ETV Bharat / state

ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-ହେଲପର

author img

By

Published : Jun 10, 2019, 9:45 PM IST

ବରଗଡ ଜିଲ୍ଲା ଗୋଡଭଗାଠାରେ ଏକ ଚଳନ୍ତା ମାଲବୋଝେଇ ଟ୍ରକରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-ହେଲପର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବରଗଡ: ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-ହେଲପର । ବରଗଡ ଜିଲ୍ଲା ଗୋଡଭଗାଠାରେ ଏକ ଚଳନ୍ତା ମାଲବୋଝେଇ ଟ୍ରକରେ ନିଆଁ ଲାଗି ଯିବାରୁ ବରଗଡ-ସମ୍ବଲପୁର ରାସ୍ତା ଦୀର୍ଘ ସମୟ ଧରି ଜାମ ଥିଲା |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ନିଆଁ ଲାଗିଥିବା ଟ୍ରକଟି ସମ୍ବଲପୁରରୁ ବରଗଡ ଅଭିମୁଖେ ଆସୁଥିବା ବେଳେ 53 ନମ୍ବର ଜାତୀୟ ରାଜପଥ ଗୋଡଭଗାରେ ସାରସ୍ଵତ ମହାବିଦ୍ୟାଳୟ ସମ୍ମୁଖରେ ଟ୍ରକର ପଛ ଚକା କୌଣସି କାରଣରୁ ଫାଟିଗଲା । ଫଳରେ ଗାଡିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କିଛି କ୍ଷଣ ମଧ୍ୟରେ ଚାହୁଁ ଚାହୁଁ ଗାଡିର ଡାଲା ସହିତ ଚକଗୁଡିକରେ ମଧ୍ୟ ନିଆଁ ଲାଗିଗଲା ।

ଟ୍ରକରେ ଭୟଙ୍କର ନିଆଁ ଲାଗିଥିବା ଦେଖି ହେଲପର ଓ ଡ୍ରାଇଭର ଗାଡିରୁ ଓହ୍ଲାଇ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ | ରାସ୍ତାର ଅନ୍ୟ ପାର୍ଶ୍ବରେ ଥିବା ଅନ୍ୟନ୍ୟା ଗାଡି ଯାତାୟତ କରିବାରେ ଅସୁବିଧା ହେଲା । ସେଠାରେ ଉପସ୍ଥିତ ବହୁ ଯାତ୍ରୀ ଟ୍ରକରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।

ସେପଟେ ଘଟଣା ସମ୍ପର୍କରେ ଅତାବିରା ଅଗ୍ନିଶମ ବିଭାଗ ଜାଣିବା ପରେ ଘଟଣାସ୍ଥଳକୁ ସଙ୍ଗେ ସଙ୍ଗେ ପହଞ୍ଚି ଟ୍ରକରେ ଲାଗିଥିବା ନିଆଁଙ୍କୁ ଆୟତ୍ତ କରିଥିଲା । ପରେ ଲୋକଙ୍କ ରାସ୍ତାରେ ଯିବା ଆସିବା ସ୍ଵାଭାବିକ ହୋଇଥିଲା |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.