ETV Bharat / state

ଘରୋଇ ସ୍କୁଲ ଫି' ବୃଦ୍ଧିକୁ ନେଇ ବରଗଡରେ ଅଭିଭାବକ ସଂଘର ଧାରଣା

author img

By

Published : Oct 16, 2020, 9:16 PM IST

Updated : Oct 16, 2020, 9:29 PM IST

ଘରୋଇ ସ୍କୁଲ ଫି' ବୃଦ୍ଧିକୁ ବିରୋଧ । ଯାହାକୁ ନେଇ ବରଗଡ଼ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ଅଭିଭାବକ ସଂଘର ସଦସ୍ୟ ।

Bargarh
ଘରୋଇ ସ୍କୁଲ ଫି' ବୃଦ୍ଧିକୁ ବିରୋଧ

ବରଗଡ: ଫି' ବୃଦ୍ଧି ଆଳରେ ଘରୋଇ ସ୍କୁଲ ଗୁଡିକ ଅଭିଭାବକଙ୍କୁ ଶୋଷଣ କରୁଛନ୍ତି । ଯାହା ବିରୋଧରେ ଗଣଧାରଣାରେ ବସିଲେ ଅଭିଭାବକ ମହାସଂଘ । କୋରୋନା ମହାମାରୀ ସମୟରେ ଅଭିଭାବକଙ୍କ ରୋଜଗାର ପ୍ରଭାବିତ ହୋଇଛି । ଆଉ ଏହି ସମୟରେ ପିଲାଙ୍କ ଅନଲାଇନ ପାଠପଢା ଏବଂ ଅହେତୁକ ଫି' ଅବିଭାବକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଯାହାକୁ ନେଇ ବରଗଡ଼ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ଅଭିଭାବକ ସଂଘର ସଦସ୍ୟ ।

ଘରୋଇ ସ୍କୁଲ ଫି' ବୃଦ୍ଧିକୁ ବିରୋଧ

ଲକ୍ଷଲକ୍ଷ ଅଭିଭାବକଙ୍କ ସମସ୍ୟା ଓ ପରିସ୍ଥିତିକୁ ଲକ୍ଷ୍ୟ କରି ଏକ ସ୍ବତନ୍ତ୍ର ଅଧ୍ୟାଦେଶ ଜରିଆରେ ଏହି ବୁଝାମଣା ରିପୋର୍ଟକୁ ଲାଗୁ କରିବା ସହ ଏଫଆରସି ରିପୋର୍ଟ ଲାଗୁ କରନ୍ତୁ ଏବଂ ସରକାର ଯେପରି ବିଶ୍ବବିଦ୍ୟାଳୟ ପାଇଁ ଅଧ୍ୟାଦେଶ ଆଣିଛନ୍ତି ସେହିପରି ଫି' ରେଗୁଲେସନ କମିଟି ରିପୋର୍ଟ ପାଇଁ ଅଧ୍ୟାଦେଶ ଜାରି କରନ୍ତୁ ବୋଲି ଧାରଣାରେ ବସିଥିବା ଅଭିଭାବକମାନେ ଦାବି କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Oct 16, 2020, 9:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.