ETV Bharat / state

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ପୁଣି ଫେରିବ ଦ୍ବାପରଯୁଗର କୃଷ୍ଣଲୀଳା

author img

By ETV Bharat Odisha Team

Published : Dec 26, 2023, 6:51 AM IST

Subha Stambha Set Up For Dhanu Yatra: ବରଗଡର 76ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରତିଷ୍ଠା ହୋଇଛି ଶୁଭସ୍ତମ୍ଭ । ଆସନ୍ତା ଜାନୁଆରୀ 15ରୁ 25 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଅଧିକ ପଢନ୍ତୁ

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ  ସ୍ଥାପନ ହେଲା ଶୁଭସ୍ତମ୍ଭ  , ପୁଣି ଫେରିବ ଦ୍ବାପରଯୁଗର କୃଷ୍ଣଲୀଳା

ବରଗଡ଼ : ଆସନ୍ତା ଜାନୁଆରୀ 15 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ବରଗଡର 76ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଆୟୋଜିତ ହେବାକୁଥିବା ବେଳେ ଆଜି ଗୋପପୁରରେ ଶୁଭସ୍ଥମ୍ଭ ସ୍ଥାପିତ ହୋଇଯାଇଛି । ଗତ 22 ତାରିଖରେ ମଥୁରା ନଗରୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ ଗୋପପୁରରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଆଜି ଶୁଭ ସ୍ତମ୍ଭ ସ୍ଥାପିତ କରାଯାଇଛି | ସମଲେଶ୍ଵରୀ ମନ୍ଦିର ଠାରେ ପରମ୍ପରା ଅନୁଯାୟୀ ପୂଜାପାଠ କରିବା ପରେ କୃଷ୍ଣ ଓ ବଳରାମଙ୍କୁ ବରଣ କରାଯାଇ ସାଂସ୍କୃତିକ ଶୋଭାଯାତ୍ରା ସହିତ ସ୍ଥାନୀୟ ଜୀରା ନଦୀ କୂଳରେ ରହିଥିବା କଦମ୍ବ ବନ ନିକଟକୁ ପହଞ୍ଚିଥିଲା । ଧନୁଯାତ୍ରାରେ ଯମୁନା ନଦୀ ପାଲଟୁଥିବା ଜିରା ନଦୀ କୂଳର କଦମ୍ବ ବୃକ୍ଷରେ ଧାର୍ଯ୍ୟ ଲଗ୍ନ ସମୟରେ ପୂଜାର୍ଚନା କରାଯାଇଥିଲା ଏବଂ ଶୁଭଧ୍ଵଜା ଲଗାଯାଇଥିଲା । ବରଗଡ଼ ଉପଜିଲ୍ଲାପାଳ କୁମାର ନାଗ ଭୂଷଣ ମିଶ୍ର ପୂଜାର କର୍ତ୍ତା ହୋଇଥିବା ବେଳେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ, ଧନୁଯାତ୍ରା କମିଟିର ସମ୍ପାଦକ ସୁରେସ୍ଵର ଶତପଥିଙ୍କ ସହିତ ଗୋପପୁର କମିଟି ଓ ମଥୁରା କମିଟିର ବିଭିନ୍ନ ସଦସ୍ୟ ଓ ବହୁ କଳାକାର ଏହି ଶୁଭସ୍ତମ୍ଭ ସ୍ଥାପନ ସମୟରେ ଉପସ୍ଥିତ ଥିଲେ ।

ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାରେ ଅମ୍ବାପାଲି ଗୋପପୁର ପାଲଟିଯାଇଥାଏ ଏବଂ ଏଠାକାର ବାସିନ୍ଦା ସେହି ଦ୍ଵାପର ଯୁଗର ମଣିଷ ପରି ନିଜକୁ ମନେ କରିଥାନ୍ତି | ତେବେ ଆଉ କିଛି ଦିନ ପରେ ଅମ୍ବାପାଲି ସମ୍ପୂର୍ଣ୍ଣ ଗୋପପୁରରେ ସଜାଡ଼ି ହୋଇଯିବ ଏବଂ ଏଠାକାର ଗୋପୀ ଗୋପାଙ୍ଗମାନଙ୍କୁ ଦେଖିବାକୁ ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଛୁଟିବ । ତେବେ ଆସନ୍ତା 2024 ଜାନୁଆରୀ 17 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ଗୋପପୁର ପାଲଟୁଥିବା ଅମ୍ବାପାଲିରେ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ, ଏହି ସାତ ଦିନ ଧରି ଅମ୍ବାପାଳି ଗ୍ରାମରେ ଭକ୍ତି ପୂର୍ଣ୍ଣ ଓ ଆଧ୍ୟାତ୍ମିକ ମାହୋଲ ଲାଗିରହିଥାଏ l ଧନୁଯାତ୍ରା ଚାଲୁଥିବା ପର୍ଯ୍ୟନ୍ତ ଅମ୍ବାପାଲି ଗ୍ରାମବାସୀ କେହି ମଧ୍ୟ ଘରେ କିମ୍ବା ଗ୍ରାମରେ ଆମିଷ ଭକ୍ଷଣ କରିନଥାନ୍ତି l ଏପରିକି ଗ୍ରାମରେ ଏହି ଧନୁଯାତ୍ରା ସମୟରେ ଆଦୌ ଆମିଷ ବିକ୍ରି ମଧ୍ୟ ହୋଇନଆଏ l

ଏହା ମଧ୍ୟ ପଢନ୍ତୁ ... ଜାନୁଆରୀ 15ରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, ସ୍ଥାପନ ହେଲା ଶୁଭସ୍ତମ୍ଭ

ତେବେ ଏହି ଧନୁଯାତ୍ରା ସମୟରେ କଳିଯୁଗର ଏହି ଅମ୍ବାପାଲିରେ ଶ୍ରୀକୃଷ୍ଣ ଓ ବଳରାମଙ୍କ ସହିତ ରାଧା ଓ ଗୋପୀ ଗୋପାଙ୍ଗ ମାନଙ୍କର ଅଭିନୟ ଏବଂ ଗ୍ରାମରେ ସେହି ପୌରାଣିକ ସମୟର ପରିବେଶ କାରଣରୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଦେଖିବାକୁ ଆସୁଥିବା ଲୋକେ ନିଜକୁ ସେହି ଦ୍ୱାପର ଯୁଗର ଗୋପପୁରରେ ଛିଡ଼ା ହୋଇଥିବା ପରି ଅନୁଭବ କରିଥାନ୍ତି । ଗୋପପୁରର ସମସ୍ତଙ୍କ କାନ୍ଥରେ କୃଷ୍ଣଙ୍କ ବିଭିନ୍ନ ବାଲ୍ୟଲୀଳା ଉପରେ ଚିତ୍ରାଙ୍କନ ରହିଥାଏ ଏବଂ ହରିନାମ କୀର୍ତ୍ତନ ସବୁବେଳେ ଉଚ୍ଚାରଣ ଲାଗିରହିଥାଏ । ତେବେ ଚଲିତ ବର୍ଷ ମଧ୍ୟ ଗୋପପୁରର ମୂଖ୍ୟ ଭୂମିକା ରାଧା,କୃଷ୍ଣ ଓ ବଲରାମ ଭାବେ ପୂର୍ବ ବର୍ଷ ଯେଉଁ କଳାକାର ମାନେ ଅଭିନୟ କରିଥିଲେ ସେମାନେ ପୁଣି ଏଥର ମଧ୍ୟ ଅଭିନୟ କରିବେ ବୋଲି ଗୋପପୁର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.