ETV Bharat / state

Padamapur Bye Election: ପ୍ରାର୍ଥୀ ଚୟନ ଲାଗି କମିଟି ଗଠନ କଲା କଂଗ୍ରେସ

ଆଗାମୀ ପଦ୍ମପୁର ଉପନିର୍ବାଚନ (Padamapur Bye Election) ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛି ଜାତୀୟ କଂଗ୍ରେସ । ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏନେଇ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ ଅଧ୍ୟକ୍ଷ ରହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Nov 5, 2022, 5:53 PM IST

ଭୁବନେଶ୍ବର: ଆଗାମୀ ପଦ୍ମପୁର ଉପନିର୍ବାଚନ (Padamapur Bye Election) ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏନେଇ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ ଅଧ୍ୟକ୍ଷ ରହିଛନ୍ତି ।

ବିଧାୟକ ସନ୍ତୋଷ ସିଂ ସାଲୁଜା ଆବାହକ ଥିବାବେଳେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ବିଧାୟକ ଡ. ସିଏସ ରାଜନ ଏକା ସଭ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ଖୁବଶୀଘ୍ର ପଦ୍ମପୁର ଅଞ୍ଚଳ ଗସ୍ତ କରିବ । ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ, ଜିଲ୍ଲା କଂଗ୍ରେସ ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଏବଂ ଅନ୍ୟାନ୍ୟ କର୍ମକର୍ତାଙ୍କୁ ଭେଟିବ ।

ସମ୍ଭାବ୍ୟ ବିଜୟୀ ପ୍ରାର୍ଥୀ ମାନଙ୍କ ନାମ ପ୍ରସ୍ତାବ ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବା ପାଇଁ ପିସିସି ସଭାପତି ଆଜି ନିର୍ଦ୍ଦେଶ ଦେଇଛନ୍ତି । ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.