ETV Bharat / state

ବାଲି ଚୋରା ଚାଲାଣ ବେଳେ ଚଢାଉ; 4 ଡମ୍ଫର, ଗୋଟିଏ ଜେସିବି ଜବତ - baragada latest news

ନଦୀରୁ ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ଚଢାଉ କରି 4 ଗୋଟି ଡମ୍ଫର ଓ ଗୋଟିଏ ଜେସିବି ଜବତ କରାଯାଇଛି | ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକର ଅତିରିକ୍ତ ତହସିଲଦାର ସମସ୍ତ ଗାଡିଗୁଡିକୁ ବାଲି ଚୋରା ଚାଲାଣ ସମୟରେ ଜବତ କରିଛନ୍ତି |

ଜଗଦଲପୁର ଅଞ୍ଚଳରୁ ଧରାପଡିଲା ବାଲି ଚୋରା ଚାଲାଣ ଗାଡି

author img

By

Published : Sep 22, 2020, 11:59 AM IST

ବରଗଡ: ନଦୀରୁ ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ଚଢାଉ କରି 4 ଗୋଟି ଡମ୍ଫର ଓ ଗୋଟିଏ ଜେସିବି ଜବତ କରାଯାଇଛି | ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକର ଅତିରିକ୍ତ ତହସିଲଦାର ସମସ୍ତ ଗାଡିଗୁଡିକୁ ବାଲି ଚୋରା ଚାଲାଣ ସମୟରେ ଜବତ କରିଛନ୍ତି | ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ପ୍ରଶାସନ ଉପରେ ଅଳ୍ପ କିଛି ଭରସା ଜନ୍ମ ନେଇଛି |

ଜଗଦଲପୁର ଅଞ୍ଚଳରୁ ଧରାପଡିଲା ବାଲି ଚୋରା ଚାଲାଣ ଗାଡି

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଅଞ୍ଚଳରେ ଦୀର୍ଘ ଦିନ ହେଲା ବ୍ୟାପକ ମାତ୍ରାରେ ନଦୀରୁ ବାଲି ଚୋରା ଚାଲାଣ କରାଯାଉଥିଲା | ସ୍ଥାନୀୟ ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ ନା ସ୍ଥାନୀୟ ପୋଲିସ ନା ତହସିଲଦାର କେହି ମଧ୍ୟ ଶୁଣୁନଥିଲେ । ହେଲେ ଝାରବନ୍ଦ ବ୍ଲକର ଅତିରିକ୍ତ ତହସିଲଦାର ପରସୁରାମ ପଣ୍ଡା ଯୋଗଦାନ କଲା ଦିନଠାରୁ ନଦୀମାନଙ୍କରେ ହେଉଥିବା ବାଲିର ଚୋରା ଚାଲାଣକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଥିଲେ | ଏବଂ ସୋମବାର ନଦୀରୁ 4ଟି ଡମ୍ପରରେ ବାଲି ଚୋରି କରାଯାଉଥିବାବେଳେ ଘଟଣା ସ୍ଥଳକୁ ହଠାତ ପହଞ୍ଚି ସମସ୍ତ ଗାଡି ଜବତ କରିଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.