ବରଗଡ: 32 ମାସ ଧରି ଦରମା ପାଇ ନ ଥିବା ବରଗଡ଼ ଚିନି କାରଖାନାର କର୍ମଚାରୀମାନେ ଲକଡାଉନ ସମୟରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକଡାଉନକୁ ୪୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଅଧିକାରୀ ସେମାନଙ୍କ ସମସ୍ୟା ବୁଝୁଛନ୍ତି । ଏପିରିକି ସେମାନଙ୍କ ନିକଟରେ ଏଯାବତ୍ କୌଣସି ସରକାରୀ ସହାୟତା ମଧ୍ୟ ପହଞ୍ଚିପାରନାହିଁ ।
ଏନେଇ କର୍ମଚାରୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇ ନ ଥିବା ଅଭିଯୋଗ କରିଛନ୍ତି । ତେବେ ଏନେଇ ପୁଣିଥରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଏହି କର୍ମଚାରୀ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ