ETV Bharat / state

କୀଟନାଶକ ମିଶା ପାଣି ପିଇ 17 ଛାତ୍ର ଅସୁସ୍ଥ, ଜଣେ ଗୁରୁତର - ପାଣିରେ ବିଷ ମିଶାଇଲେ ଛାତ୍ର ଖବର

ହଷ୍ଟେଲରେ ରହୁଥିବା ଛାତ୍ରଙ୍କ ପିଇବା ପାଣିରେ କୀଟନାଶକ ମିଶାଇଲେ ଅନ୍ୟ ଜଣେ ଛାତ୍ର । 17 ଅସୁସ୍ଥ, କୀଟନାଶକ ମିଶାଇଥିବା ଛାତ୍ର ଗୁରୁତର । ଅଧିକ ପଢନ୍ତୁ

Student Mix Pesticide With Water: କୀଟନାଶକ ମିଶା ପାଣି ପିଇ 17 ଛାତ୍ର ଅସୁସ୍ଥ, ଜଣେ ଗୁରୁତର

author img

By

Published : Dec 9, 2021, 7:44 AM IST

ବରଗଡ଼: ଜିଲ୍ଲାରେ ଚାଞ୍ଚଲ୍ୟ, କମଗାଁ କଲେଜରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ହଷ୍ଟେଲରେ ରହୁଥିବା ଛାତ୍ରଙ୍କ ପିଇବା ପାଣିରେ କୀଟନାଶକ ମିଶାଇଲେ ଅନ୍ୟ ଜଣେ ଛାତ୍ର । 17 ଜଣ ଛାତ୍ର ଅସୁସ୍ଥ ଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର । ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇ ଥିବାବେଳେ ଅନ୍ୟମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

ସୂଚନା ଅନୁଯାୟୀ ବରଗଡ଼ କମଗାଁ କଲେଜ ହଷ୍ଟେଲର ଜଣେ ଛାତ୍ର ସମସ୍ତଙ୍କ ପିଇବା ପାଣିରେ କୀଟନାଶକ ମିଶାଇ ଦେଇଥିଲେ । ଅଧିକାଂଶ ଛାତ୍ର ରାତ୍ର ଭୋଜନ ପରେ ସେହି ପାଣିକୁ ପିଇଥିଲେ । ବିଷ ମିଶାଇଥିବା ଛାତ୍ର ଜଣକ ମଧ୍ୟ ସେହି ପାଣିକୁ ପିଇଥିଲେ । ମାତ୍ର ପାଣିରୁ ଦୁର୍ଗନ୍ଧ ଆସିବାରୁ କମ୍ ପରିମାଣର ପାଣି ପିଇଥିଲେ । ମାତ୍ର କିଛି ସମୟ ପରେ ଛାତ୍ରମାନେ ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତଙ୍କୁ ବରଗଡ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ବଡ କଥା ହେଉଛି କି ଯେଉଁ ଛାତ୍ର ଜଣକ ପିଇବା ପାଣିରେ କୀଟନାଶକ ମିଶାଇଥିଲେ, ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ସମ୍ବଲପୁର ସ୍ଥିତ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ସେ ଏପରି ଏକ କାଣ୍ଡ କରିଛନ୍ତି ସେନେଇ ସ୍ପଷ୍ଟ ହୋଇନାହିଁ । ତଦନ୍ତ ପରେ ପ୍ରକୃତ କାରଣ ପଦାକୁ ଆସିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.