ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ଅଧିକାରୀ

author img

By

Published : Mar 1, 2023, 9:02 AM IST

ପାଇକମାଳ ବ୍ଲକ ଅନ୍ତର୍ଗତ ଜାମସେଟର ରାଜସ୍ୱ ଅଧିକାରୀ ଡମ୍ବୁରୁଧର 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଅଧିକ ପଢନ୍ତୁ

ravenue officer dambrudhar seth
ravenue officer dambrudhar seth

ବରଗଡ: 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ଅଧିକାରୀ । ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଜାମସେଟର ରାଜସ୍ୱ ଅଧିକାରୀ ଡମ୍ବୁରୁଧର ସେଠ ଗତକାଲି 20,000 ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ବରଗଡ ଭିଜିଲାନ୍ସ ଟିମ । ରାଜସ୍ୱ ଅଧିକାରୀ ଡମ୍ବରୁଧର ସେଠ ଲାଞ୍ଚ ପଇସାକୁ ନିଜ ହାତରେ ନ ଧରି ସେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଆଣିଥିଲେ । ହେଲେ ଭିଜିଲାନ୍ସ ଟିମ ଦ୍ଵାରା ଧରାପଡିବା ପରେ ବ୍ୟକ୍ତି ଜଣକ ପ୍ରକୃତ ବିଷୟ ବଖାଣି ଥିଲେ । ତାଙ୍କୁ ଲାଞ୍ଚ ପଇସା ଆଣିବାକୁ ରାଜସ୍ୱ ଅଧିକାରୀ ନିଜେ ପଠାଇଥିଲେ ବୋଲି । ତେବେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏନେଇ ରାଜସ୍ୱ ଅଧିକାରୀଙ୍କ ପାଇକମାଳ ସ୍ଥିତ ଉଭୟ ବାସଗୃହ ଓ ଅଫିସରେ ଚଢାଉ କରି ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ,ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବର୍ତ୍ତୁଣ୍ଡା ଗାଁର ଫକୀର ଚରଣ ଶବର ନାମକ ଜଣେ ବ୍ୟକ୍ତିଙ୍କ 8 ଏକର 40 ଡ଼ିସିମିଲ ଜମିର ପଟ୍ଟା କରେଇବା ପାଇଁ ରାଜସ୍ୱ ଅଧିକାରୀ ଡମ୍ବରୁଧର ସେଠ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଉକ୍ତ ଲାଞ୍ଚ ଅର୍ଥ ନ ଦେବା ଯାଏ ଅଭିଯୋଗକାରୀଙ୍କୁ ବହୁ ହଇରାଣ କରାଯାଇଥିଲା ଜମିପଟ୍ଟା ପ୍ରଦାନ କରିବାକୁ । ଶେଷରେ ବାଧ୍ୟ ହୋଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ଵାରସ୍ଥ ହୋଇଥିଲେ । ତେବେ ଭିଜିଲାନ୍ସ ବିଭାଗର ଯୋଜନା ମୁତାବକ ଗତକାଲି ସେଠଙ୍କୁ 20 ହଜାର ଟଙ୍କା ଦେବାକୁ ପହଞ୍ଚିଥିଲେ ଅଭିଯୋଗକାରୀ ।

କିନ୍ତୁ ରାଜସ୍ୱ ଅଧିକାରୀ ସେଠ ନିଜେ ପଇସା ନଧରି ବିବେକାନନ୍ଦ ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ପଠାଇଥିଲେ ଟଙ୍କା ନେବାକୁ । ତେବେ ଟଙ୍କା ନେଲା ସମୟରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ମାଡି ବସିଥିଲେ । ଉକ୍ତ ବ୍ୟକ୍ତିଙ୍କୁ ଜେରା କରିବାରୁ ତାଙ୍କୁ ସେଠ ପଠାଇଥିଲେ ପଇସା ଆଣିବାକୁ ବୋଲି ସ୍ଵୀକାର କରିଥିଲେ । ବରଗଡ଼ ଭିଜିଲାନ୍ସ DSPଙ୍କ ନେତୃତ୍ୱରେ ଗଠିତ ଟିମ ଅଧିକାରୀଙ୍କର ପାଇକମାଳ ସ୍ଥିତ ବାସଭବନ ଓ ତାଙ୍କର କାର୍ଯ୍ୟାଳୟରେ ଚଢାଉ କରିଛନ୍ତି । ଏଥିସହ ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ ନମ୍ବର 6 / 26.02.23 U/S 7 ପିିସି ଧାରାରେ ଏକ ମାମଲା ରୁଜୁ କରାଯାଇଛି । ରାଜସ୍ୱ ଅଧିକାରୀ ଡମ୍ବରୁଧର ସେଠ ଓ ବିବେକାନନ୍ଦ ମାଝୀଙ୍କୁ ଅଟକ ରଖିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.