ETV Bharat / state

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହେଲା ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ବରଗଡ଼ବାସୀଙ୍କ ପାଇଁ ସ୍ବାସ୍ଥ୍ୟକ୍ଷେତ୍ରରେ ହାସଲ ହେଲା ଆଉ ଏକ ଲକ୍ଷ୍ୟ । ଜିଲ୍ଲାର ପାଇକମାଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି । ଏନେଇ ଅଞ୍ଚଳବାସୀଙ୍କ ଦାବିକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

author img

By

Published : Feb 11, 2023, 9:37 PM IST

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହେଲା ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଖୁବଶୀଘ୍ର ପାଳନ ହୋଇଛି । ବରଗଡ଼ ଜିଲ୍ଲାର ପାଇକମାଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି । ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏନେଇ ଦାବି ଜଣାଇଥିଲେ ପାଇକମାଳବାସୀ । ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପାଇକମାଳ ଅଞ୍ଚଳର ଜନସାଧାରଣଙ୍କ ବହୁ ଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ବରଗଡ଼ବାସୀଙ୍କ ପାଇଁ ସ୍ବାସ୍ଥ୍ୟକ୍ଷେତ୍ରରେ ଆଉ ଏକ ଲକ୍ଷ୍ୟ ହାସଲ ହୋଇଛି । ବରଗଡ଼ ଜିଲ୍ଲାର ପାଇକମାଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି । ଗତ ପଦ୍ମପୁର ଉପନିର୍ବାଚନ ସମୟରେ ପାଇକମାଳ ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରିବା ପାଇଁ ଦାବି କରିଥିଲେ । ଲୋକଙ୍କର ଦାବି ମୁତାବକ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଖୁବଶୀଘ୍ର ପାଳନ ହୋଇଥିବାରୁ ପାଇକମାଳ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଏହାଦ୍ବାରା ସେଠାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଆହୁରି ଉନ୍ନତ ହେବା ସହିତ ଜନସାଧାରଣଙ୍କୁ ଅଧିକ ଉନ୍ନତ ସ୍ବାସ୍ଥ୍ୟସେବା ମିଳିପାରିବ । ଏହାଦ୍ଵାରା ଏଠାରେ ଅଧିକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତ ହେବେ । ରାଜ୍ୟରେ ବର୍ତ୍ତମାନ ଅନେକ ହସ୍ପିଟାଲକୁ ଉନ୍ନତମାନର କରାଯାଉଛି । କିଭଳି ଭାବରେ ରୋଗୀମାନଙ୍କୁ ଉଚିତ ସେବା ଯୋଗାଇ ଦିଆଯିବ ସେନେଇ ଅନେକ ପଦକ୍ଷେପ ନିଆଯାଉଛି । ତେବେ ବରଗଡ଼ ଜିଲ୍ଲା ପାଇକମାଳର ଜନସାଧାରଣ ସେହି ଅଞ୍ଚଳରେ ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଥିଲେ । ସେମାନଙ୍କର ଦାବିକୁ ଏବେ ମୁଖ୍ୟମନ୍ତ୍ରୀ ପୂରା କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.