ETV Bharat / state

ବରଗଡରେ ବର୍ଷା ବିତ୍ପାତ: ଜିଲ୍ଲାକୁ ରେଡ ଆଲର୍ଟ, ଘର ଭାଙ୍ଗି 3 ଗୁରୁତର - ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ଼ ଆଲର୍ଟ

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ଼ ଆଲର୍ଟ ଜାରି କରାଯାଇଛି । ସେପଟେ ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନ ଜଳମଗ୍ନ ଥିବାରୁ ସମସ୍ୟା ଭୋଗୁଛନ୍ତି ଲୋକେ ।

ବରଗଡ଼କୁ ରେଡ଼ ଆଲର୍ଟ
ବରଗଡ଼କୁ ରେଡ଼ ଆଲର୍ଟ
author img

By

Published : Aug 3, 2023, 7:05 AM IST

ବରଗଡ଼କୁ ରେଡ଼ ଆଲର୍ଟ

ବରଗଡ: ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ଼ ଆଲର୍ଟ ଜାରି କରାଯାଇଛି । ଏହାସହ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ମଙ୍ଗଳବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରବଳ ବର୍ଷା ହୋଇଥିବାବେଳେ ବୁଧବାର ସକାଳ 8ଟା 30ମିନିଟ ପର୍ଯ୍ୟନ୍ତ 93.2 ମିମି ବର୍ଷା ରେକର୍ଡ କରାଯାଇଛି ।

ବରଗଡ ଜିଲ୍ଲାର ବିଜେପୁର ବ୍ଲକରେ ସର୍ବାଧିକ 185 ମିମି ବର୍ଷା ରେକର୍ଡ କରାଯାଇଥିବ ବେଳେ ଅମ୍ବାଭନା ବ୍ଲକରେ 75.5 ମିମି, ଅତାବିରା ବ୍ଲକରେ 65.2 ମିମି, ବରଗଡ଼ ବ୍ଲକରେ 85.6 ମିମି, ବରପାଲି ବ୍ଲକରେ 148 ମିମି, ଭଟଲି ବ୍ଲକରେ 60 ମିମି, ଭେଡେନ ବ୍ଲକରେ 95.3 ମିମି, ବିଜେପୁର ବ୍ଲକରେ 185 ମିମି, ଗାଇସିଲାଟ ବ୍ଲକରେ 170 ମିମି, ଝାରବନ୍ଧ ବ୍ଲକରେ 98 ମିମି, ପଦ୍ମପୁର ବ୍ଲକରେ 120 ମିମି, ପାଇକମାଳ ବ୍ଲକରେ 94 ମିମି ଓ ସହେଲା ବ୍ଲକରେ 130 ମିମି ବର୍ଷା ରେକର୍ଡ କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବିଜେପୁର ନିର୍ବାଚନ ମଣ୍ଡଳୀ ବିଜେପୁର ବ୍ଲକ ଅନ୍ତର୍ଗତ କଳସଡେରା ଠାରେ ବର୍ଷା କାରଣରୁ ଘର ଭାଙ୍ଗିଯିବାରୁ 3 ଜଣ ଗୁରୁତର ହୋଇଛନ୍ତି । ବିଜେପୁର ବ୍ଲକ ଲାଉମୁଣ୍ଡା ଅଞ୍ଚଳରେ ପେଟ୍ରୋଲ ପମ୍ପ ଭିତରେ ଅଣ୍ଟାଏ ପାଣି ଭର୍ତ୍ତି ହୋଇଯାଇଥିବାବେଳେ ବିଭିନ୍ନ ନଦୀମାନଙ୍କରେ ପୋଲ ଉପରୁ ପ୍ରବଳ ଜଳ ସ୍ରୋତ କାରଣରୁ ଅନେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ମଧ୍ୟ ହୋଇଯାଇଛି । ସେହିପରି ସୋହେଲା ବ୍ଲକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀରେ ରହିଥିବାବେଳେ ଅନେକ ଧନଜୀବନ ହାନୀ ଓ କ୍ଷୟକ୍ଷତି ଘଟିଛି । ଲଗାଣ ବର୍ଷାରେ ବ୍ଲକର ଘେଁସ ସ୍ଥିତ ସରକାରୀ ଡାକ୍ତରଖାନା ଜଳମଗ୍ନ ହୋଇ ଜଳରେ ଭ୍ୟାକସିନ ଓ ବିଭିନ୍ନ ସାମଗ୍ରୀ ଭାସିଯାଇଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...Heavy Rainfall in Odisha: ପ୍ରବଳ ବର୍ଷାରେ ବେହାଲ ସାରା ରାଜ୍ୟ, ବିପଦ ସଙ୍କେତ ଉପରେ ଅଧିକାଂଶ ନଦୀ

ଝର-ନୁଆପାଲି ଯିବା ରାସ୍ତାରେ ରହିଥିବା ବ୍ରିଜ୍ ଧସି ଗମନାଗମନ ବିଚ୍ଛିନ୍ନ ରହିଥିବାବେଳେ ହଲନଗଛାରେ ଘେଁସାଲିଯୋର ଜଳସ୍ତର ବୃଦ୍ଧିରେ ଜଳବନ୍ଦୀରେ ଥିବା 8 ଜଣଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ବିଡିଓ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସମୀକ୍ଷା କରି କ୍ଷୟକ୍ଷତି ଆକଳନ କରିଛନ୍ତି । ସେହିପରି ଗାଇସିଲେଟ ବ୍ଲକ ଗୁଦେରପାଲି ଘେଁସାଲି ଜୋର ପୋଲ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଥିବାବେଲେ ଯାତାୟାତ ଠପ୍ ହୋଇପଡିଛି । ଅମ୍ବାଭୋନା ବ୍ଲକର ମହାନଦୀକୂଳବର୍ତ୍ତୀ ଗାଁ ନିକଟରେ ମହାନଦୀର ଜଳସ୍ତର ବଢୁଛି । ଅମ୍ବଭୋନା ବ୍ଲକର ଚିଖିଲି, ଗଣ୍ଠିଆପାଲୀ, ଅନ୍ତରାଡି, ବଡମାଳ, ଲାଉନସରା, ଜରିମୁଲୀ ତଥା ତାମଦେଇ ଗାଁ ଗୁଡିକ ମହାନଦୀ ବିପଦ ଘେରରେ ରହିଛି ।

ହୀରାକୁଦ ଡ୍ୟାମର ପାଣି ମହାନଦୀରେ ଛଡାଯିବା ପରେ ଭେଡେନ ବ୍ଳକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ବୁଧବାର ଅପରାହ୍ନରେ କୁତପାଲି ଦୁଇମୁହାଣୀଠାରେ ଥିବା ଦନ୍ତା ନଦୀ ବ୍ରିଜ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଭେଡେନରୁ ସୁବର୍ଣ୍ଣପୂର ଜିଲ୍ଲାଯୋଗାଯୋଗ ବ୍ୟାହତ ହେବା ସହ ସୁନାଲରମ୍ଭା, ପପଙ୍ଗା, ରୁଷୁଡା, ମହୁଲପାଲି, ସିଆଲଖଣ୍ଡହଥା ଆଦି ଗ୍ରାମ ପଞ୍ଚାୟତ ସହ ଭେଡେନ ମୁଖ୍ୟାଳୟର ସମ୍ପର୍କ ବିଚ୍ଛିନ୍ନ ହୋଇଛି। ଅତାବିରା ବ୍ଳକ ଅନ୍ତର୍ଗତ ଜାଂଗେଡ ପଞ୍ଚାୟତ ହଳଦୀ ଗ୍ରାମରୁ ଜାଂଗେଡକୁ ସଂଯୋଗ କରୁଥିବା ରାସ୍ତା ମଝିରେ ଥିବା ବ୍ରିଜ ଉପରେ ୬ ଫୁଟର ପାଣି ପ୍ରବାହିତ ହେଉଛି । ତେବେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ରଖାଯାଇଥିବା ତଥା ଆବଶ୍ୟକତା ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଭେଡେନ ବିଡିଓ ଜଣାଇଛନ୍ତି।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.