ETV Bharat / state

ସ୍ବଳ୍ପ ବର୍ଷାରେ କର୍ଦ୍ଦମାକ୍ତ ରାସ୍ତା, ପାଲଟିଛି ମୁଖ୍ୟ ସମସ୍ୟା - ରାସ୍ତା ପାଲଟିଛି ମୁଖ୍ୟ ସମସ୍ୟା

ଝାରବନ୍ଦ ବ୍ଲକ କେରମେଲି ଗାଁ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗୁଡ଼ିକର ଅବସ୍ଥା ଦେଖିଲେ ଜାଣିହେବ ଯେ, ଏହି ଗାଁର ପ୍ରକୃତ ବିକାଶ କଣ ? ରାସ୍ତା କହିଲେ କଞ୍ଚା ମାଟି ରାସ୍ତା ଯାହାକି ବର୍ଷା ଋତୁରେ ସାମାନ୍ୟ ବର୍ଷା ହେଲେ ପାଦରେ ଚାଲିକି ଯିବା ଅସମ୍ଭବ ଭଳ । ବାଇକ୍ କିମ୍ବା ଚାରି ଚକିଆ ଗାଡ଼ି ଗାଁରେ ପସିଲେ ହଇରାଣ ନିଶ୍ଚିତ । ଗାଁ ରାସ୍ତାର ଭିଜୁଆଲରୁ ଏହା ସ୍ପଷ୍ଟ ଯେ ରାସ୍ତା ପାଇଁ ଲୋକେ କିପରି ହଇରାଣ ହରକତ ହେଉଛନ୍ତି ।

ସ୍ବଳ୍ପ ବର୍ଷାରେ କର୍ଦ୍ଦମାକ୍ତ ରାସ୍ତା, ପାଲଟିଛି ମୁଖ୍ୟ ସମସ୍ୟା

author img

By

Published : Jul 9, 2020, 1:13 AM IST

ବରଗଡ: ରାସ୍ତାର ଦୁର୍ଦ୍ଦଶା ବିଶ୍ବାସ ବାହାରେ । ପଙ୍କ, କାଦୁଆ, ଖାଲ ଖମାରେ ଭର୍ତ୍ତି । ଯିବାଆସିବା ବିପର୍ଯ୍ୟସ୍ତ । ଏସବୁ ଦେଖିଲେ ଲାଗୁଛି ଆଜିବି ଭଲ ରାସ୍ତା ଖଣ୍ଡିଏ ପାଇବା ସାତ ସପନ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକ କେରମେଲି ଗ୍ରାମବାସୀଙ୍କ ଅନେକ ଦିନର ସମସ୍ୟା ପାଲଟିଛି ନିତିଦିନିଆ ରାସ୍ତା । ବିକାଶ ପାଇଁ ବହୁତ କିଛି ପ୍ରତିଶୃତି ଦିଆଯାଇଥିଲା କିନ୍ତୁ ସବୁ ପାଣିର ଗାର ପାଲଟିଛି ଏହି କେରମେଲି ଗାଁରେ । ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ୁଛି ।

ସ୍ବଳ୍ପ ବର୍ଷାରେ କର୍ଦ୍ଦମାକ୍ତ ରାସ୍ତା, ପାଲଟିଛି ମୁଖ୍ୟ ସମସ୍ୟା

ଝାରବନ୍ଦ ବ୍ଲକ କେରମେଲି ଗାଁ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗୁଡ଼ିକର ଅବସ୍ଥା ଦେଖିଲେ ଜାଣିହେବ ଯେ, ଏହି ଗାଁର ପ୍ରକୃତ ବିକାଶ କଣ ? ରାସ୍ତା କହିଲେ କଞ୍ଚା ମାଟି ରାସ୍ତା ଯାହାକି ବର୍ଷା ଋତୁରେ ସାମାନ୍ୟ ବର୍ଷା ହେଲେ ପାଦରେ ଚାଲିକି ଯିବା ଅସମ୍ଭବ ଭଳ । ବାଇକ୍ କିମ୍ବା ଚାରି ଚକିଆ ଗାଡ଼ି ଗାଁରେ ପସିଲେ ହଇରାଣ ନିଶ୍ଚିତ । ଗାଁ ରାସ୍ତାର ଭିଜୁଆଲରୁ ଏହା ସ୍ପଷ୍ଟ ଯେ ରାସ୍ତା ପାଇଁ ଲୋକେ କିପରି ହଇରାଣ ହରକତ ହେଉଛନ୍ତି ।

ପଞ୍ଚାୟତ ଅଫିସ ଯିବାକୁ ଥିବା ରାସ୍ତାର ଅବସ୍ଥା ଦୟନୀୟ , ଆଣ୍ଠୁଏ କାଦୁଅ ଦେଇ ଭତ୍ତା ଟଙ୍କା ହେଉକି ରାସନ ସାମଗ୍ରୀ ଆଣିବା ପାଇଁ ଯାଉଥିବା ଗ୍ରାମବାସୀ ହଇରାଣ ହେଉଛନ୍ତି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ଦୁଇ ହଜାର ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଗତ କିଛି ଦିନ ଧରି ହୋଇଥିବା ଅଳ୍ପ ମାତ୍ରା ବର୍ଷାରେ ରାସ୍ତାର ଅବସ୍ଥା ଯଦି ଏପରି ତେବେ ଲଗାତାର ପ୍ରବଳ ବର୍ଷା ହେଲେ କିପରି ଅବସ୍ଥା ହେଉଥିବା ତାହା ସହଜରେ ଅନୁମେୟ । ଗ୍ରାମବାସୀଙ୍କ ଅଭିଯୋଗ ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଦୀର୍ଘ ଦିନ ହେବ ଅଣଦେଖା କରି ଆସୁଛି । କେବେ ରାସ୍ତା ସମସ୍ୟାରୁ ମୁକ୍ତି ମିଳିବ ସେ ଅପେକ୍ଷାରେ ଶତାଧିକ ଗ୍ରାମବାସୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.