ETV Bharat / state

ଉଠା ଦୋକାନୀଙ୍କୁ ହଟାଇଲା ପୋଲିସ ଓ ପୌରପରିଷଦ - ଜବର ଦଖଲ ଉଚ୍ଛେଦ

ପୋଲିସ ସାମନାରେ ଧନି, ଗରିବ ସମସ୍ତେ ସମାନ । କିନ୍ତୁ ବରଗଡ ପୋଲିସର କିଛି କାର୍ଯ୍ୟକଳାପ ପ୍ରତି ସୃଷ୍ଟି ହୋଇଛି ପ୍ରଶ୍ନ । ରାସ୍ତା ଉପରେ ଘର କିମ୍ବା ଦୋକାନ ନିର୍ମାଣ କଲେ ସେଥିପ୍ରତି ଦୃଷ୍ଟି ନଦେଇ ଉଠା ଦୋକାନୀଙ୍କୁ ହଟାଇବାରେ ବ୍ୟସ୍ତ ରହୁଛି ବରଗଡ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jul 24, 2019, 8:55 PM IST

ବରଗଡ଼: ସହରରେ ପୌରପରିଷଦ ଏବଂ ପୋଲିସର ମିଳିତ ଉଦ୍ୟମରେ ଚାଲିଛି ଜବର ଦଖଲ ଉଚ୍ଛେଦ | ସହର ମଧ୍ୟରେ ରହିଥିବା ରାସ୍ତା କଡର ଉଠା ବେପାରୀ ଓ ଠେଲା ବିକ୍ରେତା ମାନଙ୍କୁ ହଟାଇବା ଅଭିଯାନ ଆରମ୍ଭ କରିଛି ବରଗଡ଼ ପୌରପରିଷଦ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି |

ବରଗଡ ପୌରପରିଷଦ ସମସ୍ତ ଠେଲା ତଥା ଉଠା ବେପାରୀ ମାନଙ୍କ ଠାରୁ ପ୍ରତିଦିନ ଟିକସ ଆଦାୟ କରୁଥିବା ବେଳେ ଟିକସ ବୃଦ୍ଧିକରିବା ପାଇଁ ଅଯଥାରେ ଗରିବ ଲୋକଙ୍କୁ ହଇରାଣ କରି ଭୟ ଦେଖାଉଛନ୍ତି । କିନ୍ତୁ ପ୍ରକୃତରେ ଯେଉଁମାନେ ରାସ୍ତା ଉପରକୁ ମାଡିଆସି ଘର ବା ଦୋକାନ ଗୃହ ତିଆରି କରିଛନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସେପଟେ ରାସ୍ତା କଡରେ ବିକ୍ରି କରୁଥିବା ଗରିବ ଲୋକଙ୍କ ପ୍ରତି ଅତ୍ୟାଚାର କରାଯାଉଥିବା ଅଭିଯୋଗ ହୋଇଛି |

ଊିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ସହରରେ ଖୋଦ ପୌରପରିଷଦ ବେଆଇନ ଭାବରେ ବଡ ବଡ ମଲ ଓ କୋଠା ଘର ଗୁଡିକୁ ରାସ୍ତା କଡରେ ବିନା ପାର୍କିଂ ସୁବିଧାରେ ନିର୍ମାଣ ପାଇଁ ଅନୁମତି ଦେଇଥିବା ବେଳେ ଏବେ ଟ୍ରାଫିକ ସମସ୍ୟା ଧୀରେ ଧୀରେ ବଢି ଚାଲିଛି । ପୌରପରିଷଦର ଭୁଲକୁ ଲୁଚାଇବା ପାଇଁ ରାସ୍ତା କଡ଼ର ଗରିବ ବେପାରୀ ମାନଙ୍କ ପାଇଁ ସହରରେ ଟ୍ରାଫିକ ସମସ୍ୟା ବଢି ଚାଲିଛି ବୋଲି ତାଙ୍କ ମୁଣ୍ଡରେ ଦୋଷ ଲଦି ଦିଆଯାଉଛି | ଉଠା ବେପାରୀ ମାନଙ୍କ ପାଇଁ ମଧ୍ୟ ଥଇଥାନର ନିୟମ ରହିଥିବା ବେଳେ ବେଆଇନ ଭାବରେ ସେମାନଙ୍କୁ ବିନା ଥଇଥାନରେ ରାସ୍ତା କଡ଼ରୁ ହଟାଇବା ଆଇନର ଖୋଲା ଉଲଙ୍ଘନ ବୋଲି ସାଧାରଣଙ୍କ ଅଭିଯୋଗ ଆସିଛି |

ସହରର ରାସ୍ତା କଡରେ ହଜାର ହଜାର ଗରିବ ଲୋକେ ଦୁଇ ପଇସା ରୋଜଗାର କରି ତାଙ୍କ ପରିବାର ପୋଷଣ କରୁଥିବା ବେଳେ ପୋଲିସ ଓ ପୌରପରିଷଦର ଏପରି ମାନସିକତା ସମାଜରେ ଅପରାଧ ବଢାଇବାର ରାସ୍ତା ଖୋଲିଦେଉଛି | ତେଣୁ ପ୍ରଥମେ ସେହି ଉଠା ବେପାରୀ ମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କରି ତାଙ୍କୁ ଉଠାଇବା ନିହାତି ଆବଶ୍ୟକ ବୋଲି କହୁଛନ୍ତି ସାଧାରଣ ଲୋକେ |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:||ବରଗଡ ||
ବରଗଡ ସହରରେ ପୌରପରିଷଦ ଏବଂ ପୋଲିସ ର ମିଳିତ ଉଦ୍ୟମରେ ଚାଲିଛି ଜବର ଦଖଲ ଉଚ୍ଛେଦ | ସହର ମଧ୍ୟରେ ରହିଥିବା ରାସ୍ତା କଡର ଉଠା ବେପାରୀ ଓ ଠେଲା ବିକ୍ରେତା ମାନଙ୍କୁ ହଟାଇବା ଅଭିଯାନ ଆରମ୍ଭ କରିଛି ପୌରପରିଷଦ ଯାହାକୁ ନେଇ ଲୋକଙ୍କ ମଧ୍ୟରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି | ବରଗଡ ପୌରପରିଷଦ ସମସ୍ତ ଠେଲା ତଥା ଉଠା ବେପାରୀ ମାନଙ୍କ ଠାରୁ ପ୍ରତିଦିନ ଟିକସ ବସୁଲି କରୁଥିବା ବେଳେ ଟିକସ ବୃଦ୍ଧିକରିବା ପାଇଁ ଅଯଥାରେ ଗରିବ ଲୋକଙ୍କୁ ହଇରାଣ କରି ଭୟ ଦେଖାଉଛନ୍ତି କିନ୍ତୁ ପ୍ରକୃତରେ ଯେଉଁମାନେ ରାସ୍ତା ଉପରକୁ ମାଡିଆସି ଘର ବା ଦୋକାନ ଗୃହ ତିଆରି କରିଛନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନନେଇ ରାସ୍ତା କଡରେ ବିକ୍ରି କରୁଥିବା ଗରିବ ଲୋକଙ୍କ ପ୍ରତି ଅତ୍ୟାଚାର କରାଯାଉଥିବା ଅଭିଯୋଗ ହେଉଛି |
Body:ବରଗଡ ସହରରେ ଖୋଦ ପୌରପରିଷଦ ବେଆଇନ ଭାବରେ ବଡ ବଡ ମଳ ଓ କୋଠା ଘର ଗୁଡିକୁ ରାସ୍ତା କଡରେ ବିନା ପାର୍କିଂ ସୁବିଧାରେ ନିର୍ମାଣ ପାଇଁ ଅନୁମତି ଦେଇଥିବା ବେଳେ ଏବେ ଟ୍ରାଫିକ ସମସ୍ୟା ଧୀରେ ଧୀରେ ବଢି ଚାଲିଛି ଏବଂ ପୌରପରିଷଦର ଭୁଲ କୁ ଲୁଚାଇବା ପାଇଁ ରାସ୍ତା କଡ଼ର ଗରିବ ବେପାରୀ ମାନଙ୍କ ପାଇଁ ସହରରେ ଟ୍ରାଫିକ ସମସ୍ୟା ବଢି ଚାଲିଛି ବୋଲି ତାଙ୍କ ମୁଣ୍ଡରେ ଦୋଷ ଲଡିଦିଆଯାଉଛି | ଉଠା ବେପାରୀ ମାନଙ୍କ ପାଇଁ ମଧ୍ୟ ଥଇଥାନ ର ନିୟମ ରହିଥିବା ବେଳେ ବେଆଇନ ଭାବରେ ସେମାନଙ୍କୁ ବିନା ଥଇଥାନ ରେ ରାସ୍ତା କଡ଼ରୁ ହଟାଇବା ଆଇନ ର ଖୋଲା ଉଲଂଘନ ଅଟେ | ସହରର ରାସ୍ତା କଡରେ ହଜାର ହଜାର ଗରିବ ଲୋକେ ଦୀପଇସା ରୋଜଗାର କରି ତାଙ୍କ ପରିବାର ପୋଷଣ କରୁଥିବା ବେଳେ ପୋଲିସ ଓ ପୌରପରିଷଦ ର ଏପରି ମାନସିକତା ସମାଜରେ ଅପରାଧ ବଢାଇବାର ରାସ୍ତା ଖୋଲିଦେଉଛି | ତେଣୁ ପ୍ରଥମେ ସେହି ଉଠା ବେପାରୀ ମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କରି ତାଙ୍କୁ ଉଠାଇବା ନିହାତି ଆବଶ୍ୟକ |

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.