ETV Bharat / state

Padmapur By Poll: ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପଦ୍ମପୁର ବାସୀଙ୍କୁ ଲଲିପପ୍‌ କହିଲେ ପ୍ରଦୀପ ପୁରୋହିତ

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍‌ ଖେଳିଛି ବିଜେଡି । ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

author img

By

Published : Nov 16, 2022, 11:06 PM IST

Pradeep Purohit Targets state govt over announcement for Padmapur district status
Padmapur By Poll: ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପଦ୍ମପୁର ବାସୀଙ୍କୁ ଲଲିପପ୍‌ କହିଲେ ପ୍ରଦୀପ ପୁରୋହିତ

ବରଗଡ଼: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍‌ ଖେଳିଛି ବିଜେଡି । ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ତ୍ତମାନ ନିର୍ବାଚନ ଆଚାରସଂହିତା ଲାଗିଥିବାରୁ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ଏହା ଘୋଷଣା କରି ପାରିବେ ନାହିଁ । ତେଣୁ ବିଜେଡି ତାର ଉପନିର୍ବାଚନ ଇସ୍ତାହାରରେ ଏହାକୁ ସାମିଲ କରିବ ବୋଲି ଜଣା ପଡ଼ିଛି । ଏହାକୁ ନେଇ ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ପ୍ରଦୀପ ପୁରୋହିତ ।

ପ୍ରଦୀପ ପୁରୋହିତ କହିଛନ୍ତି, "ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଲଲିପପ୍‌ ଦେଖାଇଛନ୍ତି । ପଦ୍ମପୁର ଉପଖଣ୍ଡକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଚାହୁଁ ନାହାନ୍ତି କେବଳ ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବାକୁ ମିଥ୍ୟା ପ୍ରତିଶୃତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ପଦ୍ମପୁରବାସୀଙ୍କୁ ଭୁଲିଯାଇଛନ୍ତି । ଆଜି ଯାଏ ଜିଲ୍ଲା ଘୋଷଣା କରି ନାହାନ୍ତି । ଧାମନଗର ଉପନିର୍ବାଚନ ହାରିବା ପରେ ପଦ୍ମପୁର ଉପନିର୍ବାଚନ ପାର୍‌ ହେବାକୁ ମିଥ୍ୟା ପ୍ରତିଶୃତି ଦେଇଛନ୍ତି । ବିଜେପୁରରେ ଯେପରି ମିଥ୍ୟା ପ୍ରତିଶୃତି ଦେଇ ନିର୍ବାଚନୀ ବୈତରଣୀ ପାର୍‌ ହୋଇଥିଲେ ସେହିପରି ପଦ୍ମପୁରବାସୀଙ୍କୁ ଲଲିପପ୍‌ ଦେଖାଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରିଛନ୍ତି ।"

ପଦ୍ମପୁରରେ ଫସଲ ବିମାକୁ ନେଇ ଚାଷୀ ଆନ୍ଦୋଳନ ଏବଂ ଜିଲ୍ଲା ମାନ୍ୟତା ଦାବି ନେଇ ପଦ୍ମପୁରବାସୀଙ୍କ ଆନ୍ଦୋଳନ ବିଜେଡି ଦଳକୁ ଚିନ୍ତାରେ ପକାଇଛି । ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ ସହିତ 2023 ଡିସେମ୍ବର ସୁଦ୍ଧା ପଦ୍ମପୁର କୁ ଜିଲ୍ଲା ଘୋଷଣା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ପ୍ରତିକ୍ରିୟାରେ ଏହା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.