ବରଗଡ: ଦିନକରେ ଦୁଇ କୋଭିଡ ମରଶରୀର ସତ୍କାର କଲା ବରଗଡର ନିଷ୍ଠା ପରିବାର । କୋରୋନା ରୋଗରେ ଆକ୍ରାନ୍ତ ହୋଇ ବରଗଡରେ ଚିକିତ୍ସିତ ହେଉଥିବା ସମୟରେ ରାଉରକେଲାର ଜଣେ ମହିଳା ଓ ସୋହେଲା ପେଟୁପାଲିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟଙ୍କୁ ସତ୍କାର କରିବାରେ ସାହାଯ୍ୟର ହାତ ବଢାଇଲା ବରଗଡର ସମାଜସେବୀ ସଂଗଠନ ନିଷ୍ଠା ପରିବାର ।
ବରଗଡ ଜିଲ୍ଲା ପ୍ରଶାସନ ଏବଂ ମୃତ ପରିବାର ବର୍ଗଙ୍କଠାରୁ ଖବର ପାଇ ନିଷ୍ଠା ପରିବାର ବଢାଇଥିଲା ଉଭୟଙ୍କୁ ସାହାଯ୍ୟର ହାତ । କାଳ ବିଲମ୍ବ ନକରି ନିଷ୍ଠା ଟିମ୍ ପହଞ୍ଚି ତାଙ୍କ ପରିବାର ବର୍ଗଙ୍କ ସହ ମିଶି ସମସ୍ତ କୋଭିଡ ନିୟମକୁ ପାଳନ କରି ଉଭୟଙ୍କ ସତ୍କାର କାର୍ଯ୍ୟ କରିଥିଲା ।
ଏହି ସତ୍କାରରେ ନିଷ୍ଠାପରିବାରର ଉପଦେଷ୍ଟା ବିଦ୍ୟାଧରଭୋଇ, କୋଷାଧକ୍ଷ ଶ୍ୟାମସୁନ୍ଦରସାହୁ, ସଦସ୍ୟ ବିରେନ୍ଦ୍ର ମହାନନ୍ଦ ଏବଂ ମାନସ ମେହେର ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ଼ ମରଶରୀରକୁ ସତ୍କାର କରିବାକୁ ଲୋକେ ଭୟ କରୁଥିବା ବେଳେ ନିଷ୍ଠା ପରିବାର ବହୁ କୋଭିଡ ରୋଗୀଙ୍କ ସତ୍କାର କରୁଛି । ଯାହାଫଳରେ ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥା ଦୂର କରିପାରୁଛି ନିଷ୍ଠା ପରିବାର ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ