ETV Bharat / state

ରହସ୍ୟ ଘେରରେ ପ୍ରିୟଙ୍କା ନିଖୋଜ ଘଟଣା, 9 ବର୍ଷ ପରେ ବି ପୋଲିସ ହାତ ଖାଲି

ଗତ 9 ବର୍ଷ ହେଲା ନିଖୋଜ ଅଛନ୍ତି ବରଗଡ ଜିଲ୍ଲାର ପ୍ରିୟଙ୍କା କୁଦେଇ । 10 ବର୍ଷ ବୟସରେ ନିଖୋଜ ହୋଇଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଖୋଜି ଆଣିବାରେ ସଫଳ ହୋଇନି ପୋଲିସ । ଅଧିକ ପଢନ୍ତୁ

author img

By

Published : Apr 9, 2023, 9:04 AM IST

Priyanka missing case
Priyanka missing case
Priyanka missing case

ବରଗଡ: ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ନିଖୋଜ ହୋଇଯାଇଥିଲେ ବରଗଡ ଜିଲ୍ଲାର ପ୍ରିୟଙ୍କା କୁଦେଇ । ନିଖୋଜ ହେବାର ଆଜକୁ ୯ ବର୍ଷ ବିତିଗଲାଣି । କିନ୍ତୁ ଏବେ ବି ଏହି କୁନି ଝିଅର ପତ୍ତା ପାଇପାରିନି ପୋଲିସ । ଏପଟେ ଝିଅକୁ ଝୁରି ଝୁରି ବାପାମାଆଙ୍କ ଆଖିରୁ ଲୁହ ଶୁଖି ଗଲାଣି । ନିଖୋଜ ପ୍ରିୟାଙ୍କାକୁ ଫେରାଇ ଆଣିବାରେ ପୋଲିସ ବିଭାଗର ସମସ୍ତ ଚେଷ୍ଟା ଯେମିତି ଫେଲ୍ ମାରିଛି । ବିଗତ ୯ ବର୍ଷ ମଧ୍ୟରେ ବରଗଡ ଜିଲ୍ଲା ପୋଲିସ ବିଭାଗରେ କେତେ ଯେ ଏସପି ବଦଳି ହେଲେଣି କିନ୍ତୁ ପ୍ରିୟଙ୍କାଙ୍କୁ ଫେରାଇ ଆଣିବାରେ ଅସଫଳ ପୋଲିସ । ଏ ଘଟଣା ପୋଲିସ ଯେମିତି ଭୁଲିଗଲା ପରି ମନେ ହେଉଥିବା ବେଳେ ପ୍ରିୟଙ୍କାଙ୍କ ବାପାମାଆ ଭୁଲି ପାରିନାହାନ୍ତି ଝିଅର ରହସ୍ୟମୟ ନିଖୋଜ ଘଟଣାକୁ । ଏବେ ବି ଝିଅର ଫେରିବା ବାଟକୁ ଚାତକ ପରି ଚାହିଁ ବସିଛନ୍ତି ।

୨୦୧୪ ମସିହା ଜୁଲାଇ ୨୧ ତାରିଖର ଘଟଣା, ବରଗଡ ଜିଲ୍ଳା ଭେଡେନ ବ୍ଳକ କୁଟେନପାଲି ଗ୍ରାମର ସାଧବ କୁଦେଇଙ୍କ ୧୦ ବର୍ଷର ଝିଅ ପ୍ରିୟଙ୍କା କୁଦେଇ ସବୁଦିନ ପରି ନିଜ ସାଇକେଲ ଯୋଗେ ଭେଡେନସ୍ଥିତ ଅରବିନ୍ଦ ସ୍କୁଲକୁ ପାଠ ପଢିବାକୁ ଆସିଥିଲେ । ଏହାପରେ ସ୍କୁଲ ପାଠ ପଢାସାରି ସନ୍ଧ୍ୟା ୫.୪୫ଟା ସମୟରେ ଘରକୁ ବାହାରି ଟିଉସନ ଯାଇଥିଲେ । ଏହା ପରଠାରୁ ପ୍ରିୟଙ୍କା ଆଉ ଘରକୁ ଫେରିନଥିଲେ । ଝିଅର ବିଳମ୍ବ ହେବା ଦେଖି ବାପାମାଆ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନପାଇବାରୁ ପୋଲିସକୁ ଖବର ଦେଇଥିଲେ । ସେତେବେଳେ ପୋଲିସ ଏହାକୁ ସେତେଟା ଗୁରୁତ୍ୱ ଦେଇନଥିବାରୁ ନିଖୋଜ ଛାତ୍ରୀଙ୍କ କୌଣସି ଖୋଜ ଖବର ମିଳିନଥିଲା । ଯାହାଫଳରେ ଏହି ଘଟଣା ସମଗ୍ର ଜିଲ୍ଳାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ବ୍ୟାପକ ଆନ୍ଦୋଳନ ମଧ୍ୟ ହୋଇଥିଲା । ତାପର ଠାରୁ ପୋଲିସ ତଦନ୍ତ ଜୋରଦାର କରିଥିଲା ।

ତେବେ ଆଜି ପର୍ଯ୍ୟନ୍ତ ପୋଲିସ ପିଲାଟିରେ ଟିକିଏ ସୁରାଗ ମଧ୍ୟ ପାଇପାରି ନାହିଁ । ପୋଲିସ ଏହି ଘଟଣାରେ ବିଫଳ ହେବାପରେ ଏହି ଘଟଣାର ତଦନ୍ତ ଭାର ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ମାତ୍ର ୨୦୧୪ ରୁ ୨୦୨୩ ହେଲାଣି ଆଜି ପର୍ଯ୍ୟନ୍ତ ମଧ୍ୟ ପ୍ରିୟଙ୍କା କୁଦେଇଙ୍କୁ ଖୋଜି ପାଇନି ପୋଲିସ । ଏହି ଘଟଣା ଘଟିବାର ପାଖାପାଖି ୯ ବର୍ଷ ବିତିଯାଇଥିଲେ ସୁଦ୍ଧା ବରଗଡ ପୋଲିସ ବିଭାଗ ଓ କ୍ରାଇମବ୍ରାଞ୍ଚ ହାତରେ କୌଣସି ସୁରାଗ ଲାଗିନାହିଁ । ଫଳରେ ପ୍ରିୟଙ୍କା ନିଖୋଜ ଘଟଣା ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ହୋଇରହିଛି ।

ବାରମ୍ବାର ପୋଲିସର ଦ୍ଵାରସ୍ଥ ହୋଇଥିଲେ ହେଁ ନିଖୋଜ ପ୍ରିୟଙ୍କାର ମାଆ ଓ ବାପାଙ୍କୁ ମିଥ୍ୟା ଆଶ୍ଵାସନା ଦେଇ ପୋଲିସ ଫେରାଇ ଦେଉଛନ୍ତି । ଆଜକୁ ପ୍ରାୟ ୯ ବର୍ଷ ଭିତରେ କେତେ ଯେ ଏସପି ବଦଳି ହୋଇ ନୂତନ ଏସପି ଆସିସାରିଛନ୍ତି । ମାତ୍ର ପ୍ରିୟଙ୍କାଙ୍କ ମାଆ ଏବଂ ବାପା ଏବେ ମଧ୍ୟ ତାଙ୍କ ଝିଅର ଫେରିବା ବାଟକୁ ଅନାଇ ବସିଛନ୍ତି । ୧୦ ବର୍ଷୀୟା କୁନି ଝିଅର ନିଖୋଜ ଘଟଣା ହେଉ ଅବା କୁମେଳଶିଙ୍ଗା ଗ୍ରାମର ଦୁଇ ନିଷ୍ପାପ ଶିଶୁଙ୍କ ହତ୍ୟା ଘଟଣା ହେଉ ବରଗଡ ଜିଲ୍ଲା ପୋଲିସ ବିଭାଗର ବିଫଳତାକୁ ଆଜି ମଧ୍ୟ ବରଗଡବାସୀ ମନେ ରଖିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.