ETV Bharat / state

ପିକ୍‌ନିକ୍‌ ପାଇଁ ଯାଇଥିବା ପର୍ଯ୍ୟଟକଙ୍କୁ ପୋଲିସର ନାଲି ଆଖି, ଥାନା ଭିତରେ ପଶି ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ

author img

By ETV Bharat Odisha Team

Published : Nov 6, 2023, 7:33 AM IST

ବଣ ଭୋଜି କରିବାକୁ ଆସିଥିବା ଲୋକଙ୍କୁ ପୋଲିସର ନାଲି ଆଖି । ଅମ୍ବାଭୋନା ଥାନାରେ ଭଙ୍ଗାରୁଜା କଲେ ଶତାଧିକ ଲୋକେ । ଅଧିକ ପଢ଼ନ୍ତୁ

ambabhona police station
ambabhona police station
ambabhona police station

ବରଗଡ: ବଣ ଭୋଜି କରିବାକୁ ଯାଇଥିବା ବେଳେ ଏକ ରାଜନୈତିକ ଦଳର ସମର୍ଥକଙ୍କୁ ନାଲି ଆଖି ଦେଖାଇଲେ ପୋଲିସ ବାବୁ। ୟୁନିଫର୍ମରେ ନଥାଇ ମଧ୍ୟ ନିଜର ସର୍ଭିସ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଦୁର୍ବ୍ୟବହାର କଲେ ପୋଲିସ ଅଧିକାରୀ । ଯାହା ପରମୁହୁର୍ତ୍ତରେ ମହଙ୍ଗା ସାବ୍ୟସ୍ତ ହୋଇଛି । ଥାନା ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କଲେ ଶତାଧିକ ଲୋକେ । ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ । ଶତାଧିକ ଲୋକେ ଅତର୍କିତ ଭାବେ ଆମ୍ବାଭୋନା ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବାରୁ ଥାନାରେ ଥିବା କମ୍ପ୍ୟୁଟର, ଚୌକି, ଟେବୁଲ , କାଚ ଡୋର୍‌, ସିସି ଟିଭି କ୍ୟାମେରା ସହିତ ବହୁ ଆସବାବ ପତ୍ର ଭାଙ୍ଗି ଚୂରମାର୍‌ ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ରବିବାର) ଅମ୍ବଭୋନା ଅଞ୍ଚଳକୁ ଆଖପାଖ ଗ୍ରାମରୁ ବହୁ ଲୋକ ବଣ ଭୋଜି ପାଇଁ ତାମଦେଇ ପିକ୍‌ନିକ୍‌ ସ୍ଥଳକୁ ଆସିଥିଲେ । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ମଧ୍ୟ ବଣ ଭୋଜି ପାଇଁ ଆସିଥିଲେ । ଏହି ସମୟରେ ଆମ୍ବାଭୋନା ପୋଲିସ ଅଧିକାରୀ ତାଙ୍କ ଅନ୍ୟ କର୍ମଚାରୀଙ୍କୁ ନେଇ ପିକ୍‌ନିକ୍‌ ସ୍ଥାନରେ ପହଞ୍ଚିଥିଲେ ଏବଂ ନିଶାଦ୍ରବ୍ୟ ଗଚ୍ଛିତ ଥିବା ସନ୍ଦେହରେ ସର୍ଚ୍ଚ କରିବା ଆରମ୍ଭ କରିଥିଲେ । ପୋଲିସ ଅଧିକାରୀ ଜଣକ ୟୁନିଫର୍ମରେ ନଥିବା ବେଳେ ନିଜର ସର୍ଭିସ ବନ୍ଧୁକ ଦେଖାଇ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିବା ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଚିତ୍ରକୋଣ୍ଡା ଥାନାରେ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା

ଯାହା ଫଳରେ ପିକ୍‌ନିକ୍‌ ଆସିଥିବା ରାଜନୈତିକ ଦଳର ସମର୍ଥକମାନେ ପୋଲିସକୁ ଏପରି ଅପରାଧୀଙ୍କ ପରି ବ୍ୟବହାର କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏଥିରେ ପୋଲିସ ଅଧିକାରୀ ଜଣକ ଉତ୍ତେଜିତ ହୋଇପଡ଼ି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାରୁ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । ପୋଲିସର ଏପରି ଦୁର୍ବ୍ୟବହାର ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ଶତାଧିକ ଯୁବକ ଆମ୍ବଭୋନା ଥାନାକୁ ଘେରି ଯାଇ ବ୍ୟାପକ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ। ଥାନାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ । ଦୀର୍ଘ ସମୟ ଧରି ଥାନାରେ ଭଙ୍ଗାରୁଜା ଓ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ବରଗଡ଼ରୁ ପୋଲିସ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ ଆମ୍ବାଭୋନାରେ ପହଞ୍ଚିଥିଲେ ଓ ସ୍ଥିତି ଅନୁଧ୍ୟାନ କରିଥିଲେ ।

ଏହି ଘଟଣା ପରେ ଆମ୍ବାଭୋନା ଥାନାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ଘଟଣାକୁ ନେଇ ପୋଲିସ ବିଭାଗ ପକ୍ଷରୁ କୌଣସି ଉତ୍ତର ଦିଆଯାଇନଥିବା ବେଳେ କୌଣସି ମାମଲା ବି ରୁଜୁ କରାଯାଇନଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.