ETV Bharat / state

Pulwama Attack: ଦେଶ ଝୁରୁଛି ପୁଲୱାମା ଶହୀଦ ବୀର ଯବାନଙ୍କୁ

author img

By

Published : Feb 14, 2023, 10:55 PM IST

ପୁଲୱାମା ଆକ୍ରମଣକୁ ଆଜି ପୁରିଛି 4 ବର୍ଷ । ବରଗଡର ଏକ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଏହି ଦିନଟିକୁ ଶହୀଦ ଦିବସ ରୂପେ ପାଳନ କରିଛି l ଅଧିକ ପଢ଼ନ୍ତୁ

ପୁଲୱାମା ଆକ୍ରମଣକୁ ଆଜି ପୁରିଛି 4 ବର୍ଷ
ପୁଲୱାମା ଆକ୍ରମଣକୁ ଆଜି ପୁରିଛି 4 ବର୍ଷ
ଫେବୃଆରୀ ୧୪ ଶହୀଦ ଦିବସ ରୂପେ ପାଳନ କଲେ ବରଗଡବାସୀ

ବରଗଡ: ଭେଲେଣ୍ଟାଇନ ଡେ’ କୁ ଶହୀଦ ଦିବସ ରୂପେ ପାଳନ କଲେ ବରଗଡବାସୀ । ପୁଲୱାମା ଆକ୍ରମଣକୁ ଆଜି ପୁରିଛି 4 ବର୍ଷ । ଅଜି ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ଦେଶବାସୀ। ତେବେ ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଏହି ଶହୀଦମାନଙ୍କୁ ଆଜି ଦେଳର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।

ଯୁବପୀଢି ଆଜିର ଦିନକୁ ଭେଲେଣ୍ଟାଇନ ଡେ ଭାବେ ପାଳନ କରୁଥିବା ବେଳେ , ବରଗଡର ଏକ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଏହି ଦିନଟିକୁ ଶହୀଦ ଦିବସ ରୂପେ ପାଳନ କରିଛି l ଆଜିର ଦିନରେ ଦେଶର 40 ଜଣ ବୀର ଯବାନ ସହିଦ ହୋଇଥିବା ବେଳେ ପୁଲୱାମାରେ ସହିଦ ଯବାନଙ୍କ ସ୍ମୃତି ଉଦେଶ୍ୟରେ ଆଜି ବରଗଡ଼ ଟାଉନ ହଲ ଠାରେ ସଂକଳ୍ପ ପରିବାର ଦ୍ୱାରା ସହୀଦ ଦିବସ ପାଳନ କରାଯାଇଛି। ଏହାସହ ସହିତ ସଂକଳ୍ପ ପରିବାର ର ତୃତୀୟ ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବା ବେଳେ ମୁଖ୍ୟ ଅତିଥି CRPF DIG ଲାଲଚନ୍ଦ ୟାଦବ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ l ଆଜିର ରକ୍ତଦାନ ଶିବିରରେ ସଂଗ୍ରହ ହୋଇଥିବା 65 ୟୁନିଟ ରକ୍ତ ଶହୀଦ ଯବାନମାନଙ୍କ ସ୍ମୃତିରେ ସମର୍ପିତ କରାଯାଇଥିଲା l

ସେହିପରି ବରଗଡ ମାଟିର ସହିଦ ରଞ୍ଜନ ଦାଶଙ୍କ ମାଙ୍କୁ CRPF DIG ଲାଲଚନ୍ଦ ୟାଦବ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇ ଦେଶାତ୍ମକବୋଧ ଗୀତ ପରିବେଷଣ କରାଯାଇଥିଲା। ଯାହା ଉପସ୍ଥିତ ଲୋକଙ୍କୁ ଭାବବିହ୍ୱଳ କରିପକାଇଥିଲା । ଆଜିର ଯୁବପିଢ଼ି ଆଧୁନିକତା ପଛରେ ଧାଇଁ ଦେଶ ଓ ସମାଜ ପ୍ରତି କୌଣସି ଆଗ୍ରହ ରଖୁନଥିବା ବେଳେ ସମାଜସେବୀ ସଙ୍ଗଠନ ସଂକଳ୍ପ ପରବାରର ଏପରି ନିଆରା ପଦକ୍ଷେପ ନିଶ୍ଚିତ ରୂପେ ଆଗାମୀ ଯୁବପିଢ଼ି ପାଇଁ ଉଦାହରଣ ସାଜିବ ବୋଲି ମୁଖ୍ୟ ବକ୍ତା ଜୟ ପ୍ରକାଶ ଶତପଥୀ କହିଥିଲେ । ସମାଜରେ ନିଃସ୍ୱାର୍ଥପର ଭାବେ ସେବା ଯୋଗେଇଦେଉଥିବା ଦୁଇ ଗୋଟି ଅନୁଷ୍ଠାନ କୁ ଆଜି ସଂକଳ୍ପ ପରିବାର ପକ୍ଷରୁ ସମ୍ମାନିତ କରାଯାଇ ଉତ୍ସାହିତ କରାଯାଇଥିଲା l ସମ୍ବଲପୁର ଜିଲ୍ଲାର "ପରିଚୟ" ଅନୁଷ୍ଠାନକୁ ଏବଂ ବରଗଡ଼ ଜିଲ୍ଲାର 108 ଆମ୍ବୁଲେନ୍ସ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କୁ ଚଳିତ ବର୍ଷ ସଂକଳ୍ପ ସେବା ସମ୍ମାନରେ ସମ୍ମାନିତ କରାଯାଇଛି l

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.