ETV Bharat / state

ଅଜଣା ରୋଗରେ ଛଟପଟ ଭାଇ-ଭଉଣୀ, ବଞ୍ଚିବା ପାଇଁ ଗରୀବ ବାପା ମା’ଙ୍କ ସଂଘର୍ଷ - handicapped children

ଦୁଃଖର ପାହାଡ ଭାଙ୍ଗି ପଡିଛି ବରଗଡ ଜିଲ୍ଲା କୁମ୍ଭାରୀ ଗ୍ରାମର ଗୌରଚରଣ ସାହୁଙ୍କ ପରିବାର ଉପରେ । ଦୁଇ ଦୁଇଟି ସନ୍ତାନ ଅକାରଣେ ବିକଳାଙ୍ଗ ହୋଇପଡିଛନ୍ତି । ପିଲାଙ୍କ ଚିକିତ୍ସା ପାଇଁ ସବୁକିଛି ବିକ୍ରି କରିଦେଇଥିବା ଗରୀବ ବାପାମାଆ ଏବେ ପେଟ ପାଇଁ ଦାନା ଯୋଗାଡ କରିବାକୁ ବାରଘର ଶୁଣ୍ଢିପିଣ୍ଡା ହେଉଛନ୍ତି । ଅଧିକ ପଢନ୍ତୁ...

ପଙ୍ଗୁ ସାଜିଛନ୍ତି ପୁ୍ଅ-ଝିଅ, ବଞ୍ଚିବା ପାଇଁ ଗରୀବ ବାପାମାଆଙ୍କ ସଂଘର୍ଷ

author img

By

Published : May 30, 2021, 12:24 PM IST

ବରଗଡ: ସମୟର କାଳ ଚକ୍ର ମଣିଷକୁ କେତେବେଳେ କୋଉଠି ପହଁଞ୍ଚାଏ ତାହା କେହି ଜାଣିନଥାନ୍ତି । ଖାଦ୍ଯ ମୁଠାଏ ପାଇଁ ମଧ୍ୟ ସଂଘର୍ଷ କରିବାକୁ ବାଧ୍ୟ କରିପକାଏ ସମୟ । ସେଭଳି କିଛି ଅତ୍ୟନ୍ତ ମର୍ମସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି ବରଗଡ ଜିଲ୍ଲା ବରପାଲି ଅଞ୍ଚଳରୁ । ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ବନ୍ଦପଡା ଠାରେ ରହୁଥିବା 75 ବର୍ଷର ଗୌରଚରଣ ସାହୁଙ୍କ ଅଭାବୀ ସଂସାର ଉପରେ ଦାଉ ସାଧିଛି ଦଇବ । ତାଙ୍କର ଦୁଇଟି ଯାକ ପୁଅ ଝିଅ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ବର୍ଷରୁ ବିକଳାଙ୍ଗ ହୋଇପଡି ରହିଛନ୍ତି । ପିଲାଙ୍କ ଚିକିତ୍ସା ବାବଦକୁ ଜମି ବାଡ଼ି, ସୁନା ରୁପା, ଏପରିକି ଘରର ବାସନ ମଧ୍ୟ ବିକ୍ରି ସରିଛି । ହେଲେ ସେମାନଙ୍କ ସ୍ଵାସ୍ଥ୍ୟରେ ଆଦୌ ସୁଧାର ଆସିନାହିଁ । ଶେଷରେ ସବୁ ସରିଯିବା ପରେ ଭାଗ୍ୟକୁ ଆଦରି ନିଜ ଅର୍ଦ୍ଧନିର୍ମିତ କୁଡ଼ିଆ ଘରେ ସହାୟତା ଅପେକ୍ଷାରେ ଚାହିଁ ରହିଛନ୍ତି ଏହି ଅସହାୟ ଗରୀବ ପରିବାର ।

ପଙ୍ଗୁ ସାଜିଛନ୍ତି ପୁ୍ଅ-ଝିଅ, ବଞ୍ଚିବା ପାଇଁ ଗରୀବ ବାପାମାଆଙ୍କ ସଂଘର୍ଷ
ଗୌରଚରଣ ସାହୁଙ୍କ ପରିବାର କହିଲେ ସ୍ତ୍ରୀ ଅମ୍ବିକା ସାହୁଙ୍କ ସମେତ ଦୁଇ ପୁଅ-ଝିଅ । ଯିଏ କି ଦିନେ ଅନ୍ୟ ପିଲାଙ୍କ ପରି ଖେଳକୁଦ କରିବା ସହ ସ୍କୁଲରେ ପାଠ ମଧ୍ୟ ପଢ଼ୁଥିଲେ । ହେଲେ ହଠାତ ଏହି ହସଖୁସିର ପରିବାରକୁ ଗ୍ରହଣ ଲାଗି ଯାଇଥିଲା । ଗୌରଚରଣଙ୍କ ଉଭୟ ସନ୍ତାନ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିକଳାଙ୍ଗ ହୋଇପଡିଲେ । ଯେଉଁ ବୟସରେ ପୁଅ-ଝିଅ ମାଆବାପାଙ୍କ ସେବା କରିବା କଥା ସେହି ବୟସରେ ବୃଦ୍ଧା ବାପାମା ପୁଅ ଝିଅଙ୍କ ସେବା କରୁଛନ୍ତି । ଏପରିକି ସାମାନ୍ୟ ପରିସ୍ରା, ଶୌଚ କରିବା ପାଇଁ ମଧ୍ୟ ପିଲାମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୋହିକି ନେବା ଆଣିବା କରିବାକୁ ପଡୁଛି ।

ପିଲାଙ୍କ ଚିକିତ୍ସା ପାଇଁ ସବୁ ବାପାମାଆ ଘରର ସବୁକିଛି ବିକ୍ରି କରିସାରିଲେଣି । ହେଲେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯଥା ପୂର୍ବଂ ତଥା ପରଂ । ସବୁକିଛି ବିକିବା ପରେ ଏବେ ଗରୀବ ବାପାମାଆ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । ସକାଳ ହେଲେ କେମିତି ପିଲାଙ୍କ ମୁହଁରେ ମୁଠାଏ ଦାନା ଦେବେ ସେଇ ଚିନ୍ତାରେ ଘାରି ହେଉଛନ୍ତି ବୃଦ୍ଧ ବାପାମାଆ ।

ସରକାରୀ ସ୍ତରରେ ମିଳୁଥିବା ୩୫ କେଜି ଚାଉଳରେ ୨୦ ଦିନ ଚଳି ଯାଉଥିବାବେଳେ ବାକି ଦିନମାନଙ୍କରେ ଭାତ ମୁଠାଏ ପାଇଁ ବେଶ ହଟହଟା ହେବାକୁ ପଡୁଛି ଗୌରଚରଣଙ୍କୁ । ଏପରିକି ବେଳେବେଳେ ପେଟରେ ଓଦା କନା ଦେଇ ଭୋକ ଉପାସରେ ଶୋଇବାକୁ ପଡୁଛି ।

ସରକାରୀ ସ୍ତରରେ ମିଳୁଥିବା କିଛି ଭତ୍ତା ପଇସାଠୁ ଢେର ଅଧିକ ହେଉଛି ଔଷଧ ବାବଦ ଖର୍ଚ୍ଚ । ତେଣୁ ପିଲାଙ୍କ ଔଷଧ ଖର୍ଚ୍ଚ ଭରଣ କରିବାକୁ ବି ସେ ଅସମର୍ଥ ହେଉଛନ୍ତି । ପୂର୍ବରୁ ଅନ୍ୟ ଘରେ ଦିନମଜୁରୀ କରି କିଛି ଅର୍ଥ ଉପାର୍ଜନ ହୋଇଯାଇଥାଏ ହେଲେ ବର୍ତ୍ତମାନ କୋରୋନା ସେତକ ବି ଛଡେଇ ନେଇଛି । ଏଭଳି ଅବସ୍ଥାରେ କେମିତି ଘରେ ଚୁଲି ଜଳିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.