ବରଗଡ: ଦେଶର ଭିନ୍ନ ଭିନ୍ନ ରାଜ୍ୟରେ CAA ଏବଂ NRC କୁ ବିରୋଧ ପ୍ରଦର୍ଶନ ଲାଗିରହିଥିବା ବେଳେ ମଙ୍ଗଳବାର ବରଗଡ ଜିଲ୍ଲାରେ ମଧ୍ୟ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ଏହି ପ୍ରତିବାଦ ଶୋଭାଯାତ୍ରା ସହରରେ ପରିକ୍ରମା କରିବା ପରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଥିଲା ।
ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ମଙ୍ଗଳବାର ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ କରାଯାଇଥିଲା । ସ୍ଥାନୀୟ ଡାକ ବଙ୍ଗଳାରୁ ଏହି ଶୋଭାଯାତ୍ରା ବାହାରି ବରଗଡ଼ ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲା । ସେଠାରେ ଏକ ପ୍ରତିବାଦ ସଭାପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏହି ରାଲିରେ ସମ୍ବଲପୁରର ଭୀମ ଆର୍ମି, କଂଗ୍ରେସ ଦଳ, ମୁସଲିମ ସମ୍ପ୍ରଦାୟର ଲୋକେ ଏଥିରେ ସାମିଲ ଥିଲେ ।
ବରଗଡରୁ ରାଜେଶ ସରାପ,ଇଟିଭି ଭାରତ