ETV Bharat / state

ସ୍କୁଲ ଖୋଲିବାର ପ୍ରଥମ ଦିନରେ ଉତ୍ସାହିତ ବରଗଡ଼ର ଛାତ୍ରଛାତ୍ରୀ ଓ ଶିକ୍ଷକ - ସ୍କୁଲ ଖୋଲିବା ପରେ ବରଗଡରେ ଛାତ୍ରଙ୍କୁ ସ୍ବାଗତ

ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବା ପରେ ବିଭିନ୍ନ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରାଯିବା ସହିତ ବେଲୁନରେ ସାଜସଜ୍ଜା କରାଯାଇଥିଲା ସ୍କୁଲ । ଅଧିକ ପଢନ୍ତୁ

ସ୍କୁଲ ଖୋଲିବାର ପ୍ରଥମ ଦିନରେ ଉତ୍ସାହିତ ବରଗଡ଼ର ଛାତ୍ରଛାତ୍ରୀ ଓ ଶିକ୍ଷକ

author img

By

Published : Feb 28, 2022, 10:54 PM IST

ବରଗଡ: ମହାମାରୀ କରୋନାର ପ୍ରଭାବ କମିବା ପରେ ଦୀର୍ଘ ଦୁଇ ବର୍ଷ ପରେ ଆଜି(ସୋମବାର) ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ । ଏଥିପାଇଁ ବିଭିନ୍ନ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରାଯିବା ସହିତ ବେଲୁନରେ ସାଜସଜ୍ଜା କରାଯାଇଥିଲା ସ୍କୁଲ । ତେବେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଅବିଭାବକମାନେ ବେଶ ଉତ୍ସାହିତ ରହିଥିବା ବେଳେ ସ୍କୁଲ ଶିକ୍ଷକମାନେ ମଧ୍ୟ ସ୍କୁଲରେ ନିଜ ଛାତ୍ରଛାତ୍ରୀ ମାନଙ୍କୁ ପାଇ ବେଶ ଆନନ୍ଦିତ ହୋଇଛନ୍ତି ।

ସ୍କୁଲ ଖୋଲିବାର ପ୍ରଥମ ଦିନରେ ଉତ୍ସାହିତ ବରଗଡ଼ର ଛାତ୍ରଛାତ୍ରୀ ଓ ଶିକ୍ଷକ

ସ୍କୁଲ ଖୋଲିବାର ପ୍ରଥମ ଦିନରେ ଆଜି ପ୍ରାଥମିକ ସ୍କୁଲମାନଙ୍କରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ ଉକ୍ତ କାର୍ଯ୍ୟକ୍ରମରେ ଅନେକ ପୂର୍ବ ପ୍ରସ୍ତୁତି କରାଯାଇଥିଲା । ଯେପରିକି ଶ୍ରେଣୀ କୋଠରୀ ସାନିଟାଇଜ, ଶୌଚାଳୟର ସ୍ୱଚ୍ଛତା, ବିଦ୍ୟାଳୟ ପରିସର ସଫେଇ, ବିଦ୍ୟାଳୟ ପରିସର ଓ ମୁଖ୍ୟ ଦ୍ଵାରକୁ ବେଲୁନ ଏବଂ ଫୁଲରେ କରାଯାଇ, ରଙ୍ଗୋଲି, କଳସ, ଦୀପ ପ୍ରଜ୍ଵଳନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସବ ପରି ଫୁଲ ସିଞ୍ଚନ ଓ ଟିକା ଲଗାଇ ସ୍ୱାଗତ କରାଯାଇଛି । ଛାତ୍ରଛାତ୍ରୀ ଖୁସିର ସହିତ ବିଦ୍ୟାଳୟକୁ ଆସି କୋଭିଡ ନିୟମ ଅନୁଯାୟୀ ପ୍ରାର୍ଥନା କରିବା ପରେ ନିଜ ନିଜ ସ୍ଥାନରେ ବସିଲେ । ତେବେ ଆଜି ଡିଆଇଇଟିର ନିୟମ ଅନୁସାରେ ପ୍ରଥମରୁ ପଞ୍ଚମ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗଳ୍ପ କଥନ, କଥୋପକଥନ, ରୁମାଲଚୋରି ଓ ବିଭିନ୍ନ ଖେଳ ଦ୍ବାରା ଆନନ୍ଦ ଭିତ୍ତିକ ଶିକ୍ଷଣ ପରିବେଶ ସୃଷ୍ଟି କରାଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.