ETV Bharat / state

Padmapur bypoll: ପ୍ରଦୀପଙ୍କ ପାଇଁ ଭୋଟ ଭିକ୍ଷା କଲେ ବିରୋଧୀ ଦଳ ନେତା ଜୟନାରାୟଣ

author img

By

Published : Nov 20, 2022, 6:52 PM IST

Updated : Nov 20, 2022, 7:16 PM IST

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର । ଏନେଇ ଆଜି ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାର ପ୍ରସାର ପାଇଁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଅଧିକ ପଢନ୍ତୁ

Padmapur by-poll: ବିଜେପି ପ୍ରାର୍ଥୀଙ୍କ ପାଇଁ ଜନସାଧାରଣଙ୍କୁ ଭୋଟ ଭିକ୍ଷା କଲେ ଜୟନାରାୟଣ ମିଶ୍ର

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର ପ୍ରସାର । ସମସ୍ତ ନିଜ ନିଜର ପ୍ରାର୍ଥି ପାଇଁ ଆରମ୍ଭ କରିଦେଇଛନ୍ତି ନିର୍ବାଚନୀ ପ୍ରଚାର । ଏନେଇ ସମସ୍ତ ଦଳ ନିଜ ନିଜର ଷ୍ଟାର ପ୍ରଚାରକଙ୍କ ଘୋଷଣା କରିସାରିଛି ତାଲିକା । ଏନେଇ ଆଜି ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାର ପ୍ରସାର ପାଇଁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଝାରବନ୍ଦ ବ୍ଲକର ବିଭିନ୍ନ ଗ୍ରାମ ମାନଙ୍କରେ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଛନ୍ତି ।

ତେବେ ଚଳିତ ପଦ୍ମପୁର ଉପନିର୍ବାଚନ ଆଗାମୀ 24 ସାଧାରଣ ନିର୍ବାଚନ ଉପରେ ନିଶ୍ଚୟ ପ୍ରଭାବ ପକାଇବ ତେଣୁ ସମସ୍ତ ଦଳ ନିଜ ନିଜର ପ୍ରାର୍ଥିକୁ କଳେ, ବଳେ ଓ କୌଶଳେ ବିଜୟୀ କରିବାକୁ ଫୁଲ ଦମରେ ପ୍ରଚାର ଚଳାଇଛନ୍ତି । ଏନେଇ ବିଜେପି ଦଳ ପକ୍ଷରୁ ମଧ୍ୟ ତାଙ୍କର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା ସରିଥିବାବେଳେ, ପ୍ରତିଦିନର ପ୍ରଚାର ରୁଟ ଚାର୍ଟ ତାଲିକା ପ୍ରସ୍ତୁତ ହୋଇସାରିଛି । ଅନ୍ୟପଟେ ଦଳର ହେଭି ୱେଟ ନେତା ଓ ମନ୍ତ୍ରୀମାନେ ବିଜେଡି ଦଳର ପ୍ରାର୍ଥିନୀ ପୂର୍ବତନ ବିଧାୟକ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହାଙ୍କ ପାଇଁ ପଦ୍ମପୁର ଅଞ୍ଚଳରେ ଆରମ୍ଭ ହୋଇଯାଇଛି ପ୍ରଚାର ।

ସେହିପରି ପଦ୍ମପୁର ଅଞ୍ଚଳରେ ବିଜେଡି ବିଧାୟକ ଥାଇ ମଧ୍ୟ ଏହି ଅଞ୍ଚଳରେ ଆଦୌ କୌଣସି କ୍ଷେତ୍ରରେ ବିକାଶ ହୋଇ ନ ଥିବା ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ଜୟନାରାୟଣ ମିଶ୍ର । ତେବେ ଏହି ଅଞ୍ଚଳରେ ଆଦୌ ବିକାଶ ହୋଇ ନ ଥିବାବେଳେ ନାହିଁ ନାହିଁରେ ଚାଲିଛି ଝରବନ୍ଦ ଅଞ୍ଚଳ ବୋଲି ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ଜୟନାରାୟଣ । ସେହିପରି ଜଗଦଲପୁରରେ ଆୟୋଜିତ ମିଶ୍ରଣ ପର୍ବରେ ଜୟନାରାୟଣ ମିଶ୍ର ଓ ପ୍ରଦୀପ ପୁରୋହିତଙ୍କ ସମ୍ମୁଖରେ କଂଗ୍ରେସ ଓ ବିଜେଡି ଦଳର ଅନେକ କର୍ମୀ ବିଜେପିରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବରଗଡ

Last Updated : Nov 20, 2022, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.