ETV Bharat / state

ଆସନ୍ତା 15ରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ବସିଲା ଜରୁରୀ ବୈଠକ - ଧନୁଯାତ୍ରା

The World Famous Bargarh Dhanuyatra: ଜାନୁୟାରୀ ୧୫ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ବସିଲା ଜରୁରୀ ବୈଠକ । ଅଧିକ ପଢନ୍ତୁ

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା
ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା
author img

By ETV Bharat Odisha Team

Published : Jan 9, 2024, 11:02 PM IST

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଜାନୁୟାରୀ ୧୫ ତାରିଖରୁ ଆରମ୍ଭ ହେବ । ଦୀର୍ଘ 11 ଦିନ ଧରି 25 ତାରିଖ ପର୍ଯ୍ୟନ୍ତ ଚାଲିବ ଧନୁଯାତ୍ରା । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରଚାର ପ୍ରସାର କମିଟି ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ବିଭିନ୍ନ ସବ କମିଟି ଗଠନ କରାଯାଇଛି । କେଉଁ ଦିନ କେଉଁ କାର୍ଯ୍ୟକ୍ରମ କରାଯିବ ସେନେଇ ଆଲୋଚନା କରାଯାଇଛି । ତେବେ ଆସନ୍ତା ୧୩ ତାରିଖରେ ରଙ୍ଗୋଲି ପ୍ରତିଯୋଗିତା, ୧୪ରେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ୧୮ ତାରିଖରେ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ ହେବା ସହିତ ୧୫ ତାରିଖରେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହେବ ଧନୁଯାତ୍ରା ମହୋତ୍ସବ।

ଚଳିତ ବର୍ଷ ବରଗଡ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆୟୋଜନର ପ୍ରଚାର ପ୍ରସାରକୁ ଆହୁରି ସୁସଂଗଠିତ ଭାବରେ କରିବାକୁ ଆଜି ଧୁନଯାତ୍ରା ପ୍ରଚାର ପ୍ରସାର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଧନୁଯାତ୍ରା ପ୍ରଚାର ପ୍ରସାର କମିଟିର ଆବାହକ କଲ୍ୟାଣୀ ଦାଶଙ୍କ ସଭାପତିତ୍ବ ଓ କାର୍ଯ୍ୟକାରୀ ସହ ଆବାହକ ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଚାର ପ୍ରସାରକୁ ସଂଗଠିତ ଭାବରେ କରିବା ପାଇଁ ବିଭିନ୍ନ ସବ କମିଟି ମାନ ଗଠିତ କରାଯାଇଛି । ଏଥିରେ ସାଂସ୍କୃତିକ ଶୋଭାଯାତ୍ରା, ରଙ୍ଗୋଲି, ଚିତ୍ରାଙ୍କନ ପ୍ରତିଯୋଗିତା ଓ ଚିତ୍ରକରମାନଙ୍କୁ ନେଇ ଚିତ୍ରକଳା ପ୍ରତିଯୋଗିତା, ଭିଡିଓଗ୍ରାଫି, ଫଟୋଗ୍ରାଫି, ପ୍ରଚାର ପାଇଁ ହୋର୍ଡିଂ ଓ ପୋଷ୍ଟର ବ୍ୟବସ୍ଥା ଆଦି ସବ କମିଟି ମାନ ଗଠିତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ଧନୁଯାତ୍ରାକୁ ପାଠ୍ୟକ୍ରମରେ ସାମିଲ ପାଇଁ ଉଦ୍ୟମ ହେବ: ଧର୍ମେନ୍ଦ୍ର

ଆଜିର ବୈଠକ ଧନୁଯାତ୍ରା ପ୍ରଚାର ପ୍ରସାର କମିଟିର ତୃତୀୟ ବୈଠକ ହୋଇଥିବା ବେଳେ ବିଭିନ୍ନ ବିଭାଗର ସବ କମିଟି ମାନ ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଛି । ସାଂସ୍କୃତିକ ଶୋଭଯାତ୍ରାରେ ଜିଲ୍ଲା ଓ ଜିଲ୍ଲା ବାହାରର ପ୍ରାୟ ୨୨ ଗୋଟି ସାଂସ୍କୃତିକ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜିର ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୧୩ ତାରିଖରେ ରଙ୍ଗୋଲି ପ୍ରତିଯୋଗିତା, ୧୪ରେ ଚିତ୍ରାଙ୍କନ ପ୍ରତିଯୋଗିତା, ୧୮ରେ ଚିତ୍ରକଳା ପ୍ରତିଯୋଗିତାର ଆୟୋଜନ କରାଯିବ । ଆସନ୍ତା ୧୫ ତାରିଖ ଦିନ ଅପରାହ୍ନ ୨ଟା ସମୟରେ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଗାନ୍ଧୀଛକରୁ ବାହାରି ବରଗଡର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ମନ୍ଦିରରେ ପହଞ୍ଚିବ । ସେଠାରେ ଧନୁଯାତ୍ରା ମହୋତ୍ସବ ସମିତିର କର୍ମକର୍ତ୍ତାଙ୍କ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ହାଟପଦା ରାଜା ଦରବାରଠାରେ ପହଞ୍ଚି ୭୬ ତମ ବରଗଡ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର ଆନୁଷ୍ଠାନିକ ଉଦଘାଟନ ହେବ । ପ୍ରତ୍ୟେକ କମିଟି ସେମାନଙ୍କର ଦଳର ସଦସ୍ୟମାନଙ୍କୁ ନେଇ ସଙ୍ଘବଦ୍ଧ ଭାବରେ କାର୍ଯ୍ୟ କରିବେ । ଏହାସହ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ପ୍ରଚାର ପ୍ରସାର କମିଟିର ଆବାହିକା ଅନୁରୋଧ କରିଥିଲେ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.