ETV Bharat / state

Padmapur By Poll: ସୁଶାନ୍ତ ସିଂଙ୍କୁ ଟାର୍ଗେଟ କଲେ ବରଗଡ଼ ସାଂସଦ

author img

By

Published : Nov 30, 2022, 10:52 PM IST

ପଦ୍ମପୁରରେ ଉପନିର୍ବାଚନରେ ଜୋରଦାର ହେଉଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜ କରିଥିଲେ ଭଟଲି ବିଧାୟକ ସୁଶାନ୍ତ ସିଂ । ଆଜି ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଛନ୍ତି ବରଗଡ ସାଂସଦ ସୁରେଶ ପୁଜାରୀ । ଅଧିକ ପଢ଼ନ୍ତୁ

Padmapur By Poll: ସୁଶାନ୍ତ ସିଂଙ୍କୁ ଟାର୍ଗେଟ କଲେ ବରଗଡ଼ ସାଂସଦ
Padmapur By Poll: ସୁଶାନ୍ତ ସିଂଙ୍କୁ ଟାର୍ଗେଟ କଲେ ବରଗଡ଼ ସାଂସଦ

ବରଗଡ଼: ପଦ୍ମପୁରରେ ଉପନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ବିଜେଡି ଓ ବିରୋଧି ବିଜେପି ମଧ୍ୟରେ ଜୋରଦାର ହେଉଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଗତକାଲି ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜ କରିଥିଲେ ଭଟଲି ବିଧାୟକ ସୁଶାନ୍ତ ସିଂ । ତେବେ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରଚାର ବେଳେ ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଛନ୍ତି ବରଗଡ ସାଂସଦ ସୁରେଶ ପୁଜାରୀ ।

ଆସନ୍ତା ଡିସେମ୍ବର ୫ରେ ପଡ଼ିବ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ । ଏନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଜୋରଦାର ହୋଇଛି ପ୍ରଚାର । ବିଭିନ୍ନ ଦଳର ହେଭିୱେଟ ନେତାମାନେ ପଦ୍ମପୁରରେ ଡେରା ପକାଇ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗୁଥିବାବେଳେ ଶାସକ ବିଜେଡି ଓ ବିରୋଧି ବିଜେପି ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ ଦୋଷାରୋପ କରିବାକୁ ପଛାଉ ନାହାନ୍ତି । ତେବେ ଗତକାଲି ଭଟଲି ବିଧାୟକ ସୁଶାନ୍ତ ସିଂ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜ କରିଥିଲେ । ସେ କହିଥିଲେ ଯେ ଯଦି ପଦ୍ମପୁରରେ ବିଜେଡି ହାରିଯାଏ ତାହେଲେ ସେ ନିଜେ ରାଜନୀତିରୁ ସନ୍ୟାସ ନେଇଯିବେ । କିନ୍ତୁ ଯଦି ବିଜେପି ହାରିଯାଏ ତାହେଲେ ଧର୍ମେନ୍ଦ୍ର ପ୍ରଧାନ ସନ୍ୟାସ ନେବେ କି ବୋଲି ପ୍ରଶ୍ନ କରିଥିଲେ ସୁଶାନ୍ତ ସିଂ ।

ଏହା ମଧ୍ୟ ପଢନ୍ତୁ: Padmapur By Poll: ଧର୍ମେନ୍ଦ୍ର ପ୍ରଧାନଙ୍କ ଧୂଆଁଧାର ପ୍ରଚାର, ରାଜ୍ୟ ସରକାରଙ୍କୁ ଶାଣିତ ସମାଲୋଚନା

ସେପଟେ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି ପ୍ରଚାର କରିଥିଲେ ବରଗଡ ସାଂସଦ ସୁରେଶ ପୁଜାରୀ । ଏହି ସମୟରେ ବିଭିନ୍ନ ସ୍ଥାନରେ ସେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା । ଦିନ ତମାମ ଆଜି ସାଂସଦ ସୁରେଶ ପୁଜାରୀ ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରି କହିଥିଲେ, "ସୁଶାନ୍ତ ସିଂ ଯେଉଁ କାରନାମା ମାନ କରିଛନ୍ତି ସେ ଯଦି ସନ୍ୟାସ ନିଅନ୍ତି, ତେବେ ଜେଲ ଭିତରକୁ ଯିବେ ।" ସେ ସନ୍ୟାସ ନେଇ ପାରିବେ ନାହିଁ ବୋଲି ଗୋଟିଏ ମଞ୍ଚରେ କହିଥିବାବେଳେ ସନ୍ଧ୍ୟାରେ ଅନ୍ୟ ଏକ ମଞ୍ଚରେ ସୁଶାନ୍ତ ସିଂଙ୍କୁ ଇସ୍ତଫା ପତ୍ର ପ୍ରସ୍ତୁତ କରି ରଖିବାକୁ କହିଛନ୍ତି ବିଜେପି ସାଂସଦ । ଆସନ୍ତା ୮ ତାରିଖରେ ଫଳାଫଳ ଘୋଷଣା ହେବ, ପଦ୍ମପୁରରେ ପଦ୍ମ ଫୁଟିବ ଏବଂ ସୁଶାନ୍ତ ସିଂ ଇସ୍ତଫା ଦେବେ ବୋଲି ସାଧାରଣ ସଭାରେ କହିଛନ୍ତି ସାଂସଦ ସୁରେଶ ପୁଜାରୀ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.