ETV Bharat / state

ଭିଜିଲାନ୍ସ ଜାଲରେ ରାଜସ୍ବ ନୀରିକ୍ଷକ, ୩୩୦୦ ଟଙ୍କା ନେଉଥିଲେ ଲାଞ୍ଚ - ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ

ଲାଞ୍ଚ ନେଇ ବନ୍ଧା ହେଲେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତା ରାଜସ୍ବ ନୀରିକ୍ଷକ । ଅଧିକ ପଢନ୍ତୁ

RI is in Vigilance trap
ଭିଜିଲାନ୍ସ ଜାଲରେ ରାଜସ୍ବ ନୀରିକ୍ଷକ
author img

By

Published : May 31, 2023, 1:26 PM IST

ଭିଜିଲାନ୍ସ ଜାଲରେ ରାଜସ୍ବ ନୀରିକ୍ଷକ

ବରଗଡ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଭାବୁଥିଲେ ଲାଞ୍ଚ ନେଇ ଖସିଯିବେ ହେଲେ ଭିଜିଲାନ୍ସ ପଞ୍ଝାରେ ପଡିଗଲେ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତା ରାଜସ୍ବ ନୀରିକ୍ଷକ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ୩୩୦୦ ଟଙ୍କା ଲାଞ୍ଚ ନେଉଥିଲେ ରାଜସ୍ବ ନୀରିକ୍ଷକ ଦାମୋଦର ସୁନା । ବରଗଡ଼ର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତାର ରାଜସ୍ୱ ନିରୀକ୍ଷକ ଦାମୋଦର ସୁନା 3300ଟଙ୍କା ଲାଞ୍ଚ ନେଉଥିବା ବେଳେ ହଠାତ ମାଡି ବସିଥିଲା ଭିଜିଲାନ୍ସ ବିଭାଗ । ମୁଣ୍ଡୋମହୁଲ ଗାଁରେ 11ଜଣଙ୍କ ଆବାସ ଘର ଗୁଡିକର 2 ଡ଼ିସିମିଲ ଲେଖାଏଁ ଜମିର ନକ୍ସା ପାଇଁ ପ୍ରତ୍ୟେକଙ୍କ ଠାରୁ 300 ଟଙ୍କା ଲେଖଏଁ ଦାବି କରିଥିଲେ ରାଜସ୍ବ ନୀରିକ୍ଷକ ଦାମୋଦର ସୁନା । ଏହାର ମଧ୍ୟସ୍ଥତା କରୁଥିଲେ ସମଦେବ ବଂଛୋର ନାମକ ଜଣେ ଯୁବକ ଯିଏ କି କାର୍ଯ୍ୟାଳୟର କୌଣସି ସରକାରୀ କର୍ମଚାରୀ ନୁହନ୍ତି । ତେବେ ଭିଜିଲାନ୍ସ ବିଭାଗକୁ ଏହି ବିଷୟରେ ଅଭିଯୋଗ ଆସିବା ପରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ନକ୍ସା ପାଇଁ ଆବେଦନ କରିଥିବା 11ଜଣଙ୍କ ମଧ୍ୟରୁ ପ୍ରସନ୍ନ ବରିହା ନାମକ ବ୍ୟକ୍ତିଙ୍କୁ ରାସାୟନିକ ଲେପ ଦିଆଯାଇଥିବା ୩୩୦୦ ଟଙ୍କା ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିଲା ।

ଏହା ବି ପଢନ୍ତୁ...ଜମା କିଣାବିକା ପାଇଁ ଅନଲାଇନ ସ୍ଲଟ ବୁକିଂ ବାଧ୍ୟତାମୂଳକ

ଏହା ବି ପଢନ୍ତୁ...ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର, ଠୁଳ କରିଛନ୍ତି ଆୟ ବହିର୍ଭୂତ ସମ୍ପତ୍ତି

ପୂର୍ବ ଯୋଜନା ମୁତାବକ ରାସାୟନିକ ପ୍ରଲେପ ଦିଆଯାଇଥିବା ୩୩୦୦ ଟଙ୍କା ମଧ୍ୟସ୍ଥି ସମଦେବ ବଂଛୋର ଲାଞ୍ଚ ଆକାରରେ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା । ଲାଞ୍ଚ ପଇସା ନେଇଥିବା ମଧ୍ୟସ୍ଥି ସମଦେବ ବଂଛୋର ଜେଲ ଭୟରେ ସବୁ ସତ କଥା କହି ଦେଇଥିଲା । ସେ ରାଜସ୍ୱ ନିରୀକ୍ଷକ ଦାମୋଦର ସୁନାଙ୍କ କହିବା ଅନୁଯାୟୀ ମଧ୍ୟସ୍ଥି ସାଜିଥିଲା ଏବଂ ପଇସା ସଂଗ୍ରହ କରିଥିଲା । ତେବେ ମଧ୍ୟସ୍ଥି ସମଦେଵ ବଂଛୋରକୁ ଭିଜିଲାନ୍ସ ବିଭାଗ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ବେଳେ ରାଜସ୍ୱ ନିରୀକ୍ଷକ ଦାମୋଦର ସୁନାଙ୍କୁ ଗିରଫ କରାଯାଇଛି ।

ତଦନ୍ତ ପରେ ଉଭୟଙ୍କୁ କୋର୍ଟକୁ ପଠାଇଥିଲା ଭିଜିଲାନ୍ସ ବିଭାଗ । ଗିରଫ ହୋଇଥିବା ରାଜସ୍ୱ ନିରୀକ୍ଷକ ଦାମୋଦର ସୁନା 2009 ମସିହାରେ ARI ଭାବେ ନିଯୁକ୍ତ ହୋଇଥିଲେ । 2018ରେ ପଦୋନ୍ନତି ପାଇ RI ହୋଇଥିଲେ । ଖୁବ କମ ସମୟରେ ସେ ଦୁର୍ନୀତିରେ ଛନ୍ଦୀ ହୋଇଯାଇଥିଲେ । ଗରିବଙ୍କ ଠାରୁ ମଧ୍ୟ ଲାଞ୍ଚ ନନେଲେ କାମ କରୁନଥିବା ତାଙ୍କ ନାମରେ ଅଭିଯୋଗ ଆସୁଥିଲା । ରାଜ୍ୟରେ ଲାଞ୍ଚ ନେବା ହେଉ କି ଆୟ ବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନେକ ସରକାରୀ ବାବୁ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.