ବରଗଡ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ସାରା ଭାରତରେ କୃଷକମାନେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲାର କୃଷକମାନେ ଏହି ବିଲ ବିରୋଧରେ ଆନ୍ଦୋଳନ କରିବାକୁ ଯାଉଛନ୍ତି । ଏହି ଆନ୍ଦୋଳନର ଡାକରା ଦେଇଛି ଅଲ ଇଣ୍ଡିଆ କିଶାନ ଶଙ୍କର ସମନ୍ବୟ କମିଟି । ଆସନ୍ତା 5 ତାରିଖରେ ଏହି ବୃହତ ଆନ୍ଦୋଳନ ହେବାକୁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି । ତେବେ ଆନ୍ଦୋଳନରେ ସମସ୍ତ କୃଷକ ସଂଗଠନ ଗୁଡିକ ସାମିଲ ହୋଇ କେନ୍ଦ୍ର ସରକାର ବିରୋଧରେ ପ୍ରଦର୍ଶନ କରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ସଂଗଠନ ପକ୍ଷରୁ କୁହାଯାଇଛି |
ରାଜ୍ୟର 10 ଗୋଟି ଜିଲ୍ଲାରେ ସକାଳ 11 ଟାରୁ 12 ଟା ପର୍ଯ୍ୟନ୍ତ ଏକ ଘଣ୍ଟିଆ ରାସ୍ତାରୋକ କରାଯାଇ ବିରୋଧ ପ୍ରଦର୍ଶନ କରାଯିବ ବୋଲି ସମ୍ମିଳନୀରେ କୁହାଯାଇଥିଲା । ଚାଷୀଙ୍କୁ ଏହି ବିଲ ଜରିଆରେ ଆର୍ଥିକ ସହଯୋଗ ମିଳିବା ସଙ୍ଗେ ବହୁ ଫାଇଦା ହେବ ବୋଲି ବିଜେପି ଦଳ ପକ୍ଷରୁ ସଚେତନତା କରାଯାଉଥିବାବେଳେ ଚାଷୀ ସଂଗଠନ ଚାଷୀଙ୍କୁ ଭୁଆଁ ବୁଲାଯାଉଛି ବୋଲି ଅଭିଯୋଗ ଆଣିଛି ସଂଗଠନ । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଚାଷୀ ନେତା ଲିଙ୍ଗରାଜ, ଅଶୋକ ପ୍ରଧାନ , ସରୋଜ ମହାନ୍ତି , ମୁରାରୀ ପୁରୋହିତ , ହର ବଣିଆ, ସୁଶୀଲ ସାହୁ ପ୍ରମୁଖ ପ୍ରତିନିଧିତ୍ଵ କରିଥିଲେ |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ