ETV Bharat / state

ଥଇଥାନ କାର୍ଯ୍ୟ ସହାୟତା ଯୋଜନାରେ ଆବେଦନକାରୀଙ୍କୁ ମିଳୁନି ନିଯୁକ୍ତି

author img

By

Published : Jan 30, 2020, 7:43 AM IST

ଥଇଥାନ କାର୍ଯ୍ୟ ସହାୟତା (Rehabilitation Assistance scheme) ଯୋଜନାରେ ରାଜ୍ୟ ସରକାରଙ୍କ ଆଦେଶ ସତ୍ତ୍ବେ ଆବେଦନକାରୀଙ୍କୁ ମିଳୁନି ନିଯୁକ୍ତି । ଅଧିକ ପଢନ୍ତୁ...

ଥଇଥାନ କାର୍ଯ୍ୟ ସହାୟତା ଯୋଜନାରେ ଆବେଦନକାରୀଙ୍କୁ ମିଳୁନି ନିଯୁକ୍ତି
rehabilitation-assistance-scheme-applicant-complaint-for-appoint-in-bargarh-colletorate

ବରଗଡ: ଜିଲ୍ଲା ଶିକ୍ଷା ବିଭାଗର ଥଇଥାନ କାର୍ଯ୍ୟ ସହାୟତା ଯୋଜନାରେ Rehabilitation Assistance scheme ଶତାଧିକ ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନେ ଆବେଦନ କରିଛନ୍ତି । ରାଜ୍ୟ ସରକାରଙ୍କ ଆଦେଶ ସତ୍ତ୍ବେ ନିଯୁକ୍ତି ଦିଆଯାଉନଥିବା ଅଭିଯୋଗ କରିଛନ୍ତି | ଗତ ଡିସେମ୍ବର ୧୨ ତାରିଖରୁ ପ୍ରୋଭିଜିନାଲ ଲିଷ୍ଟ ବାହାରି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇନଥିବା ନେଇ ଆବେଦନକାରୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ।

ଥଇଥାନ କାର୍ଯ୍ୟ ସହାୟତା ଯୋଜନାରେ ଆବେଦନକାରୀଙ୍କୁ ମିଳୁନି ନିଯୁକ୍ତି

ବରଗଡ ଜିଲ୍ଲାର ବହୁ ସ୍ଥାୟୀ ଶିକ୍ଷକଙ୍କ ଚାକିରି ସମୟରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାର ଏବେ ଅସହାୟ ହୋଇପଡିଛି | କିଏ ନିଜର ସ୍ଵାମୀକୁ ହରାଇଛି ତ ଆଉ କିଏ ନିଜ ବାପାକୁ ଏବଂ ପରିବାରର ରୋଜଗାରିଆ ବ୍ୟକ୍ତି ଚାଲିଯିବା ପରେ ଆର୍ଥିକ ବୋଝରେ ଅଣ୍ଟା ଭାଙ୍ଗି ପଡିଥିବା ପରିବାର ଚାକିରି ଆଶାରେ ସରକାରଙ୍କ Rehabilitation Assistance scheme ଅନୁସାରେ ଆବେଦନ କରିଥିଲେ | ଏହି ଯୋଜନାରେ ସରକାରଙ୍କ ଗାଇଡଲାଇନ ହିସାବରେ ଶୀଘ୍ର ନିଯୁକ୍ତି ଦେବା ପାଇଁ ନିୟମ ରହିଥିବା ବେଳେ ସରକାରୀ କଳର ଅବହେଳା ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ଆଦୌ କରାଯାଉନାହିଁ | ତେବେ ସରକାର ଆବେଦନକାରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ବହୁ ପରିବାର ଆର୍ଥିକ ଅନଟନରୁ ମୁକ୍ତି ପାଇପାରିବେ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:111Body:222Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.