ETV Bharat / state

+2ଛାତ୍ରୀଙ୍କ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଗ୍ରାମବାସୀ - baragarh Student suicide attempt

ବରଗଡ଼ରେ ଜଣେ +2 ପଢୁଥିବା ଛାତ୍ରୀ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଝିଅଟି କଲେଜରୁ ଘରକୁ ଫେରିବା ପରେ ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛି । ଅଧିକ ପଢନ୍ତୁ...

େ୍ି
+2 ଛାତ୍ରୀଙ୍କ କିରେସିନ ଢାଳି ଆତ୍ମହତ୍ୟା ଉଦ୍ୟମ, ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର
author img

By

Published : Aug 2, 2021, 10:36 PM IST

ବରଗଡ଼: ବରଗଡ଼ରେ ଜଣେ +2 ପଢୁଥିବା ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଝିଅଟି କଲେଜରୁ ଘରକୁ ଫେରିବା ପରେ ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛି । ଜ୍ୱଳନ୍ତ ଅବସ୍ଥାରେ ତାଙ୍କୁ ପାଖ ପଡ଼ୋଶୀ ଲୋକେ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଝିଅଟିର ଶରୀର ୯୦ ପ୍ରତିଶତ ପୋଡିଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଝିଅଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ଏଯାଏଁ ଜଣାପଡି ନାହିଁ ।

କୁସି ମଜୁରୀ କରି ଝିଅର ବାପା ପଞ୍ଚମ ଗୁରୁ ଝିଅକୁ ପାଠ ପଢ଼ାଉଥିବା ବେଳେ ଆଜି ବାପା ପଞ୍ଚମ ଏବଂ ମା’ ଜାମା ଗୁରୁ ଘରେ ନଥିବା ସମୟରେ ଝିଅ କଲେଜରୁ ପାଠପଢି ଖଲିଆପାଲି ମନ୍ଦିରପଡାରେ ରହୁଥିବା ଭଡା ଘରେ ପହଞ୍ଚିଥିଲେ । ଫେରିବା ପରେ ଆଜି(ସୋମବାର) ଦିନ ୧୧ଟା ସମୟରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ତେବେ ଝିଅଟି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ଘଟଣା ପଛରେ ପ୍ରେମ ସମ୍ପର୍କ କାରଣ ରହିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.