ETV Bharat / state

ଧନୁଯାତ୍ରା ଥିମରେ ନିଆରା ରଙ୍ଗୋଲି ପ୍ରତିଯୋଗିତା, ଝଟକିଲା ବରଗଡ଼ ମୁଖ୍ୟ ରାସ୍ତା - ଧନୁଯାତ୍ରା ରଙ୍ଗୋଲି ପ୍ରତିଯୋଗିତା

Rangoli Competition In Bargarh: ଦିନକ ପରେ ଆରମ୍ଭ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଏହି ଅବସରରେ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ବରଗଡ଼ରେ ବିରାଟ ରଙ୍ଗୋଲି ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅଧିକ ପଢ଼ନ୍ତୁ

ବରଗଡ଼ ଧନୁଯାତ୍ରା
ବରଗଡ଼ ଧନୁଯାତ୍ରା
author img

By ETV Bharat Odisha Team

Published : Jan 14, 2024, 7:32 PM IST

ବରଗଡ଼ ଧନୁଯାତ୍ରା

ବରଗଡ଼: ଦିନକ ପରେ ଆରମ୍ଭ ହେବାକୁ ଯାଉଛି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏଥିପାଇଁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ଏହାର ପ୍ରଚାର କାର୍ଯ୍ୟକ୍ରମ । ଏଥିପାଇଁ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ବରଗଡ଼ରେ ବିରାଟ ରଙ୍ଗୋଲି ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜିତ ହୋଇଛି । ଏହି ପ୍ରତିଯୋଗିତାରେ 66ଟି ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କଳାକାରମାନେ ଭାଗ ନେଇଥିବା ବେଳେ ଭଳିକି ଭଳି ରଙ୍ଗୋଲିରେ ଝଟକିଛି ବରଗଡ଼ର ମୁଖ୍ୟ ରାସ୍ତା ।

ଧନୁଯାତ୍ରା ପାଇଁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଆଜି ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ରଙ୍ଗୋଲି ପାଇଁ କେବଳ ଧନୁଯାତ୍ରା ଉପରେ ଥିମ ରହିଥିବା ବେଳେ ସୁନ୍ଦର ସୁନ୍ଦର ରଙ୍ଗୋଲିରେ ଭରି ଯାଇଥିଲା ବରଗଡର ମୁଖ୍ୟ ରାସ୍ତା । ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସମ୍ମୁଖରୁ ଗୌରପଡା ପର୍ଯ୍ୟନ୍ତ ପ୍ରାୟ 500 ମିଟର 6000 ବର୍ଗଫୁଟରେ ଭିନ୍ନ ଭିନ୍ନ ଧରଣର ରଙ୍ଗୋଲି କରାଯାଇଥିଲା । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗି ରହିଥିଲା । ଏହି ପ୍ରତିଯୋଗିତାରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନରୁ ସମୁଦାୟ ୬୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଧନୁଯାତ୍ରା ପୂର୍ବରୁ ଏହାର ପ୍ରଚାର ପାଇଁ ବରଗଡ଼ ମୁଖ୍ୟରାସ୍ତାରେ ପ୍ରାୟ 500 ମିଟର ପର୍ଯ୍ୟନ୍ତ ଧନୁଯାତ୍ରାକୁ ନେଇ ଭଳିକି ଭଳି ରଙ୍ଗୋଲି ଦେଖିବାକୁ ମିଳିଥିଲା । ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ କୁନି କଳାକାରମାନେ ଆସି ନିଜ ନିଜର କଳା ପ୍ରଦର୍ଶନ କରିଛନ୍ତି । କିଏ କଂସ ମହାରାଜଙ୍କ ଅଟ୍ଟହାସ୍ୟକୁ ରଙ୍ଗୋଲି ମାଧ୍ୟମରେ ଅଙ୍କନ କରିଛି ତ ଆଉ କିଏ କାଳୀୟ ଦଳନ । ସେହିପରି ବସ୍ତ୍ର ହରଣ ଓ କୃଷ୍ଣଙ୍କ ବାଲ୍ୟଲୀଳା ଏପରି ବେଶ ଆକର୍ଷଣୀୟ ରଙ୍ଗୋଲି ଚିତ୍ର ଦେଖିବାକୁ ଲୋକଙ୍କ ଭିଡ଼ ଲାଗି ରହିଥିଲା । ସେପଟେ ସୁନ୍ଦର କଳା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ କଂସ ଦରବାରରେ ପୁରସ୍କୃତ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ......୧୫ରୁ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା; ବସିବ କଂସ ମହାରାଜାଙ୍କ ଦରବାର, ନିର୍ଦ୍ଦେଶ ମାନିବେ ପ୍ରଜାଗଣ

ତେବେ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଆୟୋଜିତ ଏପରି ନିଆରା ପ୍ରଚାରକୁ ବୁଦ୍ଧିଜୀବୀଙ୍କ ମହଲରେ ବେଶ ପ୍ରଶଂସା କରାଯାଇଛି । ଧନୁଯାତ୍ରା ପୂର୍ବରୁ ରଙ୍ଗୋଲି, ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗିତା ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଉଜାଗର କରୁଥିବାବେଳେ ଏପରି ସୁଯୋଗ ପାଇ ଧନୁଯାତ୍ରାରେ ସାମିଲ ହୋଇଥିବାରୁ କଳାକାରମାନେ ବେଶ ଖୁଶି ଅନୁଭବ କରିଛନ୍ତି । ଆଜି ରଙ୍ଗୋଲି ପ୍ରତିଯୋଗିତା ସରିଥିବା ବେଳେ ଆଗକୁ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗିତା ରହିଛି । ପ୍ରତିଯୋଗିତାରେ ଭଲ କଳା ପ୍ରଦର୍ଶନ କରିଥିବା କଳାକାରମାନଙ୍କୁ କଂସ ମହାରାଜାଙ୍କ ଦରବାରରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । କଳାକାରମାନେ ସମ୍ମାନିତ ହୋଇ ନିଜର ପ୍ରତିଭାକୁ ବିଶ୍ଵମଞ୍ଚରେ ଉପସ୍ଥାପନ କରିବାକୁ ବେଶ ଉତ୍ସାହିତ ହୋଇପଡିଛନ୍ତି ଏବଂ ଦୂରଦୂରାନ୍ତରୁ କଳାକାରମାନେ ନିଜର ପ୍ରତିଭା ଦେଖାଇବାକୁ ପହଞ୍ଚି ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.