ETV Bharat / state

ବୀମା ଟଙ୍କା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର - Claim to collector

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତରେ ଚାଷୀଙ୍କୁ ବୀମା ପ୍ରଦାନ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ବିମା ଟଙ୍କା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ବିମା ଟଙ୍କା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
author img

By

Published : Mar 2, 2021, 12:00 PM IST

ବରଗଡ: ଗୋଟିଏ ପଟେ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଅନ୍ୟପଟେ ବୀମା ସମସ୍ୟା । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତରେ ଚାଷୀଙ୍କୁ ବିମା ପ୍ରଦାନ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଚାଷୀ ।

ବିମା ଟଙ୍କା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

2019 ଏବଂ 20 ବର୍ଷରେ ମରୁଡି ଜନିତ ସମସ୍ୟାରେ 181ଜଣ ଚାଷୀ ବୀମା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏ ନେଇ ଜାନୁଆରୀ ୫ ତାରିଖରେ ଆମରଣ ଅନଶନରେ ବସିଥିଲେ ଚାଷୀ । ଘଟଣାସ୍ଥଳରେ ଏଆରସିଏସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ସହ 15ଦିନ ଭିତରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଚାଷୀମାନେ ଧାରଣାକୁ ସ୍ଥଗିତ ରଖିଥିଲେ ।

ପ୍ରତିଶ୍ରୁତିକୁ 15ଦିନ ବିତିଯାଇଥିଲେ ବି ଚାଷୀଙ୍କୁ କିଛି ସୁଫଳ ମିଳି ନାହିଁ । ଫଳରେ ବୀମା ଟଙ୍କା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଚାଷୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.