ETV Bharat / state

Matric Result: ବରଗଡ଼ରେ 90.78% ପାସ, 260 ଜଣ ଫେଲ - ରାଜ୍ୟରେ ମାଟ୍ରିକ ପରିକ୍ଷା ଫଳ

ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଭଲ ରେଜଲ୍ଟ ଆସିଛି । ବରଗଡ଼ ଜିଲ୍ଲାରେ ପିଲାଙ୍କ ପାସ ହାର 90.78 % ରହିଥିବା ବେଳେ ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଅଧିକ ଭଲ ରେଜଲ୍ଟ ରହିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଜଣାଇଛନ୍ତି l

OVER 90.78% PERCENT STUDENTS PASSED IN MATRIC EXAM IN BARAGARH DISTRICT
ବରଗଡ଼ରେ 90.78% ମାଟ୍ରିକ ପାସ ହାର, ଜିଲ୍ଲାରେ 260 ଜଣ ହେଲେ ଫେଲ
author img

By

Published : Jul 7, 2022, 8:01 AM IST

ବରଗଡ: ରାଜ୍ୟରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ବରଗଡ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଭଲ ରେଜଲ୍ଟ ଆସିଛି । ଜିଲ୍ଲାରେ ପିଲାଙ୍କ ପାସହାର ୯୦.୭୮% ରହିଛି । ତେବେ ସେଠାରେ ପୂର୍ବବର୍ଷ ଅପେକ୍ଷା ଏବର୍ଷ ଅଧିକ ଭଲ ରେଜଲ୍ଟ ରହିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଜଣାଇଛନ୍ତି । ମାଟ୍ରିକ ପରୀକ୍ଷା ପାଇଁ ବରଗଡ ଜିଲ୍ଲାର ୩୧୯ଗୋଟି ସ୍କୁଲରୁ ଗୋଟି ସ୍କୁଲରୁ19655 ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ କରିଥିବା ବେଳେ 1551 ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ତେବେ ପରୀକ୍ଷାର ଫଳାଫଳ ହିସାବରେ 279 ଛାତ୍ରଛାତ୍ରୀ A1 ଗ୍ରେଡ଼ ପାଇଥିବା ବେଳେ 1824 ଜଣ A2 ଗ୍ରେଡ଼, 4928 ଜଣ B1 ଗ୍ରେଡ଼, 4880 ଜଣ B2 ଗ୍ରେଡ଼, 3941 ଜଣ C ଗ୍ରେଡ଼, 2009 ଜଣ D ଗ୍ରେଡ଼ ଓ 481 ଜଣ E ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନ୍ୟପଟେ ସମୁଦାୟ ଜିଲ୍ଲାରେ ୨୬୦ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ ହୋଇଛନ୍ତି ।

ବରଗଡ଼ରେ 90.78% ମାଟ୍ରିକ ପାସ ହାର, ଜିଲ୍ଲାରେ 260 ଜଣ ହେଲେ ଫେଲ

ତେବେ ଜିଲ୍ଲାରେ ସମସ୍ତଙ୍କ ଠାରୁ ଅଧିକ ମାର୍କ ଆଣି ଟପ୍ପର ହୋଇଛନ୍ତି ବରଗଡ଼ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ସ୍କୁଲର ତେଜସ୍ବି ହିନ୍ଦୁ କୁମାର ସାହୁ । 590 ମାର୍କ ରଖି ଜିଲ୍ଲା ଟପ୍ପର ହୋଇଥିବା ବେଳେ ସୋହେଲା ବ୍ଲକ ଗ୍ରିଞ୍ଜେଲ ହାଇସ୍କୁଲର ରୂଚିଦ କୁମାର ପ୍ରଧାନ 586 ମାର୍କ ଆଣି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବରପାଲି ଶିଶୁମନ୍ଦିର ସ୍କୁଲର ଆୟୁଷ ପ୍ରଧାନ 584 ମାର୍କ ଆଣି ତୃତୀୟ ସ୍ଥାନରେ ରହିଛନ୍ତି l ତେବେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ଯୋଗୁଁ ବରଗଡ଼ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଆଗୁଆ ରହିଥିବା କହିଛନ୍ତି ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛବ l

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.