ETV Bharat / state

ପ୍ରିୟଙ୍କା ଫେରିବ କେବେ ?

ବର୍ଷେକି ଦୁଇ ବର୍ଷ ନୁହେଁ ଦୀର୍ଘ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବରଗଡ ପୋଲିସ ଓ ରାଜ୍ୟ କ୍ରାଇମବ୍ରାଞ୍ଚ ସଫଳ ହୋଇ ପାରିନାହାଁନ୍ତି ଜଣେ 10 ବର୍ଷର ନିଖୋଜ ନାବାଳିକାଙ୍କୁ ଖୋଜିବାକୁ ।

author img

By

Published : May 21, 2019, 9:07 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ବର୍ଷେକି ଦୁଇ ବର୍ଷ ନୁହେଁ ଦୀର୍ଘ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବରଗଡ ପୋଲିସ ଓ ରାଜ୍ୟ କ୍ରାଇମବ୍ରାଞ୍ଚ ସଫଳ ହୋଇ ପାରିନାହାଁନ୍ତି ଜଣେ 10 ବର୍ଷର ନିଖୋଜ ନାବାଳିକାଙ୍କୁ ଖୋଜିବାକୁ । ଯାହା କ୍ରାଇମବ୍ରାଞ୍ଚର ପାରିବାପଣିଆ ଉପରେ ଏବେ ବିରାଟ ପ୍ରଶ୍ନବାଚୀ ଛିଡା କରିଛି । ଆଉ ବରଗଡ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଆଶା କରି ଏବେ ବି ନିଖୋଜ ନାବାଳିକାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାରଙ୍କ ସମେତ ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଘଟଣାଟି ହେଉଛି ବରଗଡ ଜିଲ୍ଲା ଭେଡେନ ବ୍ଲକ କୁଟେନପାଲି ଗ୍ରାମର । ଗ୍ରାମର ସାଧବ କୁଦେଇଙ୍କ ଝିଅ ପ୍ରିୟଙ୍କା ଗତ ୨୦୧୪ ଜୁଲାଇ ୨୧ ତାରିଖ ଦିନ ସବୁଦିନ ପରି ସେଦିନ ମଧ୍ୟ ନିଜ ସାଇକେଲ ଯୋଗେ ଭେଡେନସ୍ଥିତ ଅରବିନ୍ଦ ସ୍କୁଲକୁ ପାଠ ପଢିବାକୁ ଯାଇଥିଲେ । ହେଲେ ଆଉ ସେହିଦିନ ଠାରୁ ଫେରି ନାହାଁନ୍ତି ପ୍ରିୟଙ୍କା । ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବାପରେ ଥାନାରେ ଅଭିଯୋଗ କରିଥିଲେ । ହେଲେ ସେତେବେଳର ଥାନା ଅଧିକାରୀ ଘଟଣାଟିକୁ ସେତେ ଗୁରୁତ୍ବ ଦେଇନଥିଲେ ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଆନ୍ଦୋଳନ ହେବାପରେ ସରକାର ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କ୍ରାଇମବ୍ରାଞ୍ଚର ତଦନ୍ତରେ କୌଣସି ଫଳପ୍ରଦ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ମନେ ହେଉଛି ଯେମିତି କ୍ରାଇମବ୍ରାଞ୍ଚ ଘଟଣାଟିକୁ ଭୁଲିସାରିଛି । ସମୟକ୍ରମେ ଗ୍ରାମବାସୀଙ୍କ ମନରୁ ମଧ୍ୟ ଘଟଣାଟି ଲିଭିଯାଇଛି । ହେଲେ ପ୍ରିୟଙ୍କାଙ୍କ ବାପା ମା ଆଜି ବି ନିଜ ଝିଅର ଫେରିବା ବାଟକୁ ଚାତକ ପରି ଚାହିଁ ବସିଛନ୍ତି ।

ହେଲେ ପ୍ରଶ୍ନ ଉଠୁଛି ଜଣେ ନିରୀହ ନାବାଳିକାଙ୍କୁ କିଏ କାହିଁକି? କଣ ପାଇଁ ଅପହରଣ କରିଛି । ପ୍ରିୟଙ୍କା ଏବେ କେଉଁଠି ସେ ଜୀବିତ ନା ମୃତ ତାହା ମଧ୍ୟ ପ୍ରଶ୍ନ ଘେରରେ । ସେପଟେ କ୍ରାଇମବ୍ରାଞ୍ଚର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଲେଣି ବରଗଡର ଆଇନଜୀବୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.