ETV Bharat / state

ଅନ୍ୟ ଜାତିରେ ବିବାହ କରିଥିବାରୁ ଛୁଇଁଲେନି ମୃତଦେହ, ଅନ୍ତିମ ସଂସ୍କାର କଲା ସଂକଳ୍ପ ପରିବାର

author img

By ETV Bharat Odisha Team

Published : Oct 1, 2023, 9:42 PM IST

ମାନବିକତା ଭୁଲିଗଲା ସମାଜ । ବରଗଡ଼ରେ ଜଣେ ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତଦେହକୁ ସ୍ପର୍ଶ କଲେନି ଗ୍ରାମବାସୀ । ଅଧିକ ପଢନ୍ତୁ

Social organization Sankalpa Parivaar performs last rite

ବରଗଡ଼: ଆଧୁନିକ ଯୁଗରେ ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ଆଜି ବି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ବାସ । ବିଭିନ୍ନ ଗାଁଠୁ ନେଇ ସହର ପର୍ଯ୍ୟନ୍ତ ଲୋକେ ଜାତିପ୍ରଥାର ଅନ୍ଧ ବିଶ୍ବାସ ଭିତରେ ଛନ୍ଦି ହୋଇଛନ୍ତି । ମାନବ ସମାଜରେ ମାନବିକତାଠୁ ବଢିକି ଅନ୍ୟ କୌଣସି ଜାତି ବା ଧର୍ମ ଶ୍ରେଷ୍ଠ ନୁହେଁ, ଏହାକୁ ଆଜି ବି ସମାଜ ବୁଝିପାରିନାହିଁ । ଯାହାର ପ୍ରମାଣ ଦେଖିବାକୁ ମିଳିଛି ଜିଲ୍ଲାର ଅତାବିରା ଥାନା ଅଞ୍ଚଳରେ । ଅନ୍ୟ ଜାତିରେ ବିବାହ କରିଥିବାରୁ ଗ୍ରାମବାସୀ ମୃତଦେହ ଛୁଇଁନଥିବା ଦେଖିବାକୁ ମିଳିଛି ।

ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲିକେମ୍ପ ଗ୍ରାମର 45 ବର୍ଷର ଜୟକୁମାର ଭୁଏ ଅନ୍ୟ ଜାତିରେ ବାହା ହୋଇଥିଲେ । ତେବେ ଆଜି ତାଙ୍କର ମୃତ୍ୟୁ ପରେ ମଧ୍ୟ ତାଙ୍କର ମର ଶରୀରକୁ ଛୁଇଁବାକୁ କେହି ଆସି ନଥିଲେ । ମୃତ ଶରୀର ପାଖରେ 3 କୋମଳମତି ଶିଶୁ ସହିତ ସ୍ତ୍ରୀ ଚୁମକି ଭୁଏ ବାହୁନି ବାହୁନି କାନ୍ଦୁଥିଲେ ମଧ୍ୟ କାହାରି ହୃଦୟ ତରଳି ନଥିଲା । କେହି ସାହାଯ୍ୟ କରିବା ତ ଦୂରର କଥା କେହି ପାଖ ମଧ୍ୟ ମାଡିନଥିଲେ । ଶେଷରେ ଅତାବିରା ପୋଲିସଠୁ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ଯାଇଥିଲା ବରଗଡ଼ ଅଗ୍ରଣୀ ସାମାଜିକ ସଂଗଠନ ସଂକଳ୍ପ ପରିବାର ।

ଏହା ବି ପଢନ୍ତୁ- ହତ୍ୟାକାରୀର ମୃତଦେହକୁ ନେଲେନି ସମ୍ପର୍କୀୟ, ସତ୍କାର କଲା ସଂକଳ୍ପ ପରିବାର

ମୃତଦେହକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ବ୍ୟବଚ୍ଛେଦ କରାଇବା ସହିତ ପିପଳମୁଣ୍ଡା ସ୍ଥିତ କୋଭିଡ ସ୍ବର୍ଗଦ୍ବାରରେ ସମ୍ମାନର ସହିତ ଅନ୍ତିମ ସଂସ୍କାର କରିଥିଲା ଏହି ସାମାଜିକ ସଂଗଠନ । ଏଥିରେ ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତିଙ୍କ ସହିତ ସଂକଳ୍ପ ପରିବାରର ଶେଷଦେଵ ପଧାନ, ବିକାଶ ଅଗ୍ରୱାଲ, ଚିନ୍ମୟ ପାଣ୍ଡେ ପ୍ରମୁଖ ଅଂଶ ଗ୍ରହଣ କରି ଅନ୍ତିମ ସଂସ୍କାର କରିଥିଲେ । ଆଗାମୀ ଭବିଷ୍ୟତରେ ସଂକଳ୍ପ ପରିବାର ପକ୍ଷରୁ 3 ଶିଶୁଙ୍କ ସୁବ୍ୟବସ୍ଥା ସହିତ ପାଠପଢ଼ାର ଆବଶ୍ୟକୀୟ ସାହାଯ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ଏହି ସାମାଜିକ ସଂଗଠନ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- ମୃତ ମାଆର ସତ୍କାର ପାଇଁ ମନାକଲା ପୁଅ, ସଂକଳ୍ପ ପରିବାର ହେଲା ସାହା

ତେବେ ଜାତି ପ୍ରଥାର ଅନ୍ଧବିଶ୍ବାସ ଭିତରେ ନ ରହି ମାନବିକତାକୁ ପ୍ରାଧାନ୍ୟ ଦେବାକୁ ସଂକଳ୍ପ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ଆଜି ମଧ୍ୟ ସଂକଳ୍ପ ପରିବାର ପରି ଅନୁଷ୍ଠାନ ସମାଜରେ ମଣିଷତ୍ବକୁ ବଞ୍ଚାଇ ରଖିଥିବା ବେଳେ ସଂକଳ୍ପ ପରିବାରର ଏପରି ସମାଜ ସେବାକୁ ନେଇ ଆଜି ବରଗଡ଼ର ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ବରଗଡ଼

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.