ETV Bharat / state

'ପ୍ରଭାବ ପକାଇବନି ରାହୁଲଙ୍କ କୁମ୍ଭୀର କାନ୍ଦଣା' - ବିଜେଡି

ଋଣ ଛାଡ ନାଁ ରେ ଚାଷୀଙ୍କୁ ମିଥ୍ୟା ପ୍ରତିଶୃତି ଦେଉଛନ୍ତି ରାହୁଲ ଗାନ୍ଧୀ । କିନ୍ତୁ ଏଥର ତାଙ୍କର ଏହି ପ୍ରତିଶୃତି ଜିଲ୍ଲାବାସୀଙ୍କୁ କୌଣସି ପ୍ରଭାବ ପକାଇ ପାରିବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେପି ଓ ବିଜେଡି ଦଳ |

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Mar 15, 2019, 11:46 PM IST

ବରଗଡ: କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାହୁଲ । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ନିର୍ବାଚନ ଜିତିବା ଲାଗି ସେ ଯେଉଁ ଫର୍ମୁଲା ଆପଣାଇଥିଲେ ଏଠାରେ ମଧ୍ୟ ସେ ସେହି ଫର୍ମୁଲା ଆପଣାଉଛନ୍ତି । ଋଣ ଛାଡ ନାଁ ରେ ଚାଷୀଙ୍କୁ ମିଥ୍ୟା ପ୍ରତିଶୃତି ଦେଉଛନ୍ତି । କିନ୍ତୁ ଏଥର ତାଙ୍କର ଏହି ପ୍ରତିଶୃତି ଜିଲ୍ଲାବାସୀଙ୍କୁ କୌଣସି ପ୍ରଭାବ ପକାଇ ପାରିବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେପି ଓ ବିଜେଡି ଦଳ |

ଦୀର୍ଘବର୍ଷ ଧରି ଦେଶରେ ଶାସନ କରିଥିବା କଂଗ୍ରେସ କେବଳ ନିଜ ପରିବାରର ବିକାଶ ଛଡା ଅନ୍ୟ କୌଣସି କାମ କରିନାହିଁ । ଲୋକଙ୍କ ବିକାଶ ନାଁରେ ଦେଶକୁ ଆର୍ଥିକ ବୋଝରେ ଡୁବାଇ ଦେଇଛି । କଂଗ୍ରେସର ଅସଲି ଚେହେରା ଲୋକଙ୍କ ସାମ୍ନାକୁ ଆସିଯାଇଛି । ତେଣୁ 2014 ରେ ଦେଶବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ନୂଆ ପରିବର୍ତ୍ତନ ଆଣିଥିଲେ | ବିକାଶଧାରା ବଜାୟ ରଖିବାକୁ ହେଲେ କଂଗ୍ରେସ କ୍ଷମତାକୁ ନଆସିବା ଦରକାର ବୋଲି କହିଛି ଦଳ ।

ତେବେ କଂଗ୍ରେସର ଦଳୀୟ ସମାବେଶରେ କିମ୍ବା କୌଣସି ମିଥ୍ୟା ପ୍ରତିଶୃତିରେ ସାଧାରଣ ଜନତା ଭ୍ରମିତ ହେବେ ନାହିଁ । ଏହି ସମାବେଶ ଆଗାମୀ ସାଧାରଣ ନିର୍ବାଚନରେ ମଧ୍ୟ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଜେଡ଼ି ବିଧାୟକ ଦେବେଶ ଆଚାର୍ଯ୍ୟ ମତ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସେପଟେ ବିଜେପି ମଧ୍ୟ ଏନେଇ ନିଜ ପ୍ରତିକ୍ରିୟା ରଖିଛି । ବିଜେପି ଦଳର ରାଜ୍ୟ ଉପସଭାପତି ଅଶ୍ଵିନୀ ଷଡଙ୍ଗୀଙ୍କ କହିବା ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ବରଗଡ ଆଗମନ ଜିଲ୍ଲାରେ କୌଣସି ପ୍ରକାରର ପ୍ରଭାବ ଆଣିପାରିବ ନାହିଁ | କଂଗ୍ରେସ ପରିବାରର ଦୁର୍ନୀତି ଏବେ ଜନତାଙ୍କ ସାମ୍ନାକୁ ଆସୁଛି । ଟିକେଟ ପାଇଁ କଂଗ୍ରେସରେ ଯେଉଁ ଭଳି କନ୍ଦଳ ସୃଷ୍ଟି ହେଉଛି ସେଥିରୁ ଜଣାପଡୁଛି ଯେ କଂଗ୍ରେସ ଦଳ ଭିତରେ ଏକତା ନାହିଁ | ଯିଏ ନିଜ ଦଳକୁ ସମ୍ଭାଳି ପାରୁ ନାହିଁ ସେ ରାଜ୍ୟ ତଥା ଦେଶକୁ କିପରି ସମ୍ଭାଳିବ ବୋଲି କହିଛନ୍ତି ଦେବେଶ ।

ସୂଚନା ଯୋଗ୍ୟ , ନିଜ ଦଳୀୟ ପ୍ରଚାର ଲାଗି ବରଗଡ ଗସ୍ତ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବରଗଡରେ ସେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ସେଠାରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.