ETV Bharat / state

ବରଗଡ ସାଂସଦଙ୍କୁ ସୁଶାନ୍ତ ସିଂଙ୍କ ଚ୍ୟାଲେଞ୍ଜ, BJP ପ୍ରାର୍ଥୀ ହାରିଲେ ଇସ୍ତଫା ଦେବେ କି ?

author img

By

Published : Dec 1, 2022, 1:18 PM IST

ବରଗଡ ସାଂସଦଙ୍କୁ ଚ୍ୟାଲେଞ୍ଜ କଲେ ବିଜେଡି ବିଧାୟକ ସୁଶାନ୍ତ ସିଂ । ବିଜେପି ପ୍ରାର୍ଥୀ ହାରିଲେ ସାଂସଦ ଇସ୍ତାଫା ଦେବେ କି ବୋଲି ପ୍ରଶ୍ନ କଲେ । ଅଧିକ ପଢନ୍ତୁ

ବରଗଡ ସାଂସଦଙ୍କୁ ସୁଶାନ୍ତ ସିଂଙ୍କ ଚ୍ୟାଲେଞ୍ଜ, ବିଜେପି ପ୍ରାର୍ଥୀ ହାରିଲେ ଇସ୍ତାଫା ଦେବେ କି ?

ବରଗଡ: ଉପନିର୍ବାଚନକୁ (Padampur bypoll) ନେଇ ପଦ୍ମପୁରରେ ବଢୁଛି ତାତି । ଚାଷୀ ସମସ୍ୟା, ରେଳ ଇତ୍ୟାଦି ବିଭିନ୍ନ ପ୍ରସଙ୍ଗରେ ବିଜେପି ଓ ବିଜେଡି ମଧ୍ୟରେ ଲାଗିଥିବା ଟଣାଓଟରା ରାଜନୀତିକୁ ସରଗରମ୍ କରିଛି । ପ୍ରଚାର ପାଇଁ ଏବେ ଉଭୟ ଦଳର ହେଭିୱେଟ ନେତାମାନେ ପଦ୍ମପୁରରେ ଡେରା ପକାଇଛନ୍ତି । ସାଧାରଣ ସଭା କରି ଉଭୟ ଦଳର ନେତାମାନେ ପରସ୍ପର ବିରୁଦ୍ଧରେ କଟୁ ମନ୍ତବ୍ୟ ଦେଉଛନ୍ତି । ତେବେ ଦଳ ଦଳ ମଧ୍ୟରେ ଚାଲିଥିବା ଏହି ଆରୋପ ପ୍ରତ୍ୟାରୋପ ଏବେ ବ୍ୟକ୍ତିଗତ ଆକ୍ଷେପରେ ପହଞ୍ଚିଲାଣି । ପଦ୍ମପୁରରେ ବିଜୟକୁ ନେଇ ଦମ୍ଭ ଦେଖାଉଥିବା ଦୁଇ ଦଳର ହେଭିୱେଟମାନେ ପରସ୍ପରକୁ ଖୋଲା ଚ୍ୟାଲେଞ୍ଜ କରୁଥିବାର ଦେଖାଯାଉଛି ।

ଗତକାଲି ବରଗଡ ସାଂସଦ ସୁରେଶ ପୂଜାରୀ ବିଜେପିର ନିର୍ବାଚନୀ ପ୍ରଚାରରେ ବିଜେଡି ନେତା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଟାର୍ଗେଟ କରିଥିଲେ । ତାଙ୍କୁ କାଟକ୍ଷ ପୂର୍ବକ କହିଥିଲେ ଯେ, ''ବରଗଡର ଜଣେ ବିଧାୟକ ଅଛନ୍ତି ତାଙ୍କ ନାଁ ସୁଶାନ୍ତ ସିଂ । ନାଁ ସିନା ତାଙ୍କର ସିଂ, ହେଲେ ସେ ସିଂହ ପରି କାମ କରିନାହାନ୍ତି । ବିଜେଡି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହେଲେ ଇସ୍ତଫା ଦେଇଦେବେ ବୋଲି ସୁଶାନ୍ତ ସିଂ କହିଥିଲେ । ଏହାର ଅର୍ଥ ବରଗଡରେ ଆଉ ଗୋଟିଏ ଉପନିର୍ବାଚନ ହେବାକୁ ଯାଉଛି ।'' ବରଗଡ ସାଂସଦ ଏପରି କଟାକ୍ଷ କରିବା ସହ ଇସ୍ତଫା ଦେବାକୁ ପ୍ରସ୍ତୁତ ରୁହ ବୋଲି ବିଜେଡି ବିଧାୟକଙ୍କ ଉଦ୍ଦେଶ୍ୟରେ କହିଥିଲେ ।

ଏହାମଧ୍ୟ ପଢନ୍ତୁ: Padmapur By Poll: ସୁଶାନ୍ତ ସିଂଙ୍କୁ ଟାର୍ଗେଟ କଲେ ବରଗଡ଼ ସାଂସଦ

ସୁରେଶ ପୂଜାରୀଙ୍କ ଏପରି ମନ୍ତବ୍ୟ ଉପରେ ଆଜି ବିଧାୟକ ସୁଶାନ୍ତ ସିଂ କଡା ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ବିଧାୟକ ସାଂସଦଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ''ଯଦି ବିଜେପି ପ୍ରାର୍ଥୀ ପରାଜିତ ହୁଅନ୍ତି ତେବେ ସେ ଇସ୍ତଫା ଦେବେ କି ? ମୁଁ ଆପଣଙ୍କୁ ଖୋଲା ଚ୍ୟାଲେଞ୍ଜ କରୁଛି ଏବଂ ଆପଣ ଏହା ଜବାବ ଦିଅନ୍ତୁ'' ବୋଲି ସୁଶାନ୍ତ ସିଂ କହିଛନ୍ତି । ତେବେ ନେତାମାନଙ୍କର ଏଭଳି ପରସ୍ପର ପ୍ରତି କଟୁ ମନ୍ତବ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରକାଶଥାଉକି, ବିଜେଡି ବିଧାୟକ ସୁଶାନ୍ତ ସିଂ ପ୍ରଚାର ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯେ, ଯଦି ପଦ୍ମପୁରରେ ବିଜେପି ହାରିଯାଏ ତେବେ ସେ ନିଜେ ରାଜନୀତିରୁ ସନ୍ୟାସ ନେବେ । ପ୍ରଦୀପ ପୁରୋହିତଙ୍କ ପାଇଁ ପଦ୍ମପୁରରେ ପ୍ରଚାର କରିବା ବେଳେ ସାଂସଦ ସୁରେଶ ପୂଜାରୀ ସୁଶାନ୍ତ ସିଂଙ୍କ ଟାର୍ଗେଟର ଜବାବ ଦେଇ ତାଙ୍କୁ କଟାକ୍ଷ କରିଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.