ୍ବାସ କରିବା ସ୍ଵାଭାବିକ ମାତ୍ର ଗ୍ରାଉଣ୍ଡ ରିପୋର୍ଟ ରହିଛି କିଛି ଅଲଗା, ଯାହାର ସତ୍ୟାସତ୍ୟ ଏବେ ପଦାକୁ ଆସିଛି । ଅଧିକ ପଢନ୍ତୁ...

ଆତ୍ମହତ୍ୟା ଉଦ୍ୟମ ଭିଡିଓ ଭାଇରାଲ ଘଟଣା: ଫସାଇବାକୁ ଚକ୍ରାନ୍ତ କରୁଥିବା ଗ୍ରାମବାସୀଙ୍କ ଅଭିଯୋଗ

author img

By

Published : Jul 3, 2020, 4:24 AM IST

ବରଗଡ: ‘ମାଛ ଚାଷ କରିଥିବା ବନ୍ଧକୁ ପୋତି ଦେଲେ , ମୋର ବହୁତ କ୍ଷତି ହୋଇଗଲା ସେଥିପାଇଁ ମୁଁ ଆତ୍ମହତ୍ୟା କରୁଛି’, ଏପରି କହିବା ସହ ବିଷ ପିଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ମହେଶ୍ଵର ମେଲି। ବିଷ ଖାଇ ଏବେ ଚିକିତ୍ସିତ ଅବସ୍ଥାରେ ଥିବା ମହେଶ୍ଵର ମେଲିଙ୍କ କଥା ଶୁଣିଲେ କେହି ମଧ୍ୟ ବିଶ୍ବାସ କରିବା ସ୍ଵାଭାବିକ ମାତ୍ର ଗ୍ରାଉଣ୍ଡ ରିପୋର୍ଟ ରହିଛି କିଛି ଅଲଗା ଯାହାର ସତ୍ୟାସତ୍ୟ ଏବେ ପଦାକୁ ଆସିଛି । ଏପରି ଘଟଣା ଘଟିଛି ବରଗଡ ବ୍ଲକ ନୂନିଆଁ ଜାମପାଳି ଗ୍ରାମପଞ୍ଚାୟତରେ ।

ଆତ୍ମହତ୍ୟା ଉଦ୍ୟମ ଭିଡିଓ ଭାଇରାଲ ଘଟଣା: ଫସାଇବାକୁ ଚକ୍ରାନ୍ତ କରୁଥିବା ଗ୍ରାମବାସୀଙ୍କ ଅଭିଯୋଗ

ବ୍ଲକ ନୂନିଆଁ ଜାମପାଳି ଗ୍ରାମପଞ୍ଚାୟତର ମହେଶ୍ଵର ମେଲିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଘୂରିବୁଲିବା ପରେ ଗ୍ରାମବାସୀ ଆଣିଲେ ଅଭିଯୋଗ । ମହେଶ୍ଵର ଏକ ଜିଦଖୋର ବ୍ୟକ୍ତି ଏବଂ ରାସ୍ତା ଜବରଦଖଲ କରି ଗ୍ରାମବାସୀଙ୍କ ସହିତ ଗଣ୍ଡଗୋଳ କରିବା ପରେ ଆତ୍ମହତ୍ୟା ଉଦ୍ୟମ କରି ଅନ୍ୟମାନଙ୍କୁ ଫସାଇବାକୁ ଚକ୍ରାନ୍ତ କରିଥିବା କହିଲେ ଗ୍ରାମବାସୀ।

ମହେଶ୍ଵର ମେଲି କିଣିଥିବା ୮୫ ଡିସିମିଲ ଜମିରେ ଗ୍ରାମ୍ୟ ଗୋଚର ଜମି ରହିଥିବା ବେଳେ ସେ ସମସ୍ତ ଜମିରେ ମାଛ ଚାଷ ପାଇଁ ବନ୍ଧ ନିର୍ମାଣ କରିଦେଇଥିଲେ । ଏପରିକି ଜନସାଧାରଣଙ୍କ ଯିବା ଆସିବାପାଇଁ ରହିଥିବା ରାସ୍ତା ଉପରେ ମାଟି ପକାଇ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ ମହେଶ୍ଵର । ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳ ଉପୁଜିଥିଲା । ସମଗ୍ର ଗ୍ରାମବାସୀ ଗୋଟେ ପଟେ ତ ଅନ୍ୟପଟେ କେବଳ ମହେଶ୍ଵର ଏକାକୀ । ତେବେ ଗଣ୍ଡଗୋଳରେ ନିଜର ପକ୍ଷକୁ ସୁଦୃଢ କରିବା ପାଇଁ ଶେଷରେ ବ୍ୟକ୍ତି ଜଣକ ନିଜେ ବିଷଖାଇ ଅନ୍ୟମାନଙ୍କ ନାମରେ ଦୋଷ ଲଦିଦେଇ ସୋସିଆଲ ମିଡିଆରେ ଭାଇରାଲ କରାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ | ତେବେ ଘଟଣାସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.